କରୋନା ସଙ୍କଟରେ ଆତଙ୍କବାଦୀଙ୍କ ବ୍ଲୁ-ପ୍ରିଣ୍ଟ୍‌: ଚାକିରି ହରାଇଥିବା ଯୁବବର୍ଗଙ୍କୁ ସଂଗଠନରେ ସାମିଲ କରିବାକୁ ଯୋଜନା କରୁଛନ୍ତି ଜୈଶ୍‌-ଲଶ୍କର-ହିଜବୁଲ୍‌ ମୁଜାହିଦ୍ଦିନ୍‌

ବ୍ରସେଲ୍ସ୍‌,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଫଳରେ ବହୁ ଯୁବବର୍ଗ ଚାକିରି ହରାଇ ବେକାର ରହିଛନ୍ତି। ଏପରିସ୍ଥଳେ ଜୈଶ୍‌, ଲଶ୍କର ଏବଂ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କ ବ୍ରେନ୍‌ ଡ୍ରେନ୍‌ କରାଇବାର ଯୋଜନା କରୁଛନ୍ତି। ବେକାର ଯୁବବର୍ଗଙ୍କୁ ସଂଗଠନରେ ସାମିଲ କରାଯିବା ଲାଗି ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି। ଏସମ୍ପର୍କରେ ବେଲଜିୟମ୍‌ର ଏକ ଟିଙ୍କ୍‌ ଟାଙ୍କ୍‌ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଜୈଶ୍‌ ମହମ୍ମଦ, ଲଶ୍କର-ଇ-ତୋଏବା ଏବଂ ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଂଗଠନ ପକ୍ଷରୁ ନୂତନ ନିଯୁକ୍ତି କରାଯିବା ଲାଗି ଉଦ୍ୟମ ଜାରି ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଯୋଗୁ ଦେଖାଦେଇଥିବା ଆର୍ଥିକ ସଙ୍କଟର ଲାଭ ଉଠାଇ ଏସବୁ ଆତଙ୍କବାଦୀ ସଂଗଠନ ନିଜ ନିଜର କାୟା ବିସ୍ତାର ଲାଗି ଯୋଜନା କରୁଥିବା ବ୍ରସେଲ୍ସ୍‌ ସ୍ଥିତ ଥିଙ୍କ ଟାଙ୍କ୍‌ ଏବଂ ଦକ୍ଷିଣ ଏସିଆ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ର ନିର୍ଦ୍ଦେଶକ ଡ. ସିଗ୍‌ଫ୍ରିଡ୍‌ ଓ୍ବଲ୍ଫ ସୂଚନା ଦେଇଛନ୍ତି। ଆତଙ୍କବାଦ ସଂଗଠନଗୁଡ଼ିକ ବହୁ ପୂର୍ବରୁ ଏଭଳି ଏକ ସୁଯୋଗର ଅପେକ୍ଷାରେ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ଶଙ୍କରପୁର କଣ୍ଟେନମେଣ୍ଟ ଜୋନ୍‌

କଟକ ଅଫିସ,୨୨।୭: କଟକ ମହାନଗର ନିଗମ(ସିଏମ୍‌ସି)ର ୩୭ ନମ୍ବର ୱାର୍ଡ ପରିଡାସାହି, ଶଙ୍କରପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଠାରୁ କେତେକ କରୋନା ପଜିଟିଭ ଚିହ୍ନଟ...

ପୁଣି ରାଜ୍ୟରେ ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪୫ରେ ପହଞ୍ଚିଥିବା ରାଜ୍ୟ...

ଘରକୁ ଫେରିଲେ ଜଳୁଥିବା ଜାହାଜରୁ ଉଦ୍ଧାର ହୋଇଥିବା ଭାରତୀୟ ଚାଳକ ଦଳର ୨୦ ଆହତ ସଦସ୍ୟ, ଫେରୁଛି ନାବିକଙ୍କ ମୃତ ଦେହ

ଲଣ୍ଡନ,୪।୮: ନେଦରଲ୍ୟାଣ୍ଡ ଉପକୂଳରୁ ପ୍ରାୟ ୩,୮୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ବ୍ୟାପକ ଅଗ୍ନିକାଣ୍ଡ ପରେ ଉଦ୍ଧାର ହୋଇଥିବା ୨୦ଜଣ ଭାରତୀୟ କ୍ରୁ...

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ...

ଟିକାଦାନ ଏବେ ଭୋଟ୍‌ କେନ୍ଦ୍ରରେ: ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ସରକାର…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଧୀରେଧୀରେ ଦିଲ୍ଲୀର କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ...

ରାଜ ପରିବାର ପକ୍ଷରୁ ଜାରି କରାଗଲା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିବା ଅତିଥିଙ୍କ ତାଲିକା

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିକ ସଂସ୍କାର ସୋମବାର ଅର୍ଥାତ୍ ସେପ୍ଟେମ୍ବର ୧୯ରେ ହେବ । ଏଥିରେ ବିଶ୍ୱର ଅନେକେ ନେତା ,...

ଏଲନ୍‌ ମସ୍କଙ୍କ ତିନି ବର୍ଷୀୟା ସାବତ ଭଉଣୀ

ଓ୍ବାଶିଂଟନ୍‌, ୧୬ା୭: ଟେସ୍‌ଲା ଏବଂ ସ୍ପେସ୍‌ଏକ୍ସ ମାଲିକ ଏଲନ୍‌ ମସ୍କଙ୍କର ଜଣେ ୩ ବର୍ଷୀୟା ଭଉଣୀ ଅଛନ୍ତି। ଏଲନଙ୍କ ୭୬ ବର୍ଷୀୟ ବାପା ଏରୋଲ ମସ୍କଙ୍କ...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବେ ମୋଦି

ଟୋକିଓ,୨୭।୯: ସେପ୍ଟେମ୍ବର ୨୭ ଅର୍ଥାତ୍‌ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week