କରୋନା ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର-ନର୍ସ ହୋଇଛନ୍ତି ମାନସିକ ରୋଗଗ୍ରସ୍ତ !

ବେଜିଂ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । ତେବେ ଉହାନରେ ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର ଏବଂ ନର୍ସ ମାନସିକ ରୋଗଗ୍ରସ୍ତ ହୋଇଥିବା କୁହାଯାଉଛି । କମ୍ ସମୟ ମଧ୍ୟରେ ହଜାର ହଜାର ସଂକ୍ରମିତଙ୍କ ମୃତ୍ୟୁ ଭେଣ୍ଟିଲେଟରରେ ହେଉଥିବାର ଦେଖି ସେମାନଙ୍କ ମାନସିକସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପଡ଼ିଥିବା କୁହାଯାଉଛି । ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିଥିବା ୧୭.୫ ପ୍ରତିଶତ ଡାକ୍ତର ଏବଂ ନର୍ସ ମନୋଚିକିତ୍ସକଙ୍କ ପାଖକୁ ଯାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଉହାନରେ ୯୯୪ ଜଣ ଡାକ୍ତର ଏବଂ ନର୍ସଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ସେମାନଙ୍କୁ ସ୍ୱାଭାବିକ କରିବା ପାଇଁ ଏବେ ଚାଇନା ସରକାର ଗୁରୁତ୍ୱ ଦେଉଥିବା କୁହାଯାଉଛି । କିଭଳି ପୁଣି ଡାକ୍ତର-ନର୍ସମାନେ ପୂର୍ବପରି ଚିନ୍ତାମୁକ୍ତ ଭାବେ ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗଦେବେ ତାହାର ଉଦ୍ୟମ ଅବ୍ୟାହତ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ: ୬୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦ା୪(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ...

୪୬ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୩୮ ସୁରଟ ଫେରନ୍ତା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ସୋମବାର ସକାଳ ୯ଟାରୁ ମଙ୍ଗଳବାର ସକାଳ ୯ଟା ଅର୍ଥାତ୍‌ ୨୪ ଘଣ୍ଟା ମଧ୍ୟରେ ୪୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି...

ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଲା ସୌଦି

ରିୟାଦ୍‌,୮।୮: ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ସୌଦି ସରକାର ଆଦେଶ ଦେଇଛନ୍ତି। ପାକିସ୍ତାନୀ ଡାକ୍ତର ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରୁ ନ ଥିବା ସୌଦି ଅଭିଯୋଗ...

ଦିଲ୍ଲୀରେ ଆଉ ୫ ପୋଲିସ କରୋନା ପଜିଟିଭ

ନୂଆଦିଲ୍ଲୀ,୨୦।୪: ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇଛି କରୋନା ଭାଇରସ। ଦିନକୁ ଦିନ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ଚାନ୍ଦନି...

ଲକ୍‌ଡାଉନ ପ୍ରଭାବ: ବିମାନ ଯାତ୍ରା କରି ନ ପାରି ଘରକୁ ସଜାଇଲେ ବିମାନ ଭଳି

ସିଡ୍‌ନୀ,୨୬।୪: ଲକ୍‌ଡାଉନକୁ ନେଇ ଅଷ୍ଟ୍ରେଲିଆରୁ ଆସିଛି ଭିନ୍ନ ଏକ ଘଟଣା। କରୋନା ମହାମାରୀ ପୂର୍ବରୁ ଅଷ୍ଟ୍ରେଲିଆର ଏକ ପରିବାର ୟୁରୋପ ବୁଲି ଯିବାକୁ ଯୋଜନା କରିଥିଲେ।...

ଲକ୍‌ଡାଉନ୍‌ କଟକଣା ଆହୁରି କୋହଳ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): କରୋନା ଯୋଗୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଆଗକୁ ଲକ୍‌ଡାଉନ ବଢ଼ିବ ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା...

ପିପିଇ କିଟ୍‌ ପିନ୍ଧି ବୁଢ଼ୀମାଙ୍କୁ ମୁଖାଗ୍ନି ଦେଲେ ନାତି

କୋଦାଡ଼, ୨୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କେତେକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ...

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ମାନିଲା,୨୩।୪: ଫିଲିପାଇନ୍ସର ଲୁଜନ ଦ୍ୱୀପରେ ସୋମବାର ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଏବେ ମୃତ୍ୟୁ ସଂଖ୍ୟା ବଢି ୯ରେ ପହଞ୍ଚିଛି। ଫିଲିପାଇନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *