କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ହେବ ମର୍ସ ପ୍ରତିଷେଧକ ଟୀକା: ମୂଷାଠାରେ ସଫଳତାର ସହ ପରୀକ୍ଷଣ !

ଓ୍ବାଶିଂଟନ,୮।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା ନିରୀକ୍ଷା ଜାରି ରହିଛି। ତେବେ ମର୍ସ (ମିଡିଲ୍‌ ଇଷ୍ଟ୍‌ ରେସୋପାରେଟୋରୀ ସିଣ୍ଡ୍ରମ୍‌)ପ୍ରତିଷେଧକ ଟୀକା କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ହେବ ବୋଲି ଆମେରିକାର ଜର୍ଜିଆ ଏବଂ ଲୋଓ୍ବା ବିଶ୍ୱବିଦ୍ୟାଳୟର ଗବେଷକ ଦାବି କରିଛନ୍ତି। ମର୍ସ ଟୀକା କୋଷିକାରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ଏହା କରୋନା ସଂକ୍ରମଣ କ୍ଷେତ୍ର ମଧ୍ୟ ସଫଳ ରହିବ ବୋଲି ଗବେଷକ କହିଛନ୍ତି। ଏହି ଟୀକାକୁ ମୂଷା ଶରୀରରେ ସଫଳତାର ସହିତ ପ୍ରୟୋଗ କରାଯାଇଛି। ଏନେଇ ଏମ୍‌ବାୟୋ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ଟୀକାରେ ପାରାଏନଫ୍ଲୁଏଞ୍ଜା ଭୂତାଣୁ(ପିଆଇ-୫) ରହିଛି। ଏଥିରେ ସ୍ପାଇକ୍‌ ପ୍ରୋଟିନ୍‌ ରହିଥାଏ। ଏହାକୁ ପ୍ରୟୋଗ କରାଯିବାରୁ ମୂଷା ମର୍ସରୁ ମୁକ୍ତ ହୋଇଥିବା ଗବେଷକ କହିଛନ୍ତି। ଏନେଇ ଲୋଓ୍ବା ବିଶ୍ୱବିଦ୍ୟାଳୟର ଗବେଷକ ପ୍ରଫେସର ପୋଲ ମୋକ୍ରେ କହିଛନ୍ତି କରୋନା ସଂକ୍ରମଣ ରୋକିବା ପାଇଁ ପାରାଏନଫ୍ଲୁଏଞ୍ଜା ଭୂତାଣୁର ପ୍ରୟୋଗ ଦ୍ୱାରା ବେଶ୍‌ ସଫଳତା ମିଳିବ। ଅଧିକ ପରୀକ୍ଷା ନିରୀକ୍ଷା ପରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନେଲାଣି ଲକ୍ଷେ ୬୫ ହଜାର ଜୀବନ: ଆମେରିକାରେ ମୃତକଙ୍କ ସଂଖ୍ୟା ୪୦,୦୦୦ ଟପିଲା

ଓ୍ବାଶିଂଟନ,୨୦।୪: ପୃଥିବୀ ସାରା କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ଲକ୍ଷେ ୬୫ ହଜାର ୨୨୯ କରୋନା ସଂକ୍ରମିତଙ୍କ...

ଲାଭଦାୟକ ପିଆଜ ଚୋପା: ଅନେକ ରୋଗରୁ ଦେଇଥାଏ ମୁକ୍ତି

ପିଆଜ ଆମ ଶରୀର ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ହେବା ସାଙ୍ଗକୁ କେଶ ଲମ୍ବା...

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ସୁସ୍ଥ ହେଲେ ଭୁବନେଶ୍ୱରର ୩ ଆକ୍ରାନ୍ତ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ପୁଣି ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ରାଜଧାନୀର। ସେହିଭଳି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ...

ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ…

ଜୀବନକୁ ଖୁସି ତଥା ସୁଖମୟ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ନିଜ ମନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଯେଉଁ ବ୍ୟକ୍ତିଙ୍କ ମନ ତାଙ୍କ ଆୟତ୍ତରେ ରହିଥାଏ, ଅଥବା...

ଲୋଫର୍‌ ଶୁଜ୍‌

ଅଫିସ୍‌ରେ ସିମ୍ପଲ୍‌ ଏବଂ ଫର୍ମାଲ୍‌ ଆଉଟ ଫିଟ୍‌ ହିଁ ଭଲ ମାନିଥାଏ। ତାହା ସହ ମ୍ୟାଚିଂ ଶୁଜ୍‌ ବି ପିନ୍ଧିବାକୁ ପଡ଼େ। ଏହା ଆପଣଙ୍କ ଲୁକ୍‌...

ଓଡ଼ିଶାରେ ହେଉଛି କରୋନା ରି-ଇନ୍‌ଫେକ୍ସନ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଓଡ଼ିଶାରେ କରୋନା ରି-ଇନ୍‌ଫେକ୍ସନ ହେଉଛି। ଭୁବନେଶ୍ୱରସ୍ଥିତ ଆଇଏଲ୍‌ଏସ୍‌ (ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି। ସେ...

ରାଜ୍ୟରୁ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨ା୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲଏସ) ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା...

କ୍ୟାଟେରିନା ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି

ଏଥେନ୍ସ,୧୪ା୩(ଏ.ପି.): ଗ୍ରୀସ୍‌ର ପୂର୍ବତନ ହାଇକୋର୍ଟ ବିଚାରପତି କ୍ୟାଟେରିନା ସାକେଲାରୋପୋଲୋଉ ଶୁକ୍ରବାର ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଗ୍ରୀସ୍‌ ପାର୍ଲାମେଣ୍ଟରେ ବିପୁଳ ଭୋଟ...

Advertisement
Archives

Model This Week