କରୋନା ଲଢ଼େଇରେ ଯୋଦ୍ଧା ସାଜିଛନ୍ତି ଏସଏଚ୍‌ଜି ମହିଳା

ଜୟପୁର,୨ା୪(ନି.ପ୍ର.): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ହେଲେ ଘରୁ ବାହାରକୁ ନ ବାହାରିବା, ସାମାଜିକ ଦୂରତା ରଖିବାକୁ ସଚେତନ କରାଯାଉଛି। ହେଲେ ଏଭଳି ପରିସ୍ଥିତିରେ ଯୋଦ୍ଧା ସାଜିଛନ୍ତି କୋରାପୁଟ ଜିଲାର ଏସ୍‌ଏଚ୍‌ଜି ମହିଳା। ମହା ବିପତ୍ତି ସମୟରେ ସେମାନେ ଘରେ ନ ରହି ସେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କରୋନା ମୁକାବିଲା ପାଇଁ କୋରାପୁଟ ଜିଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ(ଓଏଲ୍‌ଏମ୍‌) ମହିଳା ଶକ୍ତି ରୂପେ କାର୍ଯ୍ୟ କରୁଛି। ଗୋଷ୍ଠୀର ମହିଳାମାନେ ଏକ ହୋଇ ଲଢୁଥିବା ଲକ୍ଷ୍ୟ କରାଯାଇଛି। କୋରାପୁଟ ଜିଲାରେ ୫୧୨ ଏସ୍‌ଏଚ୍‌ଜିର ୭ହଜାର ସଦସ୍ୟା ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଗାଁ ଠାରୁ ସହର ଯାଏ ବୟସ୍କ ଓ ଅସହାୟ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମାର୍ଚ୍ଚ ଆରମ୍ଭରୁ ଏମାନେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ପୋଷ୍ଟର ଲଗାଇ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲେ। ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କ୍‌ର ଚାହିଦାକୁ ନଜରରେ ରଖି ୧୨ ଗୋଷ୍ଠୀ ଏବେ ମାସ୍କ୍‌ ସିଲେଇ କାର୍ଯ୍ୟରେ ଲାଗିଛନ୍ତି। ପୂର୍ବରୁ ସ୍କୁଲ ପୋଷାକ ସିଲେଇ କରୁଥିବାରୁ ଏହା ଏ ସମୟରେ ସହାୟକ ହୋଇଛି। ଏମାନେ ଏ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ମାସ୍କ୍‌ ସିଲେଇ କରିଛନ୍ତି। ଏହା ମାସ୍କ୍‌ର ଅଭାବକୁ ମଧ୍ୟ ଯଥେଷ୍ଟ ପୂରଣ କରିଛି। ସେହିପରି ଲକ୍‌ଡାଉନ ଘୋଷଣା ହେବା ପରେ ଲୋକଙ୍କ ନିକଟରେ ରାଶନ୍‌ ଓ ପରିବା ପହଞ୍ଚାଇବା ମୁଖ୍ୟ ଚିନ୍ତା ହୋଇଥିବାବେଳେ ଏଥିରେ ମଧ୍ୟ ମହିଳାମାନେ ନିଜକୁ ନିୟୋଜିତ କରିଛନ୍ତି। ଜିଲାର ସୁନାବେଡ଼ାରେ ୨ ଗୋଷ୍ଠୀ, କୋରାପୁଟରେ ୩ ଏବଂ ଜୟପୁରରେ ଗୋଟିଏ ଗୋଷ୍ଠୀ ଠେଲା ଗାଡ଼ିରେ ସାହି ସାହି ବୁଲି ପରିବା ବିକ୍ରି କରୁଛନ୍ତି। ରାଶନ ପାଇଁ ଫୋନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ଯୋଗାଯୋଗ କଲେ ମହିଳାମାନେ ଆବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଉଛନ୍ତି। ଆଳୁ, ପିଆଜ ବିକ୍ରି ପାଇଁ ୪ ବ୍ଲକ୍‌ରେ ୧୪ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ଲକ୍‌ଡାଉନ ସମୟରେ ଜିଲାରେ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ପ୍ରତି ପଞ୍ଚାୟତରେ ନିରାଶ୍ରୟ, ବରିଷ୍ଠ ନାଗରିକ ଓ ଅସହାୟ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ଜିଲାର ୨୪୦ ପଞ୍ଚାୟତରେ ଗୋଟିଏ ଲେଖାଏ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି। ସେହିପରି ଜୟପୁର ପୌରାଞ୍ଚଳରେ ମା’ ଜଗତଜନନୀ ଗୋଷ୍ଠୀ ଓ କୋଟପାଡ଼ ଏନ୍‌ଏସିରେ ଅନ୍ୟ ଏକ ଗୋଷ୍ଠୀ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଘରେ, ଉଠା ଦୋକାନୀ, ଦିବ୍ୟାଙ୍ଗମାନଙ୍କୁ ଯୋଗାଉଛନ୍ତି। ସେହିପରି ୨୪୦ ପଞ୍ଚାୟତରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ମଧ୍ୟ ଗୋଟିଏ ଲେଖାଏ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି। ଏମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଦ୍ୟ, ସଫେଇ, ପାନୀୟ ଜଳ ଯୋଗାଣ ଆଦି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସମସ୍ତ କାର୍ଯ୍ୟକୁ ମହିଳାମାନେ ସୁନ୍ଦରଭାବେ ମଧ୍ୟ କରୁଥିବା ଜଣାପଡ଼ିଛି। ଏଭଳି ଏକ ବିପତ୍ତି ସମୟରେ ସରକାର, ପୋଲିସ, ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ହେଲେ ଆଦିବାସୀ ଅଧ୍ୟ୍ୟୁଷିତ କୋରାପୁଟ ଜିଲାର ଏହି ମହିଳାମାନେ ଯେଉଁ ଗୁରୁ ଦାୟିତ୍ୱ ବହନ କରିଛନ୍ତି, ତାହା ସେମାନଙ୍କୁ କେବଳ ଆତ୍ମନିର୍ଭରଶୀଳ କରିନାହିଁ ବରଂ ସେମାନଙ୍କ ସେବା ମନୋବୃତ୍ତିକୁ ମଧ୍ୟ ଦର୍ଶାଉଛି। ତେଣୁ କରୋନା ମୁକାବିଲାରେ ଏମାନଙ୍କ ଯୋଗଦାନକୁ ସବୁ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

ଅଲୋଡା ରେକର୍ଡ କଲେ ଅଭିଷେକ ଶର୍ମା: ଟି-୨୦ରେ ଓପନର ଭାବେ…

ସାନୋ, ୨୩।୯: ଜାପାନ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ପାଇଁ ନିରାଶାଜନକ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ…

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?