କରୋନା ମୃତ୍ୟୁ ସଂଖ୍ୟା ଖୁବ୍‌ ଶୀଘ୍ର ୫୦ ହଜାର ଟପିବାର ରହିଛି ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨।୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ ମୃତକଙ୍କ ସଂଖ୍ୟା ୪୭ ହଜାର ୨୦୫ ଛୁଇଁଛି। ୧ ଲକ୍ଷ ୯୪ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଖୁବଶୀଘ୍ର ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ସହିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିବାର ଆଶଙ୍କା ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରେସ୍‌ ଗେବ୍ରେୟେସିୟୁସ୍‌ ସୂଚନା ଦେଇଛନ୍ତି। ୪ ମାସ ତଳେ କାହାକୁ କରୋନା ସମ୍ପର୍କରେ ଜଣା ନ ଥିଲା। ମାତ୍ର ଏବେ ଏହି ଭୂତାଣୁ ସମଗ୍ର ପୃଥିବୀ ପାଇଁ ସଙ୍କଟ ସୃଷ୍ଟି କରିଛି। ଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଦୁଇଗୁଣା ହୋଇଯାଇଥିବା ସେ କହିଛନ୍ତି। ଏହା ପ୍ରତିଟି ଦେଶରେ ଦ୍ରୁତ ବେଗରେ ସଂକ୍ରମଣ ହେବାରେ ଲାଗିଛି। ଏଥିପାଇଁ ଜାରି ହୋଇଥିବା ସୁରକ୍ଷା ମାର୍ଗଦର୍ଶିକାକୁ ଲୋକେ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଙ୍କଟ ମଧ୍ୟରେ ମୋଦିଙ୍କ ସହ କଥା ହେଲେ ଉଦ୍ଧବ: ମାଗିଲେ ୧୫୦୦ ଏମ୍‌ଟି ଅକ୍ସିଜେନ୍‌

ମୁମ୍ବାଇ,୧୭।୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ...

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ପଡ଼ିବ ମହଙ୍ଗା: ୭ ବର୍ଷ ଜେଲ୍‌, ୫ଲକ୍ଷ ଜରିମାନା

ଲକ୍ଷ୍ନୌ,୬।୫: କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଉତ୍ତରପ୍ରଦେଶ...

ସାନିଟାଇଜ ହେଲା ଲୋଇସିଂହା ବସ୍ତି

ଲୋଇସିଂହା,୧୧।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଓ ପରିବେଶ ସ୍ବଚ୍ଛ ରଖିବା ପାଇଁ ଶନିବାର ସାନିଟାଇଜ...

୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭।୪: ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩୫୪ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ...

କରୋନା ରୋଗୀଙ୍କ ହସ୍ପିଟାଲ ବିଲ୍ ଦେଢ କୋଟି ଟଙ୍କା!

ନୂଆଦିଲ୍ଲୀ,୯ ।୯: ରାଜଧାନୀ ଦିଲ୍ଲୀରେ ପ୍ରାଇଭେଟ ହସ୍ପିଟାଲଙ୍କ ମନମାନି ପୁଣିଥରେ ସାମ୍ନାକୁ ଆସିଛି । ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲ ଦ୍ୱାରା ଜଣେ କରୋନା...

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୦.୮୨ କୋଟି, ଚାଇନାର ଆଉ ଏକ ସହରରେ ଲକଡାଉନ

ୱାଶିଂଟନ/ଲଣ୍ଡନ/ବେଜିଂ,୧୧ ।୧: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ସଂକ୍ରମଣକୁ ଦେଖିଲେ ଗତ ୨୪ ଘଣ୍ଟାରେ ୧୮.୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି...

ବାଣଫୁଟାରେ ରେକର୍ଡ: ୧.୩ ଟନ୍‌ ବାରୁଦ ଦେଢ଼ କିମି ଉପର ଫୁଟିଲା

ଓ୍ବାଶିଂଟନ,୧୦।୨: ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। କୋଲୋରାଡାରେ ହୋଇଥିବା ଓ୍ବିଣ୍ଟର ଫେଷ୍ଟିଭାଲରେ ଏଭଳି କରାଯାଇଛି।...

ତାଲିବାନ୍‌ କବ୍‌ଜାରେ ଆଫଗାନ ସୈନ୍ୟଙ୍କ ୭୦୦ ଟ୍ରକ୍‌

କାବୁଲ, ୬।୭: ତାଲିବାନ ଉଗ୍ରପନ୍ଥୀମାନେ ଗତ ମାସରେ ଆଫଗାନିସ୍ତାନ ସୈନ୍ୟବାହିନୀର ପ୍ରାୟ ୭୦୦ ଟ୍ରକ୍‌ ଓ ଅନ୍ୟ ସାମରିକ ଯାନ କବ୍‌ଜା କରିଥିବା ଜଣାପଡ଼ିଛି। ତାଲିବାନ...

Advertisement
Archives

Model This Week