କରୋନା ମୁକାବିଲା ପାଇଁ ଆବଶ୍ୟକ ୧୦ ଲକ୍ଷ ଭେଣ୍ଟିଲେଟର: ଭାରତରେ ରହିଛି ୫୦ ହଜାର

ନୂଆଦିଲ୍ଲୀ,୨୩।୪: ଭାରତରେ କରୋନା ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଗୁରୁତର କରୋନା ସଂକ୍ରମିତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ଏପରିସ୍ଥଳେ ଭାରତରେ ସମ୍ପ୍ରତି ୫୦ ହଜାର ଭେଣ୍ଟିଲେଟର ରହିଛି। କରୋନା ମୁକାବିଲା ଲାଗି ୧୦ ଲକ୍ଷ ଭେଣ୍ଟିଲେଟରର ଆବଶ୍ୟକତା ରହିଛି। ଭେଣ୍ଟିଲେଟର ଯୋଗାଡ଼ ନେଇ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। କେଙ୍ଗାଲୁରୁସ୍ଥିତ କମ୍ପାନୀ ଡାୟନାମେଟିକ୍‌, ଷ୍ଟାର୍ଟ ଅପ୍‌ ନୋକ୍କା ରୋବୋଟିକ୍ସ୍‌ ଏବଂ ନୂଆ ଦିଲ୍ଲୀସ୍ଥିତ କମ୍ପାନୀ ଅଗଓ୍ବା ହେଲଥ୍‌ କେୟାର ପକ୍ଷରୁ ଦେଶର ଭେଣ୍ଟିଲେଟର ଚାହିଦା ପୂରଣ ପାଇଁ ପ୍ରୟାସ କରାଯାଉଛି। କମ୍ପାନୀଗୁଡ଼ିକ ପକ୍ଷରୁ ଭେଣ୍ଟିଲେଟର ନିର୍ମାଣ ଜାରି ରହିଛି। ତେବେ ଲକ୍‌ ଡାଉନ୍‌ରେ କର୍ମଚାରୀ ଅଭାବ ଯୋଗୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କଷ୍ଟକର ହେଉଥିବା କୁହାଯାଉଛି। ଲକ୍‌ ଡାଉନ୍‌ ମଧ୍ୟରେ ସମସ୍ତ ଚିକିତ୍ସା ଉପକରଣ ପ୍ରସ୍ତୁତ କରି ରଖିବା ଲାଗି ସରକାର ଯୋଜନା କରିଥିଲେ। ଏପ୍ରିଲ୍‌ ମାସରେ ମାତ୍ର ୮ ଦିନରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ବଢ଼ିଛି। ଏହା ଜାରି ରହିଲେ ସ୍ଥିତି ଅସମ୍ଭାଳ ହେବ ବୋଲି କୋଲକାତାର ପିୟରଲେସ୍‌ ହସ୍ପିଟାଲର କ୍ଲିନିକାଲ ନିର୍ଦ୍ଦେଶକ ଶୁଭ୍ରଜ୍ୟୋତି ଭୌମିକ୍‌ ସୂଚନା ଦେଇଛନ୍ତି। ଯଦି ଭାରତର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ୧୦ ପ୍ରତିଶତ କରୋନା ଦ୍ୱାରା ସଂକ୍ରମିତ ହୁଅନ୍ତି, ଏବଂ ସେମାନଙ୍କ ମଧ୍ୟରୁ ୧ ପ୍ରତିଶତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୁଏ ତେବେ ଏହାକୁ ଯୋଗାଇବା ଅସମ୍ଭବ ହୋଇ ପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକ: ସଞ୍ଜୟ ରାଉତ

ମୁମ୍ବାଇ,୩।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକ ଥିବା ସଞ୍ଜୟ ରାଉତ କହିଛନ୍ତି। ରାଜ୍ୟରେ...

ଓମିକ୍ରନ୍‌ ଆଗରେ ବର୍ତ୍ତମାନର କରୋନା ଟିକା ଅକାମୀ, ମାନିଲେ ଭାକ୍ସିନ୍‌ ନିର୍ମାତା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ଆରମ୍ଭ ହୋଇଛି। ଏପରିସ୍ଥଳେ ବିଶେଷଜ୍ଞଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।...

ପ୍ରଥମ ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଦେଶର କରୋନା ସଂକ୍ରମିତ: ମୁମ୍ବାଇ, ଇନ୍ଦୋରରେ ଆରମ୍ଭ ହେବ ଏହି ଥେରାପି

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଏବେ ପ୍ଲାଜମା ଥେରାପି ଦେଖାଇଛି ନୂତନ ଆଶାର ଆଲୋକ। ପ୍ରଥମେ ଦିଲ୍ଲୀରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଥିବା...

ଦିଦିଙ୍କ ଉପରେ ଘନେଇଲା ସଙ୍କଟ: ଅଭିଷେକଙ୍କ ନିକଟତମ ବିନୟଙ୍କ ଘରେ ସିବିଆଇ ଚଢ଼ାଉ

କୋଲକାତା,୩୧।୧୨: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନିକଟତମ ଥିବା ବିନୟ ମିଶ୍ରାଙ୍କ...

୧୦୦ କୋଟିଙ୍କ ପାଖରେ ପହଞ୍ଚିଛି ମନ କି ବାତ କାର୍ଯ୍ୟକ୍ରମ: ପିପିଆରସି ରିପୋର୍ଟ…

ନୂଆଦିଲ୍ଲୀ,୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ସଂସ୍କରଣ ୩୦ ଏପ୍ରିଲରେ ପ୍ରସାରିତ ହୋଇଥିଲା। ପିପିଆରସି ଦ୍ୱାରା...

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ବେଙ୍ଗାଲୁରୁ,୧୦।୩: କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଏଠାରେ ବିଧାନ ପରିଷଦର ଚାରିଥର...

ଯୋଗୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୩ା୧: ସୁପ୍ରିମକୋର୍ଟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଯୋଗୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ...

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର...

Advertisement
Archives

Model This Week