କରୋନା ଭୟ: ଗୃହପାଳିତ ପ୍ରାଣୀଙ୍କୁ ଘରୁ ବାହାର ନ କରିଦେବାକୁ ଅନୁରୋଧ କଲେ ଅନୁଷ୍କା

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣ ଧୀରେ ଧୀରେ ବ୍ୟାପିବାରେ ଲାଗିଥିବା ବେଳେ ଏବେ ଦେଶରେ ଏହା ୫ଶହ ଅତିକ୍ରମ କରିଛି। ସେହିପରି କରୋନାରେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିବା ବେଳେ ସେମାନଙ୍କ ପୋଷା ଜୀବଙ୍କୁ ଏହା ସଂକ୍ରମିତ କରିପାରେ ବୋଲି ଅନେକେ ଆଶଙ୍କା ପ୍ରକାଶ କରୁଛନ୍ତି। ଏହି ସମୟରେ ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଅନୁରୋଧ କରିଛନ୍ତି ଆପଣମାନେ ଆପଣଙ୍କ ପୋଷା ପ୍ରାଣୀଙ୍କୁ ଘରୁ ବାହାର କରି ଦିଅନ୍ତୁ ନାହିଁ। ଆପଣଙ୍କ ସହ ସେମାନଙ୍କୁ ରଖନ୍ତୁ। ସେମାନଙ୍କୁ ପୂର୍ବପରି ସ୍ନେହ କରନ୍ତୁ ଓ ସେମାନଙ୍କର ଯତ୍ନ ନିଅନ୍ତୁ। ଏହି ଘଡିସନ୍ଧି ମୁହୂର୍ତ୍ତରେ ଆପଣମାନେ ହିଁ ସେମାନଙ୍କର ସବୁକିଛି ବୋଲି ଅନୁଷ୍କା କହିଛନ୍ତି। ଏବେ କରୋନା ଭାଇରସ ଯୋଗୁ ଅନୁଷ୍କା ନିଜ ଘରେ ବନ୍ଦ ହୋଇଥିବା ବେଳେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଏହି ବାର୍ତ୍ତା ଦେଇଛନ୍ତି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଯେତେବେଳେ ସେଠାରେ ମହାମାରୀ ରୂପ ନେଇଥିଲା ସେତେବେଳେ ଲୋକେ ସେମାନଙ୍କ ପୋଷା ପ୍ରାଣୀଙ୍କୁ ବାହାରକୁ ଫୋପାଡି ଦେଉଥିବା ଖବର ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ୩୨ ଡାକ୍ତର କରୋନା ସଂକ୍ରମିତ

ହାଇଦ୍ରାବାଦ,୪।୬: ଓସମାନିଆ ମେଡିକାଲ କଲେଜ ସହ ସହବଦ୍ଧ ଥିବା ହସ୍ପିଟାଲରେ ପାଖାପାଖି ୩୨ ଜଣ ଡାକ୍ତର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଗୁରୁବାର ତେଲଙ୍ଗାନା-ଜୁନିୟର ଡକ୍ଟରର୍ସ...

କରୋନା ସଂକ୍ରମଣରେ ଖବରଦାତାଙ୍କ ମୃତ୍ୟୁ

ଆଗ୍ରା,୮।୫: ନିକଟରେ ଉତ୍ତରପ୍ରଦେଶ ଆଗ୍ରାର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କୁ ଏସ୍‌ଏନ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଗତ ବୁଧବାରଠାରୁ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପରିବାରର ୪ ସଦସ୍ୟ

ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ...

ତଦନ୍ତ ପାଇଁ ମୌଲାନା ପ୍ରସ୍ତୁତ

ନୂଆଦିଲ୍ଲୀ,୮ା୪: ସାରା ଦେଶରେ କରୋନା ଭୂତାଣୁର ବିଷମଞ୍ଜି ବୁଣିଥିବା ତବଲିଘି ଜମାତ୍‌ ମରକଜ୍‌ ମୁଖ୍ୟ ମହମ୍ମଦ ସାଦ୍‌ କାନ୍ଧଲଭିଙ୍କ ବିରୋଧରେ ମାମଲା ଦାଏର ହେବା ପରଠୁ...

ଘର ସଂସାର କରିବେ ଅର୍ଦ୍ଧେନ୍ଦୁ

ବଡ଼ ପରଦାରେ ମିଛିମିଛିକା ବର ସାଜିଛନ୍ତି ସେ। ହେଲେ ଏଥର ସତସତିକା ବରବେଶରେ ଯିବେ। ହଁ, ଓଲିଉଡ୍‌ର ଅନ୍ୟତମ ନାୟକ ଅର୍ଦ୍ଧେନ୍ଦୁ ଘର ସଂସାର କରିବାକୁ...

ଜୀବନ ନେଇପାରେ ଦେଶୀ, ନକଲି ମଦ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ଏବେ ସମସ୍ତେ ଆତଙ୍କିତ। ଘାତକ ଭୂତାଣୁ ‘କୋଭିଡ୍‌-୧୯’ କବଳରୁ ରକ୍ଷା ପାଇବା ପାଇଁ ଏଯାଏ ସଫଳ ଔଷଧ ବାହାରି ନାହିଁ।...

କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଠି ପୁଣିଥରେ ଲାଗୁ ହେବ ଲକ୍‌ଡାଉନ

ଜାକର୍ତ୍ତା,୧୪ ।୯: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆମେରିକା ଓ ଭାରତରେ ଦିନକୁ ପାଖାପାଖି ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ...

CORONAVIRUS UPDATE: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିନ୍ହଟ, ସଂଖ୍ୟା ଛୁଇଁଲା ୧୦୮

ଭୁବନେଶ୍ୱର,୨୭।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ...

Coronavirus Update


Archives

Model This Week

Why Dharitri