Posted inଖେଳ

କରୋନା ଭାଇରସ ଲଢେଇ: ଗାଭାସ୍କର ଦେଲେ ୫୯ ଲକ୍ଷ ଟଙ୍କା, ପୂଜାରା, କାଶ୍ୟପ୍‌ ମଧ୍ୟ ଦାନ କଲେ

ନୂଆଦିଲ୍ଲୀ,୭।୪(ପି.ଟି.)- କରୋନା ଭାଇରସ ଲଢେଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର। ସେ ୫୯ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ଦାତା ତାଲିକାରେ ସାମିଲ ହୋଇଛନ୍ତି। ତେବେ ପୂଜାରା କେତେ ପରିମାଣ ଅର୍ଥ ଦାନ କରିଛନ୍ତି ସେ ନେଇ ସେ କିଛି କହିନାହାନ୍ତି। ପୂଜାରାଙ୍କ ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ଅଜିଙ୍କ୍ୟ ରାହାନେ ଓ କେଦାର ଯାଦବ ବହୁ ପରିମାଣର ଅର୍ଥ ଦାନ କରିଛନ୍ତି। ଗାଭାସ୍କର ୩୫ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଓ ୨୪ ଲକ୍ଷ ଟଙ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଏ ନେଇ ଗାଭାସ୍କରଙ୍କ ପୁଅ ରୋହନ ସ୍ପଷ୍ଟ କରିଛନ୍ତି। ଗାଭାସ୍କରଙ୍କ ଏହି ଅର୍ଥ ଦାନ ପଛରେ ମଜାଦାର ତଥ୍ୟ ରହିଛି। ୩୫ଟି ଶତକ ହାସଲ କରିଥିବାରୁ ୩୫ ଲକ୍ଷ ଓ ମୁମ୍ବାଇ ପାଇଁ ୨୪ଟି ଶତକ ହାସଲ କରିଥିବାରୁ ୨୪ ଲକ୍ଷ ଟଙ୍କା ଗାଭାସ୍କର ପୃଥକ ପୃଥକ ଦାନ କରିଛନ୍ତି ବୋଲି ରୋହନ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ସେହିପରି ବ୍ୟାଡମିଣ୍ଟନ ତାରକା ପାରୁପାଲ୍ଲୀ କାଶ୍ୟପ ତେଲଙ୍ଗାନା ମୁଖ୍ୟମନ୍ତୀଙ୍କ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି। ମୋର ଏ ଛୋଟିଆ ଦାନ କରୋନା ଭାଇରସ୍‌ ଲଢେଇରେ ବେଶ୍‌ ସହାୟ ହେବ ବୋଲି କାଶ୍ୟପ ଟୁଇଟ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିନା ଦର୍ଶକରେ ହେବ ବାହାରିନ୍‌ ଫର୍ମୁଲା ଓ୍ବାନ

ମାନାମା,୯ା୩ (ଏଏଫ୍‌ପି)- ବାହାରିନ୍‌ ଫର୍ମୁଲା ଓ୍ବାନ ଗ୍ର୍ରାଁ ପ୍ରି ବିନା ଦର୍ଶକରେ ଅନୁଷ୍ଠିତ ହେବ। କରୋନା ଭାଇରସ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି...

‘ବିଶ୍ୱକପ୍‌ ଗୁରୁତ୍ୱପୂର୍ଣ୍ଣ, ହେଲେ ବୁମ୍‌ରାଙ୍କ କ୍ୟାରିୟର ଆମ ପାଇଁ ଅଧିକ ଜରୁରୀ’

ନୂଆଦିଲ୍ଲୀ,୧୫।୧୦: ଟି୨୦ ବିଶ୍ୱକପ୍‌କୁ ଆଉ ଦିନ କେଇଟା। ଏମିତିରେ ପିଠିରେ ସମସ୍ୟା କାରଣରୁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ଅନୁଭବୀ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା।...

ଆଇପିଏଲ୍‌ରେ ପ୍ରଥମ ଲଢ଼େଇ ପାଇଁ ସିଏସ୍‌କେ ପ୍ରସ୍ତୁତ: ଧୋନୀଙ୍କ ସ୍କ୍ବାର୍ଡରେ ରହିବେ ଏହି ଖେଳାଳି; ଜାଣନ୍ତୁ..

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩ତମ ସଂସ୍କରଣ। ଏହାର ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ମୁମ୍ବାଇ...

ପୁଣି ବିଶ୍ୱରେକର୍ଡ କଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଓ୍ବେଷ୍ଟଇଣ୍ଡିଜର ଭେଟେରାନ କ୍ରିସ ଗେଲ ବିଶ୍ୱର ସମସ୍ତ ଟି -୨୦ ଲିଗରେ ନିଜର ଧମାକା ଦେଖାଇସାରିଛନ୍ତି। ନିକଟରେ ସେ ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ ଅର୍ଦ୍ଧଶତକ...

ଚମକିଲେ ପନ୍ତ, ପାଣ୍ଡ୍ୟା: ସିରିଜ ଜିତିଲା ଭାରତ

ମାଞ୍ଚେଷ୍ଟର, ୧୭ା୭: ରିଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ...

ସେମିରେ ସାବାଲେଙ୍କା, ଜାବେର୍‌

ଓ୍ବିମ୍ବେଲଡନ୍‌, ୧୩ା୭: ଟେନିସ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ୍‌ର ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଆରିନା ସାବାଲେଙ୍କା ଓ ଓନ୍ସ ଜାବେର୍‌। ବୁଧବାର ଅନୁଷ୍ଠିତ...

ଟ୍ରାଏଲ୍ସ ପାଇଁ ବଜରଙ୍ଗଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ା୮: କୁସ୍ତି ବିଶ୍ୱ ଚାମ୍ପିୟନଶିପ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ନିର୍ଦ୍ଦେଶ ଦେଇଛି ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ)। ଅଗଷ୍ଟ...

ନେଟ୍‌ରେ ବୋଲିଂ ଟେଷ୍ଟ ଦେବେ ହାର୍ଦ୍ଦିକ

ଦୁବାଇ,୨୯।୧୦: ଆସନ୍ତା ରବିବାର ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଦୁବାଇରେ ଖେଳାଯିବାକୁ ଥିବା କର ବା ମର ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ...

Advertisement
Archives

Model This Week