Posted inଜାତୀୟ

କରୋନା ଭାଇରସ କବଳରେ ୩ ବର୍ଷର ଭାରତୀୟ ଶିଶୁ

ଥିରୁଭାନନ୍ତପୁରମ,୯।୩: ଡରାଇଲାଣି କରୋନା ଭାଇରସ। ଆମେରିକା, ଇଟାଲି ଭଳି ଦେଶ ଏହି କରୋନା ଭାଇରସ କବଳରେ ଆସିଥିବା ବେଳେ ଏବେ ଏହା ଭାରତରେ କାୟା ବିସ୍ତାର କରି ଚାଲିଛି। କେରଳରେ ରବିବାର ଗୋଟିଏ ପରିବାରର ୫ ଜଣ କରୋନା ଭାଇରସରେ ପୀଡିତଥିବା ଜଣାପଡିବା ପରେ ଏବେ ସାରା ଦେଶରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ସୋମାବାର ସକାଳୁ ମିଳିଥିବା ସୂଚନା ଅନୁଯାୟୀ, କେରଳର ୩ ବର୍ଷର ଏକ ଶିଶୁ ନିକଟରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ନିକଟରେ ଶିଶୁଟି ପରିବାର ସହ ଇଟାଲିରୁ ଫେରିଥିବା ବେଳେ ତାଙ୍କ ନିକଟରେ କରୋନା ଭାଇରସ ଥିବା ଜଣାପଡିଛି। ଏବେ ସଂକ୍ରମିତ ଶିଶୁଙ୍କୁ ଏର୍ନାକୁଲମ ମେଡିକାଲ କଲେଜରେ ଥିବା ଆଇସୋଲେଶନ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୭ରେ ସେ ନିଜ ପରିବାର ସହ ଇଟାଲିରୁ ଫେରିଥିବା ବେଳେ ଏବେ ତାଙ୍କ ମାତାପିତାଙ୍କୁ ଅବଜରଭେଶନରେ ରଖାଯାଇଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ ମାମଲା: ୮୬ ଅଭିଯୁକ୍ତଙ୍କ ମଧ୍ୟରେ ୭୯ ମୁସଲମାନ

ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଧର୍ମାନ୍ତରୀକରଣ ଅଧ୍ୟାଦେଶ ଅନ୍ତର୍ଗତ ୧୬ଟି ମାମଲାରେ ୮୬ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର...

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ଉତ୍ପୀଡନ ମାମଲକୁ ସେ ନିଜେ ଖାରଜ କରି ଦେଇଛନ୍ତି। ୩ଜଣ...

ଟଙ୍କା ପାଇଁ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ ସିଦ୍ଧୁ, ଷ୍ଟେଶନରେ ଯାଇଥିଲା ଜୀବନ: ଭଉଣୀ

ଚଣ୍ଡିଗଡ଼,୨୮।୧: କ୍ରିକେଟରୁ ରାଜନେତା ପାଲଟିଥିବା ତଥା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ତାଙ୍କ ବଡ଼ ଭଉଣୀ ସୁମନ...

ନଭେମ୍ବର ୯ରେ ଖୋଲିବ ସରକାରୀ ସ୍କୁଲ

ନୂଆଦିଲ୍ଲୀ,୭ ।୧୧: ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ନଭେମ୍ବର ୯ ବୁଧବାରଠାରୁ ପ୍ରାଇମେରୀ ସ୍କୁଲ ଖୋଲି ଦିଆଯିବ । ଏହାସହ ଏହାର ଉପର...

ପୂର୍ବତନ ‘ର’ ଏଜେଣ୍ଟଙ୍କୁ ଖାଇବାକୁ ମିଳୁନି ଦୁଇମୁଠା !

ଲକ୍ଷ୍ନୌ,୧୪।୨: ଫିଲ୍ମରେ ଗୁପ୍ତଚର ସଂସ୍ଥା ସହିତ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିବାର ଦେଖିବାକୁ ମିଳିଥାଏ। ହଲିଉଡ୍‌ର...

ମୋତେ ଭାଜପା ଇତିହାସ ଶିଖାଇବା ଆବଶ୍ୟକ ନାହିଁ: ଥରୁର

ନୂଆଦିଲ୍ଲୀ,୬।୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ମୁଶାରଫଙ୍କ ମୃତ୍ୟୁକୁ ନେଇ ଅନେକ ଭାରତୀୟ ନେତା ଦୁଃଖ ପ୍ରକାଶ କରିଥିଲେ। କଂଗ୍ରେସ ନେତା...

ମମତାଙ୍କ ଉପରେ ବର୍ଷିଲେ ଶାହା

କୋଲକାତା,୬।୧୧: ଖୁବ୍‌ଶୀଘ୍ର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ କରାଯିବ। ପଶ୍ଚିମବଙ୍ଗର ବିକାଶ ଲାଗି ଭାଜପା ବଦ୍ଧ ପରିକର ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର...

ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ କୋବିନ୍ଦ-ଶାହା

ନୂଆଦିଲ୍ଲୀ,୨୧।୭: ଓଡ଼ିଶାର ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ଭାରତର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର...

Advertisement
Archives

Model This Week