କରୋନା ଭାଇରସର ନୂଆ ଠିକଣା ଇଟାଲି: ଗୋଟିଏ ଦିନରେ ୧,୨୪୭ ରୋଗୀ ଚିହ୍ନଟ

ରୋମ,୮।୩: କରୋନା ଭାଇରସ ଏବେ ପ୍ରାୟ ୯୪ ଦେଶକୁ ବ୍ୟାପିଥିବା ବେଳେ ସେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରେ କରୋନା ଭାଇରସ ସଂକ୍ରମଣରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏବେ କରୋନା ଭାଇରସ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନା ବାହାରେ ଏବେ ଇଟାଲିରେ ଗୋଟିଏ ଦିନରେ ୧,୨୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫,୮୮୩ରେ ପହଞ୍ଚିଛି। ସେହିପରି ଇଟାଲିରେ କରୋନା ଭାଇରସ ସଂକ୍ରମଣରେ ଶନିବାର ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଏ। ଏହାକୁ ଦେଖିବା ପରେ ଏବେ କରୋନା ଭାଇରସର ନୂଆ ଠିକଣା ଇଟାଲି ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଚାଇନାରେ ଏବେ ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଥିବା ଲକ୍ଷ୍ୟ କରାଯିବା ପରେ ଏମିତି କଥା କୁହାଯାଉଛି। ଚାଇନା ପରେ ଦକ୍ଷିଣ କୋରିଆ ଓ ଇଟାଲିରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ଇଟାଲି ବିଦେଶ ଗସ୍ତ ଉପରେ କଟକଣା ଲଗାଇବ ବୋଲି ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣରେ ସୌଦି ଆରବ ରାଜ ପରିବାରର ୧୫୦ ସଦସ୍ୟ !

ରିୟାଦ,୧୧।୪: ସୌଦି ଆରବର ରାଜ ପରିବାର ଏବେ କରୋନା କବଳରେ। ମିଳିଥିବା ଏକ ସୂଚନା ଅନୁଯାୟୀ, ଏବେ ସୌଦି ଆରବ ରାଜ ପରିବାରର ପାଖାପାଖି ୧୫୦...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର...

ଟ୍ରେନ୍‌ର କେଉଁ ସିଟରେ ବସିଲେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥାଏ

ନ୍ୟୁୟର୍କ,୮।୮: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବା...

ବାଂଲାଦେଶ ଶରଣରେ ପଶିଲା ନେପାଳ

କାଠମାଣ୍ଡୁ,୨।୯: ନେପାଳ ଏବେ ବାଂଲାଦେଶ ଶରଣରେ ପଶିଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ୫୦ ହଜାର ଟନ୍‌...

ଜୀବନସାଥି ବିଦେଶି ହୋଇଥିଲେ ମିଳିବ ନାହିଁ କରୋନା ଟିକା

ଇସ୍‌ଲାମାବାଦ,୯ ।୩: ପାକିସ୍ତାନରେ ବୁଧବାର ଅର୍ଥାତ୍ ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ଏଥିରେ କିନ୍ତୁ ସେହି ବରିଷ୍ଠ ନାଗରିକଙ୍କୁ...

୬ ମାସର ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୧୩।୪: ପୂର୍ବରୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବା ୬ମାସର ଶିଶୁ ଏବେ କରୋନାରେ ସଂକ୍ରମିତ। କରୋନାରେ ସଂକ୍ରମିତ ହେବା ପରେ ଉକ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି...

କରୋନା ଭାଇରସରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ମାତ୍ର ୩ ଜଣ

ମ୍ୟାଡ୍ରିଡ,୩୧।୩: ସ୍ପେନରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ସୋମବାର ୨୪ ଘଣ୍ଟାରେ ସ୍ପେନରେ ୯୧୩ ଜଣଙ୍କ...

Advertisement


Archives

Model This Week