କରୋନା ବୁଡ଼ାଇଲା କୌଳିକ ବୃତ୍ତି : ସଙ୍କଟରେ ବାଉଁଶ କାରିଗର

କେନ୍ଦୁଝର, ୨୮ା୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଛି। କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସାଧାରଣ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଅନେକ ପରିବାର ଜୀବିକା ହରାଇ ଘରେ ବସି ରହି ନିଜ ନିଜ ଭାଗ୍ୟକୁ ନିନ୍ଦୁଥିବାର ଦେଖିବାକୁ ମିଳୁଛି। ଏଭଳି ସଙ୍କଟ ସମୟରେ ଆଦିବାସୀ ବହୁଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। ବିଶେଷ କରି ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ଚଳୁଥିବା କାରିଗରମାନେ ଏବେ ବେସାହାରା ହୋଇପଡିଛନ୍ତି।
ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ୩୦ ପ୍ରତିଶତରୁ ଅଧିକ ଲୋକ ଆଜି ବି ନିଜର କୌଳିକ ବୃତ୍ତି ଉପରେ ଭରସା କରି ଜୀବିକା ନିର୍ବାହ କରିଆସୁଛନ୍ତି। କିଏ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରି ଚଳୁଛି ତ କିଏ ବାସନକୁସନ ବ୍ୟବସାୟ, କମାର କାମ ଭଳି କୌଳିକ ବୃତ୍ତିକୁ ଆଦରି ନେଇ ଗୁଜୁରାଣ ମେଣ୍ଟାଉଛି। ମାତ୍ର ଲକ୍‌ଡାଉନ କଟକଣା ଏସବୁ ପରିବାର ପାଇଁ ଅଭିଶାପ ସଦୃଶ ହୋଇଛି। ବାଉଁଶ କାମ କରି ପେଟ ପୋଷୁଥିବା ପରିବାର ଆର୍ଥିକ, ଶିକ୍ଷା, ସଚେତନତା ଆଦି କ୍ଷେତ୍ରରେ ସବୁଠୁ ନିମ୍ନସ୍ତରରେ ରହିଛନ୍ତି। ଲକ୍‌ଡାଉନ କଟକଣା ଚାପ ଭିତରେ ସେମାନେ ଏବେ ପେଷି ହୋଇଯାଇଛନ୍ତି। ବିଶେଷି କରି ଚାଷୀ ପରିବାର ଲୋକଙ୍କୁ ବାଉଁଶ କାରିଗରମାନେ କୁଲା, ପାଛିଆ, ଡାଲା ଭଳି ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଆସୁଥିବା ବେଳେ ଆଜି ସେମାନେ ହାତ ବାନ୍ଧି ଘରେ ବସି ରହିବା ଛଡା ଆଉ କିଛି ବାଟ ନାହିଁ। ସରକାରୀ ସହାୟତା ସେମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ହୋଇଛି। କରୋନା କଟକଣା ଭିତରେ ଓଳିଏ ଖାଇ ଓଳିଏ ଉପବାସ ରହିବାକୁ ପଡୁଛି। ସେମାନଙ୍କ ମଧ୍ୟରୁ ଅନେକ ପରିବାର ଆଜି ବି ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। କରୋନା କଟକଣା ଭିତରେ ଗ୍ରସେରି, ଫଳ ଦୋକାନୀମାନେ ଯେନତେନ ପ୍ରକାରେ ଚଳିଯାଉଥିବା ବେଳେ ବାଉଁଶ କାରିଗର ଦାରିଦ୍ର୍ୟର କଷାଘାତରେ ଜୀବନ ବିତାଉଛନ୍ତି। ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା...

ଯଶିପୁର ବିଇଓ ନିଲମ୍ବିତ

ବାରିପଦା,୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ...

ବାଲିଯାତ୍ରାରେ ସିଏମ୍‌ସି ଖର୍ଚ୍ଚକୁ ନେଇ ବିବାଦ

କଟକ,୬।୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତବର୍ଷ କଟକ ମହାନଗର...

ତଦନ୍ତରେ ବାଧା ଭିଏଟ୍‌ନାମା ଭାଷା

ପାରାଦୀପ,୬।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ବର୍ଥରୁ ନଭେମ୍ବର ୩୦ ତାରିଖ ରାତିରେ ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜରୁ...

ଲଘୁଚାପ ବର୍ଷାକୁ ନେଇ ଭୟଭୀତ ଚାଷୀ

ଯାଜପୁର ସଦର,୬।୧୨(ସମର ବିଜୟ ଶରଣ): ଲଘୁଚାପ ବର୍ଷାକୁ ନେଇ ଯାଜପୁର ବ୍ଲକ୍‌ ଅଞ୍ଚଳର ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି। ଯଦି ବର୍ଷା ହୁଏ ତେବେ ଅନେକ...

୩୩ ବର୍ଷ ହେଲା ରାସ୍ତା ନିର୍ମାଣ ହୋଇପାରୁନି

ପ୍ରୀତିପୁର,୬।୧୨(ସୁଶାନ୍ତ ବେହୁରିଆ):ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି ବିସିଜେ ହାଇସ୍କୁଲ ଛକଠାରୁ ଦଶରଥପୁର ବ୍ଲକର ବଡ଼ କୁଁଆଲ ଗାଁ ପର୍ଯ୍ୟନ୍ତ ରାସ୍ତା ୩୩ ବର୍ଷ ହେବ ନିର୍ମାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri