କରୋନା ବଦଳାଇଲା ସାବିତ୍ରୀ ବ୍ରତ ପାଳନର ରୂପରେଖ: ମାସ୍କ ପିନ୍ଧି ପୂଜାର୍ଚ୍ଚନା କଲେ ମହିଳା

ବଲାଙ୍ଗୀର ଅଫିସ, ୨୨ା୫-ସାରା ଓଡିଶାରେ ସାବିତ୍ରୀ ବ୍ରତଧାରୀ ମହିଳାମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରୁଛନ୍ତି ା ଏହି ଅବସରରେ ବଲାଙ୍ଗିରରେ ମଧ୍ୟ ସଧବାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ବ୍ରତପୂଜାର ଆୟୋଜନ ହୋଇଛି। ଏଥିପାଇଁ ମଧ୍ୟ ବେଶ ଭିଡ ପରିଲକ୍ଷିତ ହୋଇଛି। ସମ୍ପ୍ରତି କରୋନା କଟକଣା ଏହି ପର୍ବକୁ ଅଟକାଇ ପାରିନାହିଁ। ହେଲେ ମହିଳାମାନେ ବେଶ ସତର୍କତା ଅବଲମ୍ବନ କରିଥିବା ପରିଲକ୍ଷିତ ହୋଇଛି। ସହରର ତୁଳସୀନଗରପଡାରେ ମହିଳାମାନେ କୋଭିଡ-୧୯କୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧି ପୂଜାର୍ଚ୍ଚନା କରିଛନ୍ତି। ସାନିଟାଇଜର୍‌ ବ୍ୟବହାର କରିବା ସହ ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ବଲାଙ୍ଗିର ଅରେଞ୍ଜ ଜୋନ ଥିଲେ ହେଁ ଲୋକଙ୍କ ମଧ୍ୟରେ ଦିନକୁ ନେଇ ବେଶ ଉତ୍ସାହ,ଉଦ୍ଦୀପନା ଓ ଖୁସିର ବାତାବରଣ ଥିବା ଦେଖାଯାଇଛି। ଲଗ୍ନ ଅନୁଯାୟୀ ସଧବା ବ୍ରତଧାରୀମାନେ ପୂଜା ଶେଷ ପରେ ସତ୍ୟବାନମାନଙ୍କୁ ଗୋଡ ଧୋଇ ପୂଜା କରିବାର ପରମ୍ପରାକୁ ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଭାଙ୍ଗିଲା ଡ୍ରିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି। ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ଭାଙ୍ଗିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର...

ଚିକିତ୍ସା ସହାୟତା ପାଇଁ ନିବେଦନ, ଧରିତ୍ରୀ ଖବରକୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୧୩।୫: ବରଗଡ଼ ଜିଲା ପାଇକମାଲ ଥାନା ଯୋଗୀନ୍ଦ୍ରନାଥପୁର ଗ୍ରାମର ଭାନୁମତୀ ଓ ଉଦ୍ଧବ ଗୁଣ୍ଡିଙ୍କ ଏକବର୍ଷର ଶିଶୁକନ୍ୟା ନିକିତାଙ୍କ ଶରୀର ଦିନକୁ ଦିନ ବଙ୍କେଇ...

ବରଗଡ଼ରୁ ଆଉ ଏକ ମୁଣ୍ଡ ନେଲା କରୋନା, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪

ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢିଚାଲିଛି। ତେବେ ଶନିବାର ପୁଣି...

ନାହିଁ ଜଳ ନିଷ୍କାସନ ବ୍ୟବସ୍ଥା: ବିଦ୍ୟାଳୟ ପରିସରରେ ଜମି ରହୁଛି ବର୍ଷା ପାଣି, ପାଠପଢାରେ ସମସ୍ୟା

ଖଣ୍ଡପଡା,୨୯।୯(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତର ପଥୁରିଆ ଗ୍ରାମସ୍ଥିତ ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବିଦ୍ୟାଳୟ...

ଅଜୁ ନନାଙ୍କ ଆରିସା ପିଠା

କେନ୍ଦୁଝର, ୨୯।୭(ଡି.ଏନ.ଏ.): କେନ୍ଦୁଝର ସହରରେ ଆରିସା ପିଠା କଥା ଉଠିଲେ ଲୋକେ ଅଜୁ ନନାଙ୍କ କଥା ମନେ ପକାନ୍ତି। ତାଙ୍କ ଆରିସା ଯିଏ ଥରେ ଖାଇଛି...

ବଦନାମକୁ ଭୟ ନ କରି ସିଏଏ କରାଯାଇଛି, ଏହାଦ୍ୱାରା ସଂଖ୍ୟାଲଘୁଙ୍କ ନାଗରିକତା ଯିବନାହିଁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍‌ବୋଧନ ଦେଇଛନ୍ତି। ଜଗନ୍ନାଥଙ୍କୁ ସ୍ମରଣ କରି ଶାହା ନିଜର ବକ୍ତବ୍ୟ...

ସାତ ଦିନରେ ସାତ ରଙ୍ଗର ପାଟ

ମହାପ୍ରଭୁଙ୍କ ସବୁ ପରମ୍ପରା ଭଳି ତାଙ୍କ ବସ୍ତ୍ର ସମ୍ଭାରରେ ବି ରହିଛି ସ୍ବକୀୟତା। ବିଶେଷତଃ ତାଙ୍କୁ ଲାଗି ହେଉଥିବା ବସ୍ତ୍ର ‘ଖଣ୍ଡୁଆ ପାଟ’ ଭାବରେ ପରିଚିତ।...

CORONAVIRUS UPDATE: ଆଉ ୬ କରୋନା ପଜିଟିଭ ଚିହ୍ନଟ; ୧୬୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜ୍ୟରେ ଆଉ ୬ କରୋନା ପଜିଟିଭ ସୋମବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ତେବେ ଏହି ୬ଜଣଙ୍କ ମଧ୍ୟରେ ଯାଜପୁରର ୪ ଜଣ ହୋଇଥିବା...

Advertisement


Archives

Model This Week