କରୋନା ପୀଡ଼ିତ ଶିକ୍ଷକଙ୍କ ମୃତ୍ୟୁରେ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସହାୟତା ରାଶି ଭାବେ ୧କୋଟି ଟଙ୍କା ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। ମେ’ ୪ରେ ମ୍ୟୁନିସିପାଲ କର୍ପୋରେଶନ ଅଫ୍‌ ଦିଲ୍ଲୀ(ଏମ୍‌ସିଡି)ସ୍କୁଲରେ କାମ କରୁଥିବା ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ବୈକାଲି ସରକାର ନାମକ ଜଣେ ଶିକ୍ଷୟିତ୍ରୀ ଚୁକ୍ତି ଭିତ୍ତିରେ ଏମ୍‌ସିଡି ସ୍କୁଲରେ କାମ କରୁଥିଲେ। ସେ ଦିଲ୍ଲୀର ରୋହିନିରେ ରହୁଥିବା ବେଳେ ଏବେ କରୋନା ମୁକାବିଲା ପାଇଁ ସାଜିଥିଲେ ଆଗଧାଡିର ଯୋଦ୍ଧା। ସରକାରଙ୍କ ଏକ ହଙ୍ଗର ରିଲିଫ୍‌ ସେଣ୍ଟରରେ ସେ ଭୋକିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଆସୁଥିଲେ। ଏହାପରେ ସେ କରୋନାରେ ସଂକ୍ରମିତ ହୋଇ ମେ’ ୨ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେ’ ୪ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମେ’ ୫ରେ ତାଙ୍କର କରୋନା ପଜିଟିଭ ବୋଲି ରିପୋର୍ଟ ହସ୍ତଗତ ହେଲା। ପ୍ରଥମେ ତାଙ୍କୁ ଡାକ୍ତର ବାବାସାହେବ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଡାକ୍ତର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, କରୋନା ଯୋଦ୍ଧା ଯେମିତିକି ହେଲ୍‌ଥ ଓ୍ବାର୍କର,ସିଭିଲ ଡିଫେନ୍ସ ପର୍ସନାଲ, ଟିଚର,ପୋଲିସମେନ ଓ ଫୟାରମେନଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ପୂର୍ବରୁ କେଜରିଓ୍ବାଲ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କୁ ସମନ ଜାରି କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୮।୧: ଭଗବାନଙ୍କୁ ସମନ ଜାରି କରାଯାଇ ପାରିବ ନାହିଁ। ଏକ ମାମଲାର ବିଚାର କରି ମାଡ୍ରାସ୍‌ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। କୋର୍ଟରେ ଭଗବାନଙ୍କ...

ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା: ଗୋଟିଏ ବର୍ଷରେ ହୋଇଛିି ଏକ କୋଟିରୁ ଅଧିକ ନଗଦ ଉଠାଣ

ନୂଆଦିଲ୍ଲୀ,୮।୭: ଏବେ ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା ରହିଛି। ଏସବୁ ଜମା ଖାତାରେ ଗତ ଏକ ବର୍ଷ ମଧ୍ୟରେ ଏକ କୋଟିରୁ...

୪୦ ବର୍ଷରେ ଭାଜପା: କରୋନା ଲଢ଼େଇରେ ସାମିଲ୍‌ ହେବାକୁ ଆହ୍ବାନ ଦେଲେ ମୋଦି

ନୂଆଦିଲ୍ଲୀ,୬।୪: ଭାଜପା ସୋମବାର ୪୦ ବର୍ଷରେ ପାଦଦେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ସମସ୍ତ ସଦସ୍ୟଙ୍କୁ କରୋନା ଲଢ଼େଇରେ ସାମିଲ୍‌ ହେବାକୁ ଆହ୍ବାନ...

ପଡ଼ିଶା ଘର ଟ୍ରଙ୍କରୁ ମିଳିଲା ନିଖୋଜ ଝିଅର ମୃତଦେହ

ଲକ୍ଷ୍ନୌ,୪।୧୨: ଦୁଇ ଦିନ ହେଲା ନିଖୋଜ ଥିବା ୬ ବର୍ଷୀୟା ଝିଅର ମୃତଦେହ ମିଳିଛି ପଡ଼ିଶା ଘରର ଟ୍ରଙ୍କରୁ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁର...

ଏନ୍‌ଏସି ପ୍ରଶାସନ ପକ୍ଷରୁ ଥର୍ମାଲ ସ୍କ୍ରିନିଂ ଟେଷ୍ଟିଂ ଆରମ୍ଭ

ବୁଗୁଡ଼ା,୨୨।୫(ଡି.ଏନ୍‌.ଏ): ରାଜ୍ୟରେ ମହାମାରୀ କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ହେବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଘରକୁ ଘର...

ଫେରିବାଲା-ପରିବା ବିକାଳିଙ୍କ ହେବ କରୋନା ଟେଷ୍ଟ !

ନୂଆଦିଲ୍ଲୀ,୮।୮: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଏହାକୁ କମ୍‌ କରିବାକୁ ଚିନ୍ତା କରୁଛି। ଏହି...

ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର ଦୁର୍ଘଟଣା ଗ୍ରସ୍ତ…

ନୂଆଦିଲ୍ଲୀ,୮।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର ଶନିବାର ଜମ୍ମୁ-କଶ୍ମୀରର ରାମବନ ଜିଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୂଚନା ଅନୁଯାୟୀ, ତାଙ୍କ...

ବିରୋଧୀଙ୍କୁ ଏକଜୁଟ କରିବା ପାଇଁ କଂଗ୍ରେସର ନୂଆ ଅଭିଯାନ: ଆସନ୍ତା ୨୦ରେ ବୈଠକ ଡକାଇଲେ ସୋନିଆ

ନୂଆଦିଲ୍ଲୀ,୧୩।୮: ଭାଜପା ସରକାର ବିରୋଧରେ ବିରୋଧୀ ଦଳ ଲଗାତର ଭାବେ ଏକଜୁଟ ହେଉଥିବାର ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ...

Advertisement
Archives

Model This Week