କରୋନା ଚିହ୍ନଟ କରିବ କୁକୁର!

ଲଣ୍ଡନ: କରୋନା ଭୂତାଣୁ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏହି ମାରାତ୍ମକ ଭୂତାଣୁ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ହାନି ହୋଇସାରିଥିବା ବେଳେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦେଶର ବୈଜ୍ଞାନିକମାନେ ଦିନରାତି ଏକ କରି ଏହି ଭୂତାଣୁ ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ କିଛି ବୈଜ୍ଞାନିକ ଏକ ନୂଆ ଉପାୟ ଖୋଜି ପାଇଛନ୍ତି। ଯାହାଦ୍ୱାରା ଏହି ଭୂତାଣୁ ବ୍ୟାପିବାକୁ ରୋକାଯାଇପାରିବ। ବାସ୍ତବରେ ଏହି ମହାମାରୀକୁ ରୋକିବାରେ କୁକୁରମାନଙ୍କ ସହାୟତା ନିଆଯିବ। କୁକୁର ଶୁଙ୍ଘି ଏହି ଭୂତାଣୁ ଚିହ୍ନଟ କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।


ସାଧାରଣତଃ ମଣିଷ ତୁଳନାରେ କୁକୁରର ଘ୍ରାଣଶକ୍ତି ୧୦ ହଜାର ଗୁଣ ଅଧିକ। ଖାଲି ଏତିକି ନୁହେଁ, ଡ୍ରଗ୍ସ ଏବଂ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାର କ୍ଷମତା ମଧ୍ୟ କୁକୁରମାନଙ୍କର ରହିଛି। ଲଣ୍ଡନ୍‌ ସ୍କୁଲ ଅଫ୍‌ ହାଇଜିନ୍‌ ଏବଂ ଟ୍ରପିକାଲ ମେଡିସିନ୍‌ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କୁକୁରମାନେ ଶ୍ୱାସରୋଗ ସହିତ ଜଡ଼ିତ ଯେକୌଣସି ରୋଗକୁ ସହଜରେ ଜାଣିପାରିଥାନ୍ତି। କୁକୁରମାନେ ଶୁଙ୍ଘି ମ୍ୟାଲେରିଆ ଭଳି ରୋଗ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ ଅଟନ୍ତି। ଏହି କଥା ଜଣାପଡ଼ିବା ପରେ ବ୍ରିଟେନ୍‌ର ଚାରିଟେବୁଲ ଟ୍ରଷ୍ଟ ବୈଜ୍ଞାନିକମାନଙ୍କ ସହିତ ମିଶି ଏହା ଉପରେ ଗବେଷଣା ଜାରି ରଖିଛି। କୁକୁର କରୋନା ଭାଇରସ୍‌ ଚିହ୍ନଟ କରିବାରେ ସହଯୋଗ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି। ଅନୁଷ୍ଠାନ ପକ୍ଷରୁ କୁହାଯାଇଛି, ଏନେଇ କୁକୁରମାନଙ୍କୁ ସ୍ବତନ୍ତ୍ର ତାଲିମ ଦେବାକୁ ପଡ଼ିବ। ଏଥିସହ ଉକ୍ତ ସଂସ୍ଥା ଏହା ଉପରେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି।
ଲଣ୍ଡନ ସ୍କୁଲ୍‌ ଅଫ୍‌ ହାଇଜିନ୍‌ ଏବଂ ଟ୍ରପିକାଲ ମେଡିସିନ୍‌ର ରୋଗ ନିୟନ୍ତ୍ରଣ ମୁଖ୍ୟ କହିଛନ୍ତି, କୁକୁରମାନେ ମ୍ୟାଲେରିଆକୁ ସଠିକ୍‌ ଭାବରେ ଚିହ୍ନଟ କରିବାରେ ସକ୍ଷମ ଅଟନ୍ତି। ତେଣୁ ମହାମାରୀ କରୋନା ଭୂତାଣୁ ଚିହ୍ନଟ କରିବାରେ କୁକୁରମାନେ ସହାୟକ ହେବେ ବୋଲି ଆଶା ଏବଂ ବିଶ୍ୱାସ।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ୍‌ ସମୁଦ୍ର ସେତୁ: ଆଇଏନ୍‌ଏସ୍‌ ଜଲାଶ୍ୱରେ କଲୋମ୍ବୋରୁ ୭୦୦ ଭାରତୀୟ ଫେରିବେ ସ୍ବଦେଶ

କଲୋମ୍ବୋ,୧।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ବିଭିନ୍ନ...

ରାଜ୍ୟରେ ଉପରମୁହାଁ ସଂକ୍ରମଣ: ବଢୁଛି ପିଲାଙ୍କ ଚିନ୍ତା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପୁଣି ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଛି। ରାଜ୍ୟରେ ମଙ୍ଗଳବାର ୫୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭ ଜଣ...

୧୫ ସ୍ତ୍ରୀଙ୍କ ପାଇଁ ଶହେ କୋଟିର କାର୍‌ କିଣିଲେ ଗରିବ ଦେଶର ରାଜା

ବିଶ୍ୱର ଗରିବ ଦେଶ ଭାବେ ବେଶ୍‌ ଜଣାଶୁଣା ଆଫ୍ରିକାର ସ୍ବାଜିଲାଣ୍ଡ ବା ଏବେକାର ଇସ୍ବାତିନି। ଏଠାରେ ୬୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରୁହନ୍ତି...

ଆସିଲା କରୋନାର ତୃତୀୟ ଲହର, ଏକ ସପ୍ତାହରେ ୩ ଗୁଣା ସଂକ୍ରମଣ

ନୂଆଦିଲ୍ଲୀ,୩ ।୧: କରୋନାର ସଂକ୍ରମଣକୁ ଦେଖି ପ୍ରାୟ ସମସ୍ତ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଅନ୍ୟ କଟକଣା ବି ଲାଗୁ କରାଯାଇଛି । ଏହାପରେ ବି...

ବତକକୁ ଗୋଡ଼ାଇ ଖାଇବା ବଦଳରେ କୁକୁର କରୁଛି ଏପରି: ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମାଲିକଙ୍କ ମୃତ୍ୟୁର ୧୫ ମିନିଟ ଭିତରେ ଜୀବନ ହାରିଲା ପୋଷା କୁକୁର

ମଣିଷ-ପଶୁ ସମ୍ପର୍କ ସବୁବେଳେ ସ୍ବତନ୍ତ୍ର। ଏହା ଏପରି ସମ୍ପର୍କ, ଯାହା କେବେ ସ୍ବାର୍ଥ ଦେଖେନାହଁି ନା ଏଥିରେ ଥାଏ ଛନ୍ଦ କପଟ! ଏଭଳି ଏକ ନିଆରା...

ସିନ୍ଧୁ ସଭ୍ୟତା ଲୋକେ ଥିଲେ ମାଂସାହାରୀ

ନୂଆଦିଲ୍ଲୀ/କେମ୍ବ୍ରିଜ୍‌,୧୦।୧୨: ସିନ୍ଧୁ ସଭ୍ୟତା ଲୋକେ ମାଂସାହାରୀ ଥିଲେ। ଏହା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏସମ୍ପର୍କିତ ତଥ୍ୟ ଜର୍ନାଲ ଅଫ୍‌ ଆର୍କିୟୋଲୋଜିକାଲ ସାଇନ୍ସ୍‌ରେ ପ୍ରକାଶିତ ହୋଇଛି।...

ଚୌଦ୍ୱାର ଜେଲ୍‌ର ୮ କଏଦୀଙ୍କୁ କରୋନା

ଚୌଦ୍ୱାର,୧୦ା୭(ଡି.ଏନ୍‌.ଏ.): କଟକ ଚୌଦ୍ୱାର ଜେଲ୍‌ର ୮ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୩ ଜଣ ବିଚାରାଧୀନ କଏଦୀ ଥିବା ବେଳେ ଆଉ...

Advertisement
Archives

Model This Week