Posted inଜାତୀୟ

କରୋନା କବଳରେ ୧୨୧ ଦେଶ

ନୂଆଦିଲ୍ଲୀ,୧୨ା୩: ଚାଇନାର ଉହାନ ସହରରେ ପ୍ରଥମେ ଦେଖାଦେଇଥିବା ମାରାତ୍ମକ କରୋନା ଭୂତାଣୁ ଏବେ ୧୨୧ ଦେଶକୁ ବ୍ୟାପିଲାଣି। ଏଥିରେ ମୋଟ ୧,୨୧,୭୩୮ ଜଣ ସଂକ୍ରମିତ ହୋଇଥିବାବେଳେ ୪୩୮୨ ଜଣଙ୍କ ମୃତ୍ୟୁ ହେଲାଣି। ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୦,୭୯୦ ହୋଇଥିବାବେଳେ ୩୧୫୮ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଇଟାଲୀରେ ୧୦,୧୪୯ ସଂକ୍ରମିତ ଓ ୬୩୧ ଜଣଙ୍କ ମୃତ୍ୟୁ ହେଲାଣି। ଇରାନରେ ୯,୦୦୦ କରୋନା ସଂକ୍ରମିତ ହୋଇଥିବାବେଳେ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ କୋରିଆରେ ରୋଗୀସଂଖ୍ୟା ୭,୭୫୫ ଓ ମୃତକଙ୍କ ସଂଖ୍ୟା ୬୧ ରହିଛି। ସ୍ପେନ୍‌ରେ ୨,୧୮୨ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୪୯ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ ୧,୭୮୪, ଆମେରିକାରେ୧,୦୧୬ ଜଣ, ସ୍ବିଜରଲାଣ୍ଡରେ ୬୫୨, ଜାପାନରେ ୫୮୭ ଜଣ, ନେଦରଲାଣ୍ଡସ୍‌ରେ ୫୦୩, ବ୍ରିଟେନରେ ୪୫୬, ଅଷ୍ଟ୍ରେଲିଆରେ ୧୨୭, ହଂକଂରେ ୧୨୬ ଓ ଇରାକରେ ୭୧ ଜଣ କରୋନା ଆକ୍ରାନ୍ତ। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୩୩ ହୋଇଥିବାବେଳେ ଆମେରିକାରେ ୩୧, ସ୍ବିଜରଲାଣ୍ଡରେ ୪, ଜାପାନରେ ୧୨, ନେଦରଲାଣ୍ଡସ୍‌ରେ ୫, ବ୍ରିଟେନରେ ୬, ଅଷ୍ଟ୍ରେଲିଆରେ ୩, ହଂକଂରେ ୩ ଓ ଇରାକରେ ୭ ରହିଛି। ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ତଥା କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ନାଡିନେ ଡୋରିସ୍‌ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡିବା ପରେ ସେ ନିଜକୁ ଘରେ ଅନ୍ୟମାନଙ୍କଠାରୁ ଅଲଗା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ଚାରମିନାରର କିଛି ଅଂଶ

ହାଇଦ୍ରାବାଦ,୨।୫: ଆନ୍ଧ୍ର ପ୍ରଦେଶରେ ଥିବା ୪ଶହ ବର୍ଷ ପୁରୁଣା ଚାରମିନାରର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି। ବୁଧବାର ରାତିରେ ଏହାର ଏକ ଖମ୍ବର କିଛି...

ଅତ୍ୟଧିକ ଟିକସ ସାମାଜିକ ଅନ୍ୟାୟ: ସିଜେଆଇ

ନୂଆଦିଲ୍ଲୀ, ୨୫ା୧ (ଆଇଏଏନ୍‌ଏସ୍‌) : ଟିକସ ଠକେଇ ହେଉଛି ଭାରତୀୟ ନାଗରିକମାନଙ୍କ ପ୍ରତି ସାମାଜିକ ଅନ୍ୟାୟ। ସେହିପରି ସରକାରଙ୍କ ପକ୍ଷରୁ ଲୋକଙ୍କ ଉପରେ ସ୍ବେଚ୍ଛାଚାର ଭାବେ...

ବିଏସ୍‌ଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ଶହୀଦ

ଶ୍ରୀନଗର, ୨୦।୫: ଜମ୍ମୁ-କଶ୍ମୀର ଶ୍ରୀନଗରରେ ବିଏସ୍‌ଏଫ୍‌ ଯବାନଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,...

ଭିଡ଼ ହିଂସା ପାଇଁ କମଲନାଥ ସରକାର ଆଣିବେ କଡ଼ା ଆଇନ: ହେବ ୫ ବର୍ଷ ଜେଲ୍‌ ଦଣ୍ଡ

ଭୋପାଳ,୨୭।୬: ମଧ୍ୟପ୍ରଦେଶରେ କମଲନାଥ ସରକାର ଭିଡ଼ ହିଂସା ପାଇଁ କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଏଣିକି ଏଭଳି କରୁଥିବା ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍‌ ସହିତ...

ତ୍ରିପୁରା ବିଧାନସଭା ନିର୍ବାଚନ: ପ୍ରଥମ ଥର ପାଇଁ ୬୦ ମତଗଣନା ପର୍ଯ୍ୟବେକ୍ଷକ ନିଯୁକ୍ତ…

ଅଗରତାଲା,୨୫।୨ : ତ୍ରିପୁରାରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଲୋକମାନେ ଫଳାଫଳକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ୬୦...

ସୀତାଙ୍କ ସହ ବସି ମଦ୍ୟପାନ କରୁଥିଲେ ରାମ: ଲେଖକଙ୍କ ମନ୍ତବ୍ୟ ନେଇ ବିବାଦ…

ବେଙ୍ଗାଲୁରୁ,୨୨।୧ : ରାମଚରିତମାନସ ବିବାଦ ପରେ କର୍ନାଟକର ଲେଖକ କେ.ଏସ ଭଗବାନ ପୁଣି ପ୍ରଭୁ ଶ୍ରୀରାମଙ୍କ ବିଷୟରେ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ...

୩୧ ଯାଏ ଲକ୍‌ଡାଉନ ବଢ଼ାଇବ ମହାରାଷ୍ଟ୍ର

ମୁମ୍ବାଇ,୧୫।୫: ମହାରାଷ୍ଟ୍ରରେ ଲକ୍‌ଡାଉନ ଅବଧି ମେ’ ୩୧ ପର୍ଯ୍ୟନ୍ତ ବଢ଼ାଇବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।...

ପ୍ରତି ୫ ଜରାୟୁ କର୍କଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭାରତୀୟ

ନୂଆଦିଲ୍ଲୀ, ୧୬।୧୨:ବିଶ୍ୱରେ ପ୍ରତି ୫ ଜଣ ଜରାୟୁ କର୍କଟ ରୋଗୀଙ୍କ ମଧ୍ୟରୁ ଜଣେ ଭାରତୀୟ। ମୋଟ ଜନସଂଖ୍ୟାର ୨୧% ମହିଳା ଏ ରୋଗରେ ଆକ୍ରାନ୍ତ ହେଉଥିବା...

Advertisement
Archives

Model This Week