କରୋନା କଟକଣା: ବିଭିନ୍ନ ହୋଟେଲ, ଫାଷ୍ଟଫୁଡ୍‌, ଉଠାଦୋକାନ ବନ୍ଦ

ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପୌର ପ୍ରଶାସନ କରୋନା ନିମନ୍ତେ କଡ଼ା ପଦକ୍ଷେପ ନେଇଛି। ଜିଲାରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଜନସମାଗମ ଏଡ଼ାଇବା ସମ୍ଭବ ହୋଇପାରୁ ନ ଥିବାରୁ ଶନିବାରଠାରୁ ବିଭିନ୍ନ ହୋଟେଲ, ରାସ୍ତାକଡ଼ ଫାଷ୍ଟଫୁଡ୍‌, ଗୁପ୍‌ଚୁପ୍‌ ଠେଲା ଓ ଉଠା ଦୋକାନୀଙ୍କୁ ବନ୍ଦ କରିଛି ପୌର ପ୍ରଶାସନ। ତେବେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା। ସେ କହିଛନ୍ତି, ଶୁକ୍ରବାର ସନ୍ଧ୍ୟାରେ ଏ ନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦୋକାନୀମାନଙ୍କୁ ଅବଗତ କରାଯାଇଥିଲା। ଶନିବାର ପୂର୍ବାହ୍ନରୁ ବସ୍‌ଷ୍ଟାଣ୍ଡ, ବାଟା ଛକ, ମେନ୍‌ ରୋଡ୍‌, ହାଟପଡ଼ିଆ ଆଦି ଅଞ୍ଚଳରେ ହୋଟେଲ, ଉଠା ଦୋକାନୀ, ଚା’ଦୋକାନ ଆଦି ବନ୍ଦ କରାଯାଇଛି। ସନ୍ଧ୍ୟାରେ ପୁଣି ଦୋକାନୀମାନଙ୍କୁ ଦୋକାନ ବନ୍ଦ ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଶ୍ରମିକ କରୋନା ପଜିଟିଭ୍‌ ଚିହ୍ନଟ: ଶିଳ୍ପ ପ୍ରତିଷ୍ଠାନ ବନ୍ଦ ଦାବି ଜୋର୍‌ ଧରିଲା

ଝାରସୁଗୁଡ଼ା ଅଫିସ,୬ା୮: ଝାରସୁଗୁଡ଼ା ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବହୁ...

ଘର ସହ ଜଳିଗଲେ ନବବଧୂ

ଭଦ୍ରକ ଅଫିସ, ୧୨।୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସେରପୁର ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଘଟି ତିନି ବଖରା ସହ...

‘ଫେରନ୍ତା ସତର୍କ ରହିଲେ ସଂକ୍ରମଣ ହେବ ନାହିଁ’ : ବିମାନ, ରେଳରେ ଫେରନ୍ତାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, ୧୩ା୫(ବ୍ୟୁରୋ): ବାହାର ରାଜ୍ୟ ବା ଦେଶରୁ ଫେରୁଥିବା ପ୍ରବାସୀମାନେ ସମସ୍ତେ କରୋନା ପଜିଟିଭ୍‌ ନୁହନ୍ତି। ଯଦି ସେମାନେ ସଙ୍ଗରୋଧରେ ରହିବେ ଓ ସମସ୍ତ ସତର୍କତା...

ଗୀତ ଗାଇ ସଚେତନ କରାଇଲେ ବିଡିଓ

ଖଇରା, ୧୫।୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ କାର୍ଯ୍ୟରତ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି।...

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଯୁବକ ଗିରଫ

ଶଙ୍କରାଖୋଲ,୨୪ା୬(ଡି.ଏନ୍‌.ଏ.)- ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ସଲପଗଁାର...

ପୋଲିସ ଡିଜିଙ୍କ ସହ ଆଇଏମ୍‌ଏ ପ୍ରତିନିଧିଙ୍କ ଆଲୋଚନା: ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ

କଟକ ଅଫିସ୍‌,୨୬।୪: କରୋନା ଭୂତାଣୁକୁ ମୁକାବିଲା କରିବାରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ପ୍ରମୁଖ ଭୂମିକା ନେଉଛନ୍ତି। ହେଲେ ରାଜ୍ୟର ଅନେକ ସ୍ଥାନରେ ସେମାନେ ଅସଦାଚରଣ...

ଦୁଇ ପୁଅଙ୍କୁ ବିଷ ଦେଇ ମା’ଙ୍କ ଆତ୍ମହତ୍ୟା: ଜଣେ ପୁଅ ମୃତ, ଜଣେ ଗୁରୁତର

କାଲିମେଳା,୭।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଳରାଇ ପଞ୍ଚାୟତ ତେଳରାଇ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା ତାଙ୍କ ଦୁଇ ପୁଅଙ୍କୁ...

ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ମିଳନ ଆରମ୍ଭ

ଗଞ୍ଜାମ,୨୦-୧୧(ଡି.ଏନ.ଏ.):ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ...

Coronavirus Update


Archives

Model This Week

Why Dharitri