କରୋନା ଆତଙ୍କ: ମାସ୍କ ତିଆରି କରୁଛନ୍ତି ଏସ୍‌ଏଚ୍‌ଜି ମହିଳା

ଜୟପୁର, ୧୯।୩ (ନି.ପ୍ର.): ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହାଠାରୁ ବଞ୍ଚିବାକୁ ହେଲେ ସଚେତନ ଓ ସତର୍କତା ଅବଲମ୍ବନ ପାଇଁ ସରକାର ଘୋଷଣା କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏକାଠି ନ ବୁଲିବା, ଲୋକଙ୍କ ସଂସ୍ପର୍ଶରେ ନ ଆସିବାକୁ ସଚେତନ କରାଯାଉଛି। ସେହିଭଳି ମାସ୍କ ବ୍ୟବହାର କରିବାକୁ ସରକାର ଲୋକଙ୍କୁ ସଚେତନ କରିଛନ୍ତି। ବର୍ତ୍ତମାନ ବଜାରରେ ମାସ୍କ ଅଭାବ ଦେଖାଦେଇଛି। ଏହାକୁ ଦୂର କରିବା ପାଇଁ ଜୟପୁର ଚନ୍ଦନବାଡ ସାହିର ଶ୍ରୀ ଲକ୍ଷ୍ମୀ ଗଣପତି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଆଗେଇ ଆସିଛନ୍ତି। ସ୍କୁଲ ଡ୍ରେସ ତିଆରି କରୁଥିବା ଏହି ସଂଘର ମହିଳାମାନେ ଏବେ ମାସ୍କ ତିଆରି କରୁଛନ୍ତି। ଏହି ମାସ୍କକୁ ବଜାରରେ ବିକ୍ରି କରାଯାଉଛି।
ସ୍ଥାନୀୟ ଅଞ୍ଚଳର ୧୦ ଜଣ ମହିଳା ମିଶି ଏହି ଗ୍ରୁପ ଆରମ୍ଭ କରିଥିଲେ। ପ୍ରଥମେ ସେମାନେ ସ୍କୁଲ ଡ୍ରେସ ସିଲେଇ କରୁଥିଲେ। ତେବେ କରୋନା ଭୟାବହତାକୁ ନଜରରେ ରଖି ଲୋକେ ଅଧିକ ସଂଖ୍ୟାରେ ମାସ୍କ ବ୍ୟବହାର କରୁଛନ୍ତି। ଫଳରେ ବଜାରରେ ମାସ୍କର ଅଭାବ ଦେଖାଦେଉଛି। ଏହି ସମୟରେ କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ସଂଘ ମହିଳାମାନେ। ମାସ୍କ ତିଆରି କରିବାକୁ ମନ ବଳେଇ ଥିଲେ। ନିଜ ସହ ୪୦ ଜଣ ମହିଳାଙ୍କୁ ନିୟୋଜିତ କରି ୩ ଦିନ ହେବ ଆରମ୍ଭ କରିଛନ୍ତି ମାସ୍କ ସିଲେଇ। ଗୋଟିଏ ପ୍ୟାକେଟରେ ରହୁଛି ୧୦ ମାସ୍କ। ଗୋଟଏ ମାସ୍କକୁ ୨୦ଟଙ୍କା ହିସାବରେ ପ୍ୟାକେଟକୁ ୨ଶହ ଟଙ୍କାରେ ସ୍କୁଲ, ହଷ୍ଟେଲ, ଔଷଧ ଦୋକାନରେ ବିକ୍ରି କରାଯାଉଛି। ମାସ୍କ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଲୁଧିଆନା, କୋଲକାତାରୁ ଆସୁଛି। ମାସ୍କଗୁଡିକୁ କଟନ କପଡ଼ାରେ ତିଆରି କରାଯାଉଛି। ତେଣୁ ଏହାକୁ ଭଲଭଭାବେ ଧୋଇ ଶୁଖେଇ ପୁଣି ଥରେ ବ୍ୟବହାର କରଯାଇ ପାରୁଥିବାରୁ ଏହାର ଚାହିଦା ବଜାରରେ ଭଲ ରହିଛି ବୋଲି ମହିଳାମାନେ କହିଛନ୍ତି। ମାସ୍କ ତିଆରି କରୁଥିବା ମହିଳାଙ୍କୁ ସିଲେଇ ହିସାବରେ ଟଙ୍କା ଦିଆଯାଉଛି ବୋଲି ଗ୍ରୁପ ସଭାପତି ଜି. ଭାରତି, ସମ୍ପାଦିକା ଓ୍ବାଇ. କାନ୍ତା କହିଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ କରୋନା ମୁକାବିଲା ପାଇଁ ଆଗେଇ ଆସିଥିବା ଏହି ମହିଳାମାନେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

ଅଲୋଡା ରେକର୍ଡ କଲେ ଅଭିଷେକ ଶର୍ମା: ଟି-୨୦ରେ ଓପନର ଭାବେ…

ସାନୋ, ୨୩।୯: ଜାପାନ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ପାଇଁ ନିରାଶାଜନକ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ…

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?