କରୋନା ଆକ୍ରାନ୍ତ ଯୁବକ ଚିକିତ୍ସିତ ହୋଇଥିବା ଘରୋଇ କ୍ଲିନିକ ବନ୍ଦ

କଟକ ରୋଡ,୧୭।୩(ଡି.ଏନ୍‌.ଏ.): ରାଜଧାନୀର ଜଣେ ଯୁବକଙ୍କ ରକ୍ତ ନମୁନାରେ କରୋନା ଭୂତାଣୁ ଥିବା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଯୁବକଜଣକ ଇଟାଲୀରୁ ଭୁବନେଶ୍ୱର ଫେରିବା ପରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ କ୍ଲିନିକରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ଉକ୍ତ କ୍ଲିନିକକୁ ୧୪ଦିନ ପାଇଁ ବନ୍ଦ କରିଦିଆଯାଇଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ରେ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଉକ୍ତ କ୍ଲିନିକରେ ପହଞ୍ଚିଥିଲେ। ଥଣ୍ଡା, କାଶ ପାଇଁ ଯୁବକ ଜଣକ ଏଠାରେ ଚିକିତ୍ସା ହୋଇଥିବା ନେଇ କ୍ଲିନିକ ଚଳାଉଥିବା ଡାକ୍ତରଙ୍କୁ ଯୁବକଙ୍କ ସମ୍ପର୍କରେ ପଚରାଉଚରା କରିଥିଲେ। କ୍ଲିନିକରେ ରୋଗୀଙ୍କ ଗହଳି ଦେଖିବା ପରେ ଟିମ ତୁରନ୍ତ କ୍ଳିନିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଡାକ୍ତର ଓ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ୧୪ଦିନ ପର୍ଯ୍ୟନ୍ତ କ୍ଲିନିକ ବନ୍ଦ ରଖିବା ପାଇଁ କାନ୍ଥରେ ଲେଖିଦିଆଯାଇଥିଲା। ନିକଟରେ ଥିବା ଏକ ମେଡିଶିନ ଦୋକାନୀଙ୍କୁ ମଧ୍ୟ ପଚରାଉଚରା କରିବା ପରେ ଗହଳି କମ୍‌ କରିବା ପାଇଁ କୁହାଯାଇଥିବା ବ୍ୟବସାୟୀ ଆଶିଷ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି, ଧକ୍କା ଦେଇ ଗାଡ଼ି ଫେରାର

କେନ୍ଦୁଝର/ପାଟଣା,୧୦/୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଗୁରୁବାର ଅପରାହ୍ନରେ କେନ୍ଦୁଝର ଆରକ୍ଷୀ...

୨ ଓଡ୍ରାଫ୍‌, ୧୪ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ଜଗତ୍‌ସିଂହପୁର ଅଫିସ, ୪।୧୨: ବାତ୍ୟା ‘ଜୱାଦ’ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଧ୍ୟରାତ୍ର ପରେ ଏହା ପରିମାଣ ବଢ଼ିବ ବୋଲି...

ଚକାପାଦ ଘାଟିରୁ ଖସୁଛି ଅତଡା, ପଥର

ଶଙ୍କରାଖୋଲା,୨୫ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ଟିକାବାଲି ଠାରୁ ଚକାପାଦ ପ୍ରାୟ ୧୮ କିମି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ଚକାପାଦ ଘାଟି ଶେଷ ଯାଏ ପ୍ରାୟ...

CORONAVIRUS UPDATE: ଜଗତସିଂହପୁର ଛୁଇଁଲା କରୋନା; ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୬।୫(ବ୍ୟୁରୋ)-ଜଗତସିଂହପୁରକୁ ଛୁଇଁଲା କରୋନା। ବୁଧବାର ଅପରାହ୍ନରେ ଜିଲାରେ ପ୍ରଥମ କରି ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ...

ସରକାରୀ ବାସଭବନରେ ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ପାରଳାଖେମୁଣ୍ଡି,୧୭ା୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପ୍ରୟାସ ଆରମ୍ଭ...

ଫସଲବୀମା ପ୍ରଦାନରେ ଅବହେଳା, ଆଗକୁ ଚାଷୀଙ୍କ ଆନ୍ଦୋଳନ ଜୋରଦାର୍‌

ସାକ୍ଷୀଗୋପାଳ,୭।୧୧(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷତିପୂରଣ ପ୍ରଦାନରେ ଅବହେଳା ଅଭିଯୋଗ କରି ସତ୍ୟବାଦୀ ବ୍ଲକର ଶୁକଳ ଓ ଆଳିଶ ପଞ୍ଚାୟତର ଶତାଧିକ ଚାଷୀ ଆନ୍ଦୋଳନ ଡାକରା ଦେଇଛନ୍ତି।...

କାଶୀନଗର ଏନ୍‌ଏସି: ୨ ବୁଥ୍‌ ସମ୍ବେଦନଶୀଳ

କାଶୀନଗର,୨୧ା୩-କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୩ଟି ୱାର୍ଡରେ ୧୩ଟି ବୁଥ ହେବ। ସେଥିମଧ୍ୟରୁ ଓ୍ବାର୍ଡ ନଂ. ୪ ଓ ୬ନଂ ବୁଥ ସମ୍ବେଦନଶୀଳ ବୋଲି ପୋଲିସ...

ଅନିୟମିତତାରେ ଚାଲିଛି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ: ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ, ଜାଣିଶୁଣି କାର୍ଯ୍ୟାଳୟର ସିସି ଟିଭି କେମେରା ଅଚଳ

ଦେବଗଡ଼, ୧୨ା୧(ଡି.ଏନ.ଏ.) -ଦେବଗଡ଼ ସହର ପୁରୁଣାଗଡ କଲେଜ ରୋଡସ୍ଥିତ ଆର୍‌ଡବ୍ଲୁଏସ୍‌ଏସ୍‌ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ) ବିଭାଗର କାର୍ଯ୍ୟାଳୟ ଅନିୟମିତତାରେ ଚାଲିଛି। ଇଛା ଅନୁସାରେ...

Advertisement
Archives

Model This Week