କରୋନାରୁ ରକ୍ଷା ପାଇଁ ମା’ ଅମ୍ବିକା ମନ୍ଦିରରେ ଦୀପଦାନ

ବାରିପଦା ଅଫିସ, ୧୫ା୩ -ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ ଦାଉରୁ ରକ୍ଷା ପାଇବା ଲାଗି ସ୍ଥାନୀୟ ‘ହେଲ୍ପିଂ ବୟ’ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମା’ ଅମ୍ବିକା ମନ୍ଦିରରେ ଶନିବାର ଦୀପଦାନ କରାଯାଇଥିଲା। ମୟୂରଭଞ୍ଜବାସୀଙ୍କ ସମେତ ସାରା ଦେଶରେ କିପରି କରୋନା ଭାଇରସ୍‌ ପ୍ରବେଶ ନ କରିବ ସେଥିପାଇଁ ଯୁବକମାନେ ମା’ ଅମ୍ବିକାଙ୍କୁ ପ୍ରାର୍ଥନା କରିଥିଲେ। ଯୁବ ସମାଜସେବୀ ରାହୁଲ କରନଙ୍କ ନେତୃତ୍ୱରେ ଶତାଧିକ ଯୁବକ ମା’ ଅମ୍ବିକାଙ୍କ ମନ୍ଦିର ନିକଟରେ ଏକତ୍ରିତ ହୋଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କରୋନା ସଂକ୍ରମଣରୁ ବର୍ତ୍ତିବା ସକାଶେ ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ଲାଗି ଲୋକଙ୍କୁ ଅନୁରୋଧ କରାଯାଇଛି। ଜିଲାବାସୀ ସଚେତନ ହୋଇ ନିଜ ପରିବେଶକୁ ସ୍ବଚ୍ଛ ରଖିବା ସହ ସାବୁନରେ ହାତ ଧୋଇ ଖାଦ୍ୟ ପଦାର୍ଥ ଖାଇବାକୁ ହେଲ୍ପିଂ ବଏ ପକ୍ଷରୁ ଅନୁରୋଧ କରାଯାଇଥିଲା। କାର୍ଯ୍ୟକ୍ରମରେ ଲଳିତ ସରକାର, ସରୋଜ ପଦାର, ରାଜ ରଏ, ସାଗର ପାତ୍ର, ଶୁଭ ରଏ, ରାଜେଶ ପ୍ରହରାଜ, ସ୍ବାଗତ ସମ୍ପଦ ଦାସ, ନିକୁ ମହାନ୍ତି, ପ୍ରଶାନ୍ତ ସେନାପତି, ବିଶ୍ୱଜିତ ଭୂୟଁ।, ସୁବ୍ରତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୧।୧୧: ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ପର୍ଯ୍ୟଟକମାନେ ଆଜି ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ୍‌ ଏବଂ...

ଦିନକୁ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ପରିବା ନଷ୍ଟ

ବୈଶିଙ୍ଗା,୨୧ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀ ଅବବାହିକାରେ ପ୍ରଚୁର ପରିମାଣରେ ପନିପରିବା ଚାଷ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଜହ୍ନି,...

ଭୀମକୁଣ୍ଡ ମକର ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଠାକୁରମୁଣ୍ଡା,୧୬ା୧(ଡ଼ି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଠାକୁରମୁଣ୍ଡା ବ୍ଲକ ଅଧୀନ ଭୀମକୁଣ୍ଡରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏଥି...

ବାସହରା ହେଲେ ଅନାଥ ଭଉଣୀଭାଇ

ମୋରଡ଼ା, ୮।୫ (ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟି ରେଞ୍ଜ୍‌ ଅଞ୍ଚଳରେ ବର୍ଷତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବହୁ...

ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି: ପରୀକ୍ଷା ଫି କମାଇବା ଦାବିରେ ଆନ୍ଦୋଳନ

ବାରିପଦା ଅଫିସ,୬ା୧୧: ମୟୂରଭଞ୍ଜ ଜିଲା ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ପରିଚାଳନାଗତତ୍ରୁଟି ଯୋଗୁ କିଛି ଦିନ ହେବ ଛାତ୍ର ଆନ୍ଦୋଳନ ଲାଗି...

ଚାଲିକି ଯାଉଥିଲେ, ଚଢିଗଲା ବୋଲେରୋ

ରାଇରଙ୍ଗପୁର,୧୮ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଭିଲା ବିଶୋଇ ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ମହୁଭଣ୍ଡାର ଛକ ନିକଟର ଶୁକ୍ରବାର ଏକ ବୋଲେରୋ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ...

ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଦନ୍ତାହାତୀ

ବାରିପଦା ଅଫିସ,୯ା୧୦: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଆସିଥିବା ଦନ୍ତାହାତୀଟି...

ଚରିତ୍ର ସଂହାର ଅଭିଯୋଗରେ ଯୁବକ ଗିରଫ

ରାସଗୋବିନ୍ଦପୁର,୧୫।୧୨ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଣଚାଟି ଅଞ୍ଚଳର ଜଣେ ମହିଳାଙ୍କ ଚରିତ୍ରସଂହାର କରି ଏକ ବ୍ୟାନର ମାରିବା ଅଭିଯୋଗରେ ପୋଲିିସ ଅଭିଯୁକ୍ତ...

Advertisement
Archives

Model This Week