Posted inଜାତୀୟ

କମଲନାଥ ସରକାରଙ୍କ ଫ୍ଲୋର ଟେଷ୍ଟକୁ ନେଇ ଲାଗି ରହିଛି ଅନିଶ୍ଚିତତା

ଭୋପାଳ,୧୬।୩: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଉପରେ ସମସ୍ତଙ୍କ ନଜର। କଂଗ୍ରେସ ଶାସିତ ମଧ୍ୟପ୍ରଦେଶର କମଲନାଥ ସରକାର ସୋମବାର ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଲାଲାଜି ଟଣ୍ଡନ ବିଧାନସଭାର ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କୁ କହିଛନ୍ତି। କିନ୍ତୁ ଏବେବି ଏହାକୁ ନେଇ ଲାଗି ରହିଛି ଅନିଶ୍ଚିତତା। କାରଣ ସୋମବାର ବିଧାନସଭା କାର୍ଯ୍ୟସୂଚୀରେ ବହୁମତ ସାବ୍ୟସ୍ତ କରିବା କଥା ନଜରକୁ ଆସିନାହିଁ। ଅନ୍ୟପଟେ ମନ୍ତ୍ରୀ ଜିତୁ ପଟଓ୍ବାରୀ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ଆମର କେତେଜଣ ବିଧାୟକଙ୍କୁ ଅପହରଣ କରାଯାଇଛି। ଉଭୟ ବିରୋଧୀ ଓ ଶାସକ ଫ୍ଲୋର ଟେଷ୍ଟକୁ ନେଇ ଟଣାଭିଡା ହେଉଥିବା ଭିତରେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ-ପ୍ରବାସୀ ଶ୍ରମିକ ମୁହାଁମୁହିଁ

ଅହମଦାବାଦ,୧୮।୫: ଥମୁନି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା। ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟରେ ପହଞ୍ଚିଥିବା ବେଳେ ଏବେବି ଆହୁରି ଅନେକ ବାହାର ରାଜ୍ୟରେ...

ଶିକ୍ଷାମିତ୍ର ପାଇଁ କଟ୍‌ ଅଫ୍‌ ମାର୍କ ୬୦ରୁ ୬୫ ପ୍ରତିଶତ ମଧ୍ୟରେ ରହିବ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୮।୧୧: ଉତ୍ତରପ୍ରଦେଶରେ ଶିକ୍ଷାମିତ୍ର ନିଯୁକ୍ତି ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଶିକ୍ଷାମିତ୍ର ନିଯୁକ୍ତି...

ଦିଲ୍ଲୀ ହିଂସା: ୮ ଦିନ ହେଲା ସ୍ତ୍ରୀ-୪ ପିଲାଙ୍କ ବାଟ ଚାହିଁ ବସିଛନ୍ତି ରିକ୍ସା ଚାଳକ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହିଂସାରେ ଇତିମଧ୍ୟରେ ୪୫ଟି ମୃତଦେହ ଉଦ୍ଧାର ହୋଇଛି। ଫେବୃୟାରୀ ୨୩ରେ ସ୍ତ୍ରୀ ଓ ୪ ପିଲାଙ୍କଠାରୁ ଅଲଗା ହୋଇଯାଇଥିବା ରିକ୍ସା ଚାଳକ ମଇନୁଦ୍ଦିନ୍‌...

ତିହାର ଜେଲ୍‌ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆସନ୍ତା ୧୯ ତାରିଖ...

ମାନ୍ଦାବସ୍ଥାର ପ୍ରଭାବ: ସାବୁନ ଦର ହ୍ରାସ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୯ା୮: ଦେଶରେ ମାନ୍ଦାବସ୍ଥା ଏଭଳି ମାଡି ଆସିଛି ଯେ, ଅଟୋମୋବାଇଲ, ରିଏଲ୍‌ ଇଷ୍ଟେଟ୍‌ ପରେ ଏବେ ସାବୁନ ତିଆରି କରୁଥିବା କମ୍ପାନୀ ନିଜର ଉତ୍ପାଦର ଦର...

ରାଜଧାନୀରେ ଫେରୁଛି ଶାନ୍ତି, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ଶାନ୍ତି ଫେରୁଛି, ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ଏହି ଦଙ୍ଗାରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି...

ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ହେଲା ମୋଟେରା

ଅହମଦାବାଦ,୨୪।୨: ପୃଥିବୀର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ମୋଟେରାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ନାମକରଣ କରାଯାଇଛି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି। ଭାରତ...

ମହଙ୍ଗା ପଡ଼ିଲା ବିବାଦୀୟ ରାୟ: ସୁପାରିଶ ରୋକିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩୦।୧: ବମ୍ବେ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟକୁ ନେଇ ଦେଶରେ ଚର୍ଚ୍ଚା ପରେ ସୁପ୍ରିମ୍‌କୋର୍ଟ ମାମଲାରେ ସମ୍ପୃକ୍ତ ବିଚାରପତିଙ୍କ ସୁପାରିଶ ରୋକିଛନ୍ତି। ସୁପ୍ରିମ୍‌କୋର୍ଟ କଲେଜିୟମ୍‌ରେ...

Advertisement


Archives

Model This Week

Why Dharitri