ରାଉରକେଲା ଅଫିସ,୧୨।୨:କନ୍ୟା ସନ୍ତାନ ଜନ୍ମ ଦେବାରୁ ରାଧା କୁମାରୀ(୨୪) ନାମ୍ନୀ ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯିବା ସହ ପୋଡି ହତ୍ୟା କରାଯାଇଛି ବୋଲି ମଙ୍ଗଳବାର ଷ୍ଟିଲ ସିଟିର ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରି ରାଧାଙ୍କ ସ୍ବାମୀ ବିନୋଦ ସିଂ, ଶ୍ୱଶୁର ରାମକୀର୍ତ୍ତି, ଦେଡଶୁର ଜୟମଙ୍ଗଲ ଓ ଯାଆ ମୁନ୍ନିଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ରାଉରକେଲା ଗୋପବନ୍ଧୁପାଲି ବାସିନ୍ଦା ଶିବ ପ୍ରସାଦ ସ୍ବର୍ଣ୍ଣକାରଙ୍କ ଝିଅ ରାଧା କୁମାରୀ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲା ଗେଟ ଅଞ୍ଚଳର ବିନୋଦ ସିଂ(୩୦)ଙ୍କୁ ବୈଦିକ ରୀତିରେ ୬ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହର ୬ ମାସ ପରେ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିଲା। ଏପରିକି ସେତେବେଳେ ମାରପିଟ ଯୋଗୁ ତାଙ୍କ ଗର୍ଭର ପିଲା ନଷ୍ଟ ହୋଇ ଯାଇଥିଲା ବୋଲି ରାଧାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ତଥାପି ରାଧା ଶାଶୁ ଘରେ ନିର୍ଯାତନା ସହି ରହିଥିଲେ। ବିବାହର ୩ ବର୍ଷ ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାକୁ ନେଇ ପରିବାରରେ ଅଧିକ ଝଡ଼ ସୃଷ୍ଟି ହୋଇଥିଲା। କନ୍ୟା ସନ୍ତାନ ଜନ୍ମ ଦେବାରୁ ପୂର୍ବରୁ ହେଉଥିବା ନିର୍ଯାତନା ଅଧିକ ବଢିଯାଇଥିଲା। ଗତ ୮ମାସ ତଳେ ରାଧା ପୁଣି ଥରେ ଗର୍ଭବତୀ ହୋଇଥିଲେ। ଗର୍ଭବତୀ ଥିବା ସମୟରେ ଶାଶୁ ଘର ଲୋକେ ଅଲ୍ଟ୍ରା ସାଉଣ୍ଡ କରି ରାଧାଙ୍କ ଗର୍ଭରେ ପୁଣି ଏକ କନ୍ୟା ଭ୍ରୂଣ ରହିଛି ଜାଣିବାକୁ ପାଇଥିଲେ। ଏମିତି ଅବସ୍ଥାରେ ତାଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଥିଲା। ଭ୍ରୂଣର ଲିଙ୍ଗ ନିରୁପଣ ବେଆଇନ ହୋଇଥିଲେ ମଧ୍ୟ ଡାକ୍ତରଙ୍କୁ ଟଙ୍କା ଦେଇ ରାଧା ଶାଶୁ ଘର ଲୋକେ ଲିଙ୍ଗ ନିରୁପଣ କରିଥିଲେ ବୋଲି ରାଧାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗତ ୧ ତାରିଖରେ ରାଧା ଶାଶୁ ଘରେ ନିଅଁା ଜାଳି ସେକି ହେଉଥିବା ବେଳେ ପୋଡି ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାଧା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାର ଦିନକ ପରେ ନବଜାତକଙ୍କ ମୃତ୍ୟୁ ଘଟିଥିଲା ା ସେହିପରି ସୋମବାର ରାତି ୯ଟାରେ ଚିକିତ୍ସାଧୀନ ଅବସ୍ଥାରେ ରାଧାଙ୍କ ମୃତ୍ୟୁ ଘଟିଛି। ଏନେଇ ରାଧାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି, କନ୍ୟା ସନ୍ତାନ ଜନ୍ମ ଦେଉଥିବାରୁ ରାଧାଙ୍କୁ ଯୋଜନାବଦ୍ଧ ଭାବେ ପୋଡି ମାରି ଦିଆଯାଇଛି। ଏଣୁ ରାଧାଙ୍କ ସ୍ବାମୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ତାଙ୍କ ବାପା ଦାବି କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୨୦/୨୦୨୦) ରୁଜୁ କରି ତଦନ୍ତ କରୁଛି।
ମିଶନ ଶକ୍ତି ଓ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ମଧ୍ୟରେ MOU: କଳାହାଣ୍ଡିର ଏସଏଚଜି ମହିଳା ପାଇବେ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ
ଭବାନୀପାଟଣା, ୨୭/୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ ଓ ସାକ୍ଷର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…
ବାତ୍ୟା ‘ଅର୍ଣ୍ଣବ’ ସତର୍କତା: ଗୁଡ଼ାରି ‘ମା’ ଗୃହ’ରେ ୧୯ ଗର୍ଭବତୀ, ପ୍ରଶାସନର ‘ଜିରୋ କାଜୁଆଲଟି’…
ଗୁଡ଼ାରି, ୨୭।୧୦(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ…
ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ
କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…
ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦ: ମେଣ୍ଢିପାଲି ସ୍କୁଲରେ ତାଲା, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ଗ୍ରାମବାସୀ
ଦେବଗଡ଼, ୨୭।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଥିବା ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ। ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ନଦେବା…
ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍ କରିବ ବାତ୍ୟା, ହଠାତ୍ ବଦଳିଲା ସମୟ
ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…
କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…
ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…
ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ
ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…
ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍
ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍ ସେବାକୁ ସାମୟିକ ଭାବେ…

