ରାଉରକେଲା ଅଫିସ,୧୨।୨:କନ୍ୟା ସନ୍ତାନ ଜନ୍ମ ଦେବାରୁ ରାଧା କୁମାରୀ(୨୪) ନାମ୍ନୀ ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯିବା ସହ ପୋଡି ହତ୍ୟା କରାଯାଇଛି ବୋଲି ମଙ୍ଗଳବାର ଷ୍ଟିଲ ସିଟିର ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରି ରାଧାଙ୍କ ସ୍ବାମୀ ବିନୋଦ ସିଂ, ଶ୍ୱଶୁର ରାମକୀର୍ତ୍ତି, ଦେଡଶୁର ଜୟମଙ୍ଗଲ ଓ ଯାଆ ମୁନ୍ନିଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ରାଉରକେଲା ଗୋପବନ୍ଧୁପାଲି ବାସିନ୍ଦା ଶିବ ପ୍ରସାଦ ସ୍ବର୍ଣ୍ଣକାରଙ୍କ ଝିଅ ରାଧା କୁମାରୀ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲା ଗେଟ ଅଞ୍ଚଳର ବିନୋଦ ସିଂ(୩୦)ଙ୍କୁ ବୈଦିକ ରୀତିରେ ୬ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହର ୬ ମାସ ପରେ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିଲା। ଏପରିକି ସେତେବେଳେ ମାରପିଟ ଯୋଗୁ ତାଙ୍କ ଗର୍ଭର ପିଲା ନଷ୍ଟ ହୋଇ ଯାଇଥିଲା ବୋଲି ରାଧାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ତଥାପି ରାଧା ଶାଶୁ ଘରେ ନିର୍ଯାତନା ସହି ରହିଥିଲେ। ବିବାହର ୩ ବର୍ଷ ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାକୁ ନେଇ ପରିବାରରେ ଅଧିକ ଝଡ଼ ସୃଷ୍ଟି ହୋଇଥିଲା। କନ୍ୟା ସନ୍ତାନ ଜନ୍ମ ଦେବାରୁ ପୂର୍ବରୁ ହେଉଥିବା ନିର୍ଯାତନା ଅଧିକ ବଢିଯାଇଥିଲା। ଗତ ୮ମାସ ତଳେ ରାଧା ପୁଣି ଥରେ ଗର୍ଭବତୀ ହୋଇଥିଲେ। ଗର୍ଭବତୀ ଥିବା ସମୟରେ ଶାଶୁ ଘର ଲୋକେ ଅଲ୍ଟ୍ରା ସାଉଣ୍ଡ କରି ରାଧାଙ୍କ ଗର୍ଭରେ ପୁଣି ଏକ କନ୍ୟା ଭ୍ରୂଣ ରହିଛି ଜାଣିବାକୁ ପାଇଥିଲେ। ଏମିତି ଅବସ୍ଥାରେ ତାଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଥିଲା। ଭ୍ରୂଣର ଲିଙ୍ଗ ନିରୁପଣ ବେଆଇନ ହୋଇଥିଲେ ମଧ୍ୟ ଡାକ୍ତରଙ୍କୁ ଟଙ୍କା ଦେଇ ରାଧା ଶାଶୁ ଘର ଲୋକେ ଲିଙ୍ଗ ନିରୁପଣ କରିଥିଲେ ବୋଲି ରାଧାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗତ ୧ ତାରିଖରେ ରାଧା ଶାଶୁ ଘରେ ନିଅଁା ଜାଳି ସେକି ହେଉଥିବା ବେଳେ ପୋଡି ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାଧା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାର ଦିନକ ପରେ ନବଜାତକଙ୍କ ମୃତ୍ୟୁ ଘଟିଥିଲା ା ସେହିପରି ସୋମବାର ରାତି ୯ଟାରେ ଚିକିତ୍ସାଧୀନ ଅବସ୍ଥାରେ ରାଧାଙ୍କ ମୃତ୍ୟୁ ଘଟିଛି। ଏନେଇ ରାଧାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି, କନ୍ୟା ସନ୍ତାନ ଜନ୍ମ ଦେଉଥିବାରୁ ରାଧାଙ୍କୁ ଯୋଜନାବଦ୍ଧ ଭାବେ ପୋଡି ମାରି ଦିଆଯାଇଛି। ଏଣୁ ରାଧାଙ୍କ ସ୍ବାମୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ତାଙ୍କ ବାପା ଦାବି କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୨୦/୨୦୨୦) ରୁଜୁ କରି ତଦନ୍ତ କରୁଛି।
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…
ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ…
ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ
ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…
ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ
ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…
ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ
ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…
ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…
ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…
ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼
ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ…
କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…
ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ
ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…
Archives

