କନ୍ଧମାଳ ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ନିକଟସ୍ଥ ସାରଙ୍ଗଡ଼ସ୍ଥିତ ସଦ୍‌ଭାବନା ଗୃହ ପରିସରରେ ଜିଲା ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ତଥା କମ୍ପ୍ୟୁଟର ଶିକ୍ଷକ ସଂଘର ସଭାପତି ବିନୋଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ସମସ୍ତ କମ୍ପ୍ୟୁଟର ଶିକ୍ଷକ ଉପସ୍ଥିତ ରହି ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚତ୍ତ କରାଯାଇଥିବା ବିଷୟ ପ୍ରକାଶ କରିଥିଲେ। ଜିଲାରେ ଥିବା ୫୭ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକଙ୍କ ନବୀକରଣ ହୋଇ ନ ଥିବାରୁ କମ୍ପ୍ୟୁଟର ଶିକ୍ଷାରୁ ଛାତ୍ରୀଛାତ୍ରମାନେ ସମସ୍ତ ଅନ୍‌ଲାଇନ କାର୍ଯ୍ୟକ୍ରମ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଥିଲା। ଗତ ୫ବର୍ଷ ଧରି କାର୍ଯ୍ୟରତ ଥିବା କମ୍ପ୍ୟୁଟର ଶିକ୍ଷକଙ୍କର ବର୍ତ୍ତମାନ ଆଇସିଟି ପ୍ରୋଜେକ୍ଟର ଅବଧି ଶେଷ ହୋଇଥିବାରୁ ତାହାର ନବୀକରଣ କରିବାରେ ରାଜ୍ୟ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆସନ୍ତା ୨୫ ତାରିଖ ସୁଦ୍ଧା କୌଣସି ପ୍ରକାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ସଂଘର ସଭାପତି ପାଣିଗ୍ରାହୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରେ ବ୍ରହ୍ମପୁର ଯୁବ ଇଞ୍ଜିନିୟର ଫସିବା ଘଟଣା: ପୁଅକୁ ଫେରାଇ ଆଣିବା ଲାଗି ସରକାରଙ୍କୁ ନିବେଦନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ,୧୯।୨: ସାରା ବିଶ୍ୱବାସୀଙ୍କୁ ଏବେ କରୋନା ଭୟ ଘାରିଛି। ଏପରି ସ୍ଥିତିରେ ଜାପାନର ୟୋକୋହମା ଜଳ ସୀମା ଜାହାଜରେ ଗଞ୍ଜାମ ଜିଲାର ବ୍ରହ୍ମପୁର ପନ୍ଦରା...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କୋଟିପତି କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୧୮ା୮-ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ବଳରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମ୍‌କେସିଜି ମେଡିକାଲ କଲେଜ କନିଷ୍ଠ କିରାଣି...

କରୋନା ଯୁଦ୍ଧର ନାୟିକା ରମା : କର୍କଟ ଆକ୍ରାନ୍ତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଶଂସା

ହିଞ୍ଜିଳିକାଟୁ,୧୪ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୋମବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା...

୭ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ

ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୁରୁତ୍ୱ ରହିଛି। ଏଠାରୁ ବିଶିଷ୍ଟ ବ୍ୟକ୍ତିମାନେ କଂଗ୍ରେସରୁ ବିଧାୟକ ହେବା ସହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ...

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ: ଜେଲ ଗଲେ ଓଏପିଏଫ୍‌ କନ୍‌ଷ୍ଟେବଳ

ବ୍ରହ୍ମପୁର ଅଫିସ,୯ା୧୨-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ବଳପୂର୍ବକ ଗର୍ଭପାତ କରାଇବା ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ଓଏପିଏଫ କନ୍‌ଷ୍ଟେବଳଙ୍କୁ ବ୍ରହ୍ମପୁର ମହିଳା...

ଖଲ୍ଲିକୋଟର ୨ ପଞ୍ଚାୟତରେ ୧୫ ପଜିଟିଭ୍‌ : ୧୦ ଗାଁ କଣ୍ଟେନମେଣ୍ଟ, ୨୨ ଗାଁ ବଫର ଜୋନ୍‌ ଘୋଷଣା

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଖଲ୍ଲିକୋଟ ବ୍ଲକର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଦପଲି ପଞ୍ଚାୟତରେ ୧୨ ଜଣ ଓ ଆଇତିପୁର ପଞ୍ଚାୟତରେ ୩ ଜଣ ସମୁଦାୟ...

ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ସୋରଡ଼ା,୧୬ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ପଡ଼ିଥିଲା।...

ଜି.ଉଦୟଗିରିରେ ସ୍ନାନପୂର୍ଣ୍ଣିମା: ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଜି.ଉଦୟଗିରି, ୧୭।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଜଗନ୍ନାଥ ମନ୍ଦିରଠାରେ ସୋମବାର ଠାକୁରଙ୍କ ସ୍ନାନପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେଉଛି। ସକାଳ ଧୂପ ପରେ ଠାକୁରଙ୍କୁ ପହଣ୍ଡି କରାଯାଇ...

Advertisement
Archives

Model This Week