Posted inଫୁରସତ

କଦଳୀରେ କାରିଗରି

କଦଳୀ କେବଳ ଖାଇବା ପାଇଁ ନୁହେଁ ଏଥିରେ ସୁନ୍ଦର କଳାକୃତି ବି କରାଯାଇପାରେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଫିଲିପାଇନ୍ସର ଗ୍ରାଫିକ ଡିଜାଇନର୍‌ ହନି। ସେ ନିଜର ଅବସର ସମୟରେ କଦଳୀ ଉପରେ କରନ୍ତି ବିଭିନ୍ନ ଅର୍ଗାନିକ୍‌ ଓ୍ବାର୍କ ବା ସୁନ୍ଦର ଚିତ୍ର। ସେ ପୁଣି ଏକ ସାଧାରଣ ସେଫ୍ଟି ପିନ୍‌ ସାହାଯ୍ୟରେ। ମର୍ସିଡିଜ୍‌ ବେଞ୍ଜ, ସେଇକୋ, ୟାମାହା, ତାକାମାଇନ୍‌, କାରୋ, ଭଲ୍‌ଭୋ ପରି କମ୍ପାନୀରେ ହନି କାମ କରିଛନ୍ତି। ତେବେ ଏହାପୂର୍ବରୁ ହିଁ ସେ ଥିଲେ ବେଶ୍‌ ସୃଜନଶୀଳ। ସେ ସବୁବେଳେ ନିଜର ସୃଜନଶୀଳତାକୁ ବଢାଇବା ପାଇଁ ପ୍ରୟାସ କରି ଆସିଛନ୍ତି। ସେ କହନ୍ତି, ‘ମୁଁ ଯେତେବେଳେ କମ୍ପ୍ୟୁଟର ସାମ୍ନାରେ ନ ଥାଏ କିଛି ନା କିଛି ସୃଜନଶୀଳ କାମ କରିବାକୁ ଭଲ ପାଏ। ଖାସ୍‌କରି ଫଳରେ ଅନେକ କାରିଗରି କରେ। ତେବେ କଦଳୀରେ ବିଭିନ୍ନ କାରିଗରି କରିବାକୁ ମତେ ବେଶି ଭଲ ଲାଗିଥାଏ। ମୁଁ କଦଳୀର ଚୋପା ଉପରେ ସେଫ୍ଟିପିନ୍‌ ଫୋଡି ଫୋଡି ଚିତ୍ର କରିଥାଏ। ବାୟୁ ସଂସ୍ପର୍ଶରେ ଆସି ସେଗୁଡିକ କଳା ପଡି ଏକ ସୁନ୍ଦର ପେଣ୍ଟିଂ ପରି ଦେଖାଯାଏ। ଗୋଟିଏ ଚିତ୍ର କରିବାକୁ ମତେ ଦେଢରୁ ଦୁଇ ଘଣ୍ଟା ସମୟ ଲାଗିଥାଏ। ତା’ପରେ ଏହାର ଫଟୋ ଉଠାଏ। ଆଉ ପରେ କଦଳୀକୁ ଖାଇଦିଏ। ଏଥିରୁ ମତେ ବେଶ୍‌ ଆନନ୍ଦ ମିଳିଥାଏ।’


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବଡ଼ ବେଙ୍ଗ, ଓଜନ ୩ କେଜିରୁ ଊର୍ଦ୍ଧ୍ୱ

ବର୍ଷାଋତୁରେ ବିଭିନ୍ନ ପ୍ରକାର ବେଙ୍ଗ ଦେଖିବାକୁ ମିଳିଥାନ୍ତି। ସାଧାରଣତଃ ଗୋଟିଏ ବେଙ୍ଗର ଓଜନ ଅଧକେଜିରୁ ଏକ କେଜି ଭିତରେ ହୋଇଥାଏ। କିନ୍ତୁ ଏମିତି ଏକ ପ୍ରଜାତିର...

ପ୍ରଥମ ପାରିଶ୍ରମିକ ଟଙ୍କା ବାପାଙ୍କୁ ଦେଇଥିଲି: ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର

କଟକରେ ମୋର ଜନ୍ମ ଓ ପାଠପଢା। ଆମେ ଛଅ ଭାଇଭଉଣୀ (୫ ଭଉଣୀ ଓ ଗୋଟେ ଭାଇ) ମଧ୍ୟରୁ ମୁଁ ସବା ସାନ। ୫ମରେ ପଢିବା...

ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ

ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍‌ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ...

ପୁଣି ଚର୍ଚ୍ଚାରେ ସୋନୁ ସୁଦ : ଗରିବ ଲୋକଙ୍କୁ ବାଣ୍ଟିବେ ଇ-ରିକ୍ସା

ନୂଆଦିଲ୍ଲୀ,୧୩।୧୨-ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। କୋରନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ପ୍ରତ୍ୟେକ ଭାରତୀୟଙ୍କ ମନ ଜିଣିଥିବା ସୋନୁ ବର୍ତ୍ତମାନ ନିଜର...

ଏପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇନି ଭାରତର ଏହି ଚର୍ଚ୍ଚିତ ପୋଲ

ବିଶ୍ୱରେ ଏମିତି କିଛି ପୋଲ ରହିଛି ଯାହାର ସ୍ବତନ୍ତ୍ରତା ପାଇଁ ଏହା ପ୍ରସିଦ୍ଧ। ସେହିଭଳି କୋଲକାତାର ପରିଚୟ ହେଉଛି ହାଓ୍ବଡା ବ୍ରିଜ୍‌। ଏହି ବ୍ରିଜର ରହିଛି...

ଏମିତି ଦେଶ, ଯେଉଁଠି ଜଣେ ଦୋଷ କଲେ ୩ ପିଢ଼ିଙ୍କୁ ମିଳିଥାଏ ଦଣ୍ଡ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୧୯।୪: ବିଶ୍ୱରେ ଅନେକ ଦେଶ ରହିଛି। ଯେଉଁଠାରେ ନୀତି, ନିୟମ ମଧ୍ୟ ଭିନ୍ନ ରହିଥାଏ। କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠି କିଛି ଅଜବ...

ରାତିରେ କାହିଁକି ଘର ପୋଛିବାକୁ ମନା କରାଯାଏ

ହିନ୍ଦୁ ଧର୍ମରେ ଥିବା କିଛି ପରମ୍ପରା ଆଜିବି ଅନେକ ଲୋକ ପାଳନ କରି ଆସୁଛନ୍ତି। ହେଲେ କେହି କେହି ଏହାକୁ ଅନ୍ଧ ବିଶ୍ୱାସ କହି ଏଡାଇ...

ଏହି ମନ୍ଦିରରେ ଦିନରେ ୩ ଥର ରୂପ ବଦଳାନ୍ତି ହନୁମାନ…

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ...

Play 250+ Trending Games
Archives

Model This Week

Why Dharitri