କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର ସଂକ୍ରମଣକୁ ନେଇ ମଧ୍ୟ ଗବେଷଣା ଚାଲିଛି। ଆଉ ପ୍ରାୟ ପ୍ରତିଦିନ କରୋନା ସମ୍ପର୍କିତ କିଛି ନା କିଛି ନୂଆ କଥା ଜାଣିବାକୁ ମିଳୁଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କଥାବାର୍ତ୍ତା ସମୟରେ ନିଃଶ୍ୱାସ ସହ ବାହାରୁଥିବା ଛୋଟ ଛୋଟ ଜଳକଣା (ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ) ବାୟୁରେ ୧୪ ମିନିଟ ବା ତଦୂର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ରହିପାରେ। ଏହା ଦ୍ୱାରା ସଂକ୍ରମଣ ଆଶଙ୍କା ଅଧିକ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆମେରିକାର ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡାଇବେଟିଜ୍‌ ଆଣ୍ଡ କିଡ୍‌ନୀ ଡିଜିଜ’ ଓ ପେନସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମିଶି ଏହି ଅଧ୍ୟୟନ କରିଛନ୍ତି। ଏ ସମ୍ପର୍କରେ ‘ପ୍ରୋସିଡିଙ୍ଗସ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌’ରେ ପ୍ରକାଶ ପାଇଛି। କାର୍ଯ୍ୟାଳୟ, ହସ୍ପିଟାଲ, ଘର, କ୍ରୁଜ୍‌ ଭଳି କମ୍‌ ବାୟୁ ଚଳାଚଳ ସ୍ଥାନରେ କାହିଁକି କରୋନା ସଂକ୍ରମଣ ଦ୍ରୁତ ଗତିରେ ହେଲା ସେ ସମ୍ପର୍କରେ ଜାଣିବା ଲାଗି ଏହି ଅଧ୍ୟୟନ କରାଯାଇଥିଲା। ତେବେ କଥାବାର୍ତ୍ତା ସମୟରେ ବାହାରୁଥିବା ଜଳକଣା ଉପରେ ଲେଜର ଲାଇଟ ପ୍ରୟୋଗ କରାଯାଇଥିଲା। ଏହା ପରେ ଜଣାପଡ଼ିଥିଲା ଯେ, କଥାବର୍ତ୍ତା ସମୟରେ ହଜାର ହଜାର ଜଳକଣା ପାଟିରୁ ବାହାରି ବାୟୁରେ ମିଶିଥାଏ। ଫଳରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ। ଏହା ପୂର୍ବରୁ ଦକ୍ଷିଣ କୋରିଆରେ ଏକ କଲ୍‌ ସେଣ୍ଟରରେ ବହୁ ପରିମାଣରେ କୋଭିଡ୍‌ ସଂକ୍ରମଣ ଦେଖିବାକୁ ମିଳିଥିଲା। ଏହା ମଧ୍ୟ ଜଳକଣା କାରଣରୁ ହୋଇଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ଜନଗହଳି ସ୍ଥାନ ବା ରେସ୍ତୋରାଁରେ ମଧ୍ୟ କରୋନା ସଂକ୍ରମଣ ପଛର କାରଣ ଏହି ଜଳକଣା ବୋଲି କୁହାଯାଉଛି। କାରଣ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ପାଟିରୁ ବାହାରୁଥିବା ଜଳକଣା ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ତେବେ କରୋନା ସଂକ୍ରମଣ ଲାଗି ଏହି ଜଳକଣାକୁ ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ କରାଯାଇ ନ ପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।
ସେମାନେ କହିଛନ୍ତି ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ କହିଛି, ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କଠାରୁ ଅତି କମ୍‌ରେ ୬ ଫୁଟ୍‌ ଦୂରତ୍ୱରେ ରହିଲେ ଏହି ଜଳକଣା ଦ୍ୱାରା ହେଉଥିବା ସଂକ୍ରମଣକୁ ଅନେକାଂଶରେ ଏଡ଼ାଇ ଦିଆଯାଇ ପାରେ। ହେଲେ ଏହାକୁ ନେଇ କେତେଜଣ ବୈଜ୍ଞାନିକ କହିଛନ୍ତି, ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ ୬ଫୁଟ୍‌ରୁ ଅଧିକ ଦୂରତା ପର୍ଯ୍ୟନ୍ତ ଗତିକରି ପାରେ। ଫିଜିକାଲ ଡିଷ୍ଟାନି୍ସଂ ବା ଶାରୀରିକ ଦୂରତ୍ୱ ରକ୍ଷାକଲେ ମଧ୍ୟ କରୋନା ସଂକ୍ରମଣର ଆଶଙ୍କାକୁ କମ୍‌ କରାଯାଇ ପାରେ ବୋଲି କହିଛନ୍ତି ଭର୍ଜିନିଆ ଟେକର ସିଭିଲ ଆଣ୍ଡ ଏନଭାଇରନ୍‌ମେଣ୍ଟାଲ ଇଞ୍ଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଲିସନେ ମାର୍‌। ଅବଶ୍ୟ ସେ ଏହି ଅଧ୍ୟୟନରେ ସାମିଲ ନାହାନ୍ତି। କିନ୍ତୁ ସେ ତାଙ୍କର ନିଜସ୍ବ ମତ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ଆଗତ ହେଲା ଟ୍ରିପଲ୍‌ ତଲାକ୍‌ ବିଲ୍‌: ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ, ୨୧।୬: ଶୁକ୍ରବାର ଲୋକ ସଭାରେ ‘ଟ୍ରିପଲ ତଲାକ’ ବିଲ୍‌ ଆଗତ କରାଯାଇଛି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସଂସଦରେ ଉପସ୍ଥାପନ କରିଛନ୍ତି।...

‘କଂଗ୍ରେସର ପରାଜୟ ପାଇଁ ଗାନ୍ଧୀ ପରିବାର ଦାୟୀ’

ଚଣ୍ଡିଗଡ଼,୧୪।୩: ପଞ୍ଜାବ ସମେତ ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଗାନ୍ଧୀ ପରିବାର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ...

ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇଥିବାରୁ ପରିବାର ସହ ମନ୍ଦିରରେ ଭାଙ୍ଗଡା କଲେ ଗାମିନୀ ସିଂଘଲ

ବିଲାସପୁର,୩୧ ।୫: ୟୁପିଏସସି ପକ୍ଷରୁ ସୋମବାର ସିଭିଲ ସିର୍ଭିସ ପରୀକ୍ଷାର ଫାଇନାଲ ରିଜଷ୍ଟ ଜାରି କରାଯାଇଛି । ହିମାଳଚ ପ୍ରଦେଶ ବିଳାସପୁର ଜିଲାର ନୈନା ଦେବୀ...

ବୁଲେଟ୍‌ ଟ୍ରେନ୍‌ ପରିଯୋଜନାର ସମୀକ୍ଷା କରିବେ ଉଦ୍ଧବ ସରକାର

ମୁମ୍ବାଇ,୨।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଉଦ୍ଧବ ଠାକରେ ବୁଲେଟ୍‌ ଟ୍ରେନ୍‌ ପରିଯୋଜନା ସହ ମହାରାଷ୍ଟ୍ରର ଅନ୍ୟ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ...

ପିଲାଙ୍କୁ ଛାଡ଼ିବାକୁ ୬୨% ଅଭିଭାବକ ଅମଙ୍ଗ

ନୂଆଦିଲ୍ଲୀ, ୨୫ା୮: ମହାମାରୀ କରୋନା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ସେପ୍ଟେମ୍ବର ୧ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଖୋଲିବା ଲାଗି ଯୋଜନା କରୁଛନ୍ତି। ହେଲେ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ପିକ ଅପ ଗାଡି ଅଟୋ ସହ ଧକ୍କା...

କୃତ୍ରିମ ରେଟିନା

ବେଶ୍‌ କିଛିବର୍ଷ ପରିଶ୍ରମ କରିବା ପରେ ଇଂଲଣ୍ଡର ବିଶେଷଜ୍ଞମାନେ କୃତ୍ରିମ ରେଟିନା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ବିଶେଷଭାବରେ ଏହି ନୂଆ ରେଟିନା ଦୃଷ୍ଟିହୀନମାନଙ୍କ ପାଇଁ...

ବହୁତ ରୋଜଗାର କରନ୍ତି; ହେଲେ ସ୍ବଭାବରେ ଭାରି ଖର୍ଚ୍ଚି ଏହି ରାଶିର ଲୋକେ; ଏହି କ୍ଷେତ୍ରରେ ପାଇଥାନ୍ତି ସଫଳତା

ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ଲୋକଙ୍କ ସ୍ବଭାବ ଭିନ୍ନ । ସେମାନଙ୍କର ପସନ୍ଦ ନାପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ। ଆଜି ରାଶିର ଆଲୋଚନାରେ କର୍କଟ...

Advertisement
Archives

Model This Week