କଣ୍ଠରେ ମୃଦଙ୍ଗଠୁ ଭାଓଲିନ୍‌

ଭୁବନ, ୨୬ା୧ – ବିଦ୍ୟୁତ୍‌ ଆଘାତରେ ରୁଦ୍ଧ ହୋଇଯାଇଥିଲା କଣ୍ଠସ୍ବର। ଆଉ କେବେ ଅର୍କେଷ୍ଟ୍ରାରେ ଗୀତ ଗାଇପାରିବେ କି ନାହଁ ତାହାକୁ ନେଇ ସୃଷ୍ଟି ହୋଇଥିଲା ଅନେକ ଆଶଙ୍କା, ଦ୍ୱନ୍ଦ୍ୱ। ହେଲେ ଏହି ଦୁର୍ଘଟଣା ହିଁ ଏବେ ପାଲଟିଯାଇଛି ତାଙ୍କ ପାଇଁ ବରଦାନ। ଅବିରତ ଅଭ୍ୟାସରୁ ତାଙ୍କ କଣ୍ଠରେ ଗୁଞ୍ଜରି ଉଠୁଛି ଡୁବିତବଲା, ମୃଦଙ୍ଗ, ଗିଟାର ଏବଂ ଭାଓଲିନ୍‌ ଭଳି ବାଦ୍ୟଯନ୍ତ୍ରର ଅବିକଳ ସ୍ବର। ବୃତ୍ତିଗତ ଜୀବନରେ ଜଣେ ସାଧାରଣ ଚା ଦୋକାନୀ, ଅଥଚ ନିଶା ସଙ୍ଗୀତ। ଏପରି ଜଣେ ପ୍ରତିଭାଧର ହେଲେ ଭୁବନ ଏନ୍‌ଏସିର ଡମ୍ବରୁଧର ପୋଥାଳ। ପ୍ରତିକୂଳ ସମୟରେ ନିଷ୍ଠାପର ଉଦ୍ୟମ ତାଙ୍କୁ ପରିଚିତି ଆଣିଦେଇଥିବାବେଳେ ସେ ଏବେ ପାଲଟିଛନ୍ତି ସବୁରି ପ୍ରିୟ।
ଭୁବନ ଏନ୍‌ଏସି ୬ନଂ. ଓ୍ବାର୍ଡରେ ରୁହନ୍ତି ଡମ୍ବରୁଧର। ବୟସ ୪୩ ଟପିଲାଣି। ସ୍ତ୍ରୀ, ଦୁଇଝିଅଙ୍କୁ ନେଇ ତାଙ୍କ ପରିବାର। ଶିକ୍ଷିତ ଡମ୍ବରୁଧର ଯୁକ୍ତ ୨ଯାଏ ପାଠ ପଢ଼ିଛନ୍ତି। ଟଙ୍କା ଅଭାବରୁ ପାଠପଢ଼ାରେ ବନ୍ଧା ହେଲା ଡୋରି। ପରିବାରର ଦାୟିତ୍ୱ କାନ୍ଧକୁ ଆସିବା ପରେ ସେ କିଛି ଦିନ ଦିଲ୍ଲୀରେ ଏକ ବେସରକାରୀ ସଂସ୍ଥାରେ କାମ କରିଥିଲେ। ହେଲେ କାହା ପାଖରେ ଗୋଡ଼ଭାଙ୍ଗି ଠିଆ ହେବା ପସନ୍ଦ ଆସିଲାନି। ନିଜ ଉଦ୍ୟମରେ କିଛି କରିଦେଖାଇବା ଉଦ୍ଦେଶ୍ୟରେ ପୁଣି ଗଁା ମୁହଁା ହୋଇଥିଲେ ସେ। କଳାପ୍ରତି ଆଗ୍ରହ ଥିବାରୁ ସେ ଡ୍ରାମାରେ ଅଭିନୟ କରିବା ସାଙ୍ଗକୁ ଅର୍କେଷ୍ଟ୍ରା ପାର୍ଟିରେ ଗୀତ ଗାଇବା ଆରମ୍ଭ କଲେ। ତା’ ସହ ବିଭିନ୍ନ ବାଜା ବଜାଇ ହାସଲ କଲେ ଲୋକପ୍ରିୟତା। ୧୯୯୩ରେ ପରିବାର ଚଳାଇବାକୁ ସେ ଆରମ୍ଭ କରିଥିଲେ ପରିବା ବ୍ୟବସାୟ। ହେଲେ ଏହା ମଧ୍ୟ ବେଶିଦିନ ତିଷ୍ଠିଲାନି। ଏହାପରେ ସେ ଚା ଦୋକାନ କରିଥିଲେ। ହେଲେ ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇଦେଲା। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା କାରଣରୁ ତାଙ୍କ କଣ୍ଠରୁଦ୍ଧ ହୋଇଯାଇଥିଲା। ସେ ଭଲ ଭାବେ କଥା ହୋଇପାରୁ ନ ଥିଲେ। ସ୍ବର ବି ବେସୁରା ହୋଇଗଲା। ହେଲେ ସଙ୍ଗୀତ ପ୍ରତି ଥିବା ସମର୍ପଣ ଭାବ ପାଇଁ ମାତ୍ର କିଛିଦିନରେ ସବୁକିଛି ସ୍ବାଭାବିକ ହୋଇଗଲା। ଅନବରତ ଉଦ୍ୟମ କରି ସେ ଏବେ ତବଲା, ଗିଟାର, ମୃଦଙ୍ଗ ଏବଂ ଭାଓଲିନର ସ୍ବରର ନକଲ କରିପାରୁଛନ୍ତି। କଳାକାରମାନେ ସଙ୍ଗୀତ ପରିବେଷଣ କରିବା ସମୟରେ ସେ ନିଜ କଣ୍ଠକୁ ଉପଯୋଗ କରି ଭିନ୍ନ ଭିନ୍ନ ବାଦ୍ୟର ତାଳ ସୃଷ୍ଟି କରିପାରୁଛନ୍ତି। ଏହା ତାଙ୍କ ବ୍ୟବସାୟିକ ସଫଳତା ପାଲଟିଛି। ଚା, କଫି ପିଇବାକୁ ଆସୁଥିବା ଗ୍ରାହକମାନେ ତାଙ୍କ ଗୀତକୁ ବେଶ୍‌ ପସନ୍ଦ କରୁଛନ୍ତି। ଏ ନେଇ ଡମ୍ବରୁଧର କୁହନ୍ତି, ୧୫୦୦ଟଙ୍କାରୁ ଚା’ ଦୋକାନ ଆରମ୍ଭ ହୋଇଥିଲା। ଏବେ ଲକ୍ଷେ ଟଙ୍କାରେ ପହଞ୍ଚତ୍ଲାଣି। ଦିନକୁ ୫୦୦ରୁ ବେଶି ଟଙ୍କା ଲାଭ ହେଉଛି। ପେଟପାଟଣା କଥା ବୁଝୁଛି ଚା ଦୋକାନ। ମନକୁ ଆନନ୍ଦ ଦେଉଛି ସଙ୍ଗୀତ। ଲୋକମାନଙ୍କୁ ମନୋରଞ୍ଜନ କରିପାରୁଥିବାରୁ ବେଶ୍‌ ଖୁସି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ମଥୁରାରେ କିଣିଥିଲେ ଜମି, ଲକର ଖୋଲିବା ଅଛି ବାକି

ବଲାଙ୍ଗୀର/ ଭୁବନେଶ୍ୱର,୨୬ା୭: ବଲାଙ୍ଗୀର ଲୋୟର ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଠକେଇ

ଢେଙ୍କାନାଳ,୨୧ା୭(ରତନ ନାୟାର): ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି କହି ଢେଙ୍କାନାଳ ଭଗବାନପୁର ଅଞ୍ଚଳର ବାପପୁଅ ସେଠାକାର ୨ଜଣ ମହିଳାଙ୍କୁ ଠକେଇ କରିଥିବା ଶନିବାର ଟାଉନ...

ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ

ଢେଙ୍କାନାଳ,୨୦ା୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ଖଡ଼ଗପ୍ରସାଦ ବଡ଼ପୋଲ ଅଞ୍ଚଳରେ ଏକ ଦନ୍ତାହାତୀ ଅସୁସ୍ଥ ହୋଇ ଗର୍ଜନ କରୁଥିବା ଦେଖାଯାଇଥିଲା। ହାତୀଟିର...

ଭୁବନ ଏନ୍‌ଏସିରେ ହାତୀ ଆତଙ୍କ, ଜନସାଧାରଣ ଭୟଭୀତ

ଭୁବନ,୧୯ା୭(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅରାସାହିରେ ଗୋଟିକିଆ ହାତୀ ଆତଙ୍କ ସୃଷ୍ଟି କରିଛି। ହାତୀଟି ଭୁବନ ଏନ୍‌ଏସି ଚିନ୍ତା ପୋଖରୀ ରାସ୍ତା...

ବାଇକ୍‌କୁ ଚାପି ଦେଲା ଟ୍ରକ: ଚାଲିଗଲା ୨ଯୁବକଙ୍କ ଜୀବନ

ଢେଙ୍କାନାଳ,୧୮।୭: ଢେଙ୍କାନାଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ମୋଟଙ୍ଗା ଥାନା ଚିନ୍ତାପୋଖରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌କୁ ପଛପଟୁ...

ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ…

ଢେଙ୍କାନାଳ,୨ା୭(ରତନ ନାୟାର):ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍‌ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ...

ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ରଙ୍କୁ ଠାବକଲା ବନ ବିଭାଗ

ଢେଙ୍କାନାଳ,୧ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସବୁଜିମା ଜଙ୍ଗଲ ସପ୍ତଶଯ୍ୟା ବୁଲିବାକୁ ଆସିଥିବାବେଳେ ୫ଜଣ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସହିତ ଆସିଥିବା...

ରୁଙ୍ଗଟା ମାଇନ୍ସରେ ଅଘଟଣ: ମେକାନିକାଲ ଷ୍ଟ୍ରକଚର୍‌ ଭୁଶୁଡ଼ି ଘଟଣାସ୍ଥଳରେ ୩ ମୃତ

ଢେଙ୍କାନାଳ,୨୪।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଝାଡ଼ବନ୍ଧ ଗ୍ରାମ ସ୍ଥିତ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କଂପାନୀରେ ଅଘଟଣ। ଏକ ମେକାନିକାଲ ଷ୍ଟ୍ରକଚର୍‌ ଭୁଷୁଡ଼ି ୩ଜଣ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri