କଣ୍ଠରେ ମୃଦଙ୍ଗଠୁ ଭାଓଲିନ୍‌

ଭୁବନ, ୨୬ା୧ – ବିଦ୍ୟୁତ୍‌ ଆଘାତରେ ରୁଦ୍ଧ ହୋଇଯାଇଥିଲା କଣ୍ଠସ୍ବର। ଆଉ କେବେ ଅର୍କେଷ୍ଟ୍ରାରେ ଗୀତ ଗାଇପାରିବେ କି ନାହଁ ତାହାକୁ ନେଇ ସୃଷ୍ଟି ହୋଇଥିଲା ଅନେକ ଆଶଙ୍କା, ଦ୍ୱନ୍ଦ୍ୱ। ହେଲେ ଏହି ଦୁର୍ଘଟଣା ହିଁ ଏବେ ପାଲଟିଯାଇଛି ତାଙ୍କ ପାଇଁ ବରଦାନ। ଅବିରତ ଅଭ୍ୟାସରୁ ତାଙ୍କ କଣ୍ଠରେ ଗୁଞ୍ଜରି ଉଠୁଛି ଡୁବିତବଲା, ମୃଦଙ୍ଗ, ଗିଟାର ଏବଂ ଭାଓଲିନ୍‌ ଭଳି ବାଦ୍ୟଯନ୍ତ୍ରର ଅବିକଳ ସ୍ବର। ବୃତ୍ତିଗତ ଜୀବନରେ ଜଣେ ସାଧାରଣ ଚା ଦୋକାନୀ, ଅଥଚ ନିଶା ସଙ୍ଗୀତ। ଏପରି ଜଣେ ପ୍ରତିଭାଧର ହେଲେ ଭୁବନ ଏନ୍‌ଏସିର ଡମ୍ବରୁଧର ପୋଥାଳ। ପ୍ରତିକୂଳ ସମୟରେ ନିଷ୍ଠାପର ଉଦ୍ୟମ ତାଙ୍କୁ ପରିଚିତି ଆଣିଦେଇଥିବାବେଳେ ସେ ଏବେ ପାଲଟିଛନ୍ତି ସବୁରି ପ୍ରିୟ।
ଭୁବନ ଏନ୍‌ଏସି ୬ନଂ. ଓ୍ବାର୍ଡରେ ରୁହନ୍ତି ଡମ୍ବରୁଧର। ବୟସ ୪୩ ଟପିଲାଣି। ସ୍ତ୍ରୀ, ଦୁଇଝିଅଙ୍କୁ ନେଇ ତାଙ୍କ ପରିବାର। ଶିକ୍ଷିତ ଡମ୍ବରୁଧର ଯୁକ୍ତ ୨ଯାଏ ପାଠ ପଢ଼ିଛନ୍ତି। ଟଙ୍କା ଅଭାବରୁ ପାଠପଢ଼ାରେ ବନ୍ଧା ହେଲା ଡୋରି। ପରିବାରର ଦାୟିତ୍ୱ କାନ୍ଧକୁ ଆସିବା ପରେ ସେ କିଛି ଦିନ ଦିଲ୍ଲୀରେ ଏକ ବେସରକାରୀ ସଂସ୍ଥାରେ କାମ କରିଥିଲେ। ହେଲେ କାହା ପାଖରେ ଗୋଡ଼ଭାଙ୍ଗି ଠିଆ ହେବା ପସନ୍ଦ ଆସିଲାନି। ନିଜ ଉଦ୍ୟମରେ କିଛି କରିଦେଖାଇବା ଉଦ୍ଦେଶ୍ୟରେ ପୁଣି ଗଁା ମୁହଁା ହୋଇଥିଲେ ସେ। କଳାପ୍ରତି ଆଗ୍ରହ ଥିବାରୁ ସେ ଡ୍ରାମାରେ ଅଭିନୟ କରିବା ସାଙ୍ଗକୁ ଅର୍କେଷ୍ଟ୍ରା ପାର୍ଟିରେ ଗୀତ ଗାଇବା ଆରମ୍ଭ କଲେ। ତା’ ସହ ବିଭିନ୍ନ ବାଜା ବଜାଇ ହାସଲ କଲେ ଲୋକପ୍ରିୟତା। ୧୯୯୩ରେ ପରିବାର ଚଳାଇବାକୁ ସେ ଆରମ୍ଭ କରିଥିଲେ ପରିବା ବ୍ୟବସାୟ। ହେଲେ ଏହା ମଧ୍ୟ ବେଶିଦିନ ତିଷ୍ଠିଲାନି। ଏହାପରେ ସେ ଚା ଦୋକାନ କରିଥିଲେ। ହେଲେ ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇଦେଲା। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା କାରଣରୁ ତାଙ୍କ କଣ୍ଠରୁଦ୍ଧ ହୋଇଯାଇଥିଲା। ସେ ଭଲ ଭାବେ କଥା ହୋଇପାରୁ ନ ଥିଲେ। ସ୍ବର ବି ବେସୁରା ହୋଇଗଲା। ହେଲେ ସଙ୍ଗୀତ ପ୍ରତି ଥିବା ସମର୍ପଣ ଭାବ ପାଇଁ ମାତ୍ର କିଛିଦିନରେ ସବୁକିଛି ସ୍ବାଭାବିକ ହୋଇଗଲା। ଅନବରତ ଉଦ୍ୟମ କରି ସେ ଏବେ ତବଲା, ଗିଟାର, ମୃଦଙ୍ଗ ଏବଂ ଭାଓଲିନର ସ୍ବରର ନକଲ କରିପାରୁଛନ୍ତି। କଳାକାରମାନେ ସଙ୍ଗୀତ ପରିବେଷଣ କରିବା ସମୟରେ ସେ ନିଜ କଣ୍ଠକୁ ଉପଯୋଗ କରି ଭିନ୍ନ ଭିନ୍ନ ବାଦ୍ୟର ତାଳ ସୃଷ୍ଟି କରିପାରୁଛନ୍ତି। ଏହା ତାଙ୍କ ବ୍ୟବସାୟିକ ସଫଳତା ପାଲଟିଛି। ଚା, କଫି ପିଇବାକୁ ଆସୁଥିବା ଗ୍ରାହକମାନେ ତାଙ୍କ ଗୀତକୁ ବେଶ୍‌ ପସନ୍ଦ କରୁଛନ୍ତି। ଏ ନେଇ ଡମ୍ବରୁଧର କୁହନ୍ତି, ୧୫୦୦ଟଙ୍କାରୁ ଚା’ ଦୋକାନ ଆରମ୍ଭ ହୋଇଥିଲା। ଏବେ ଲକ୍ଷେ ଟଙ୍କାରେ ପହଞ୍ଚତ୍ଲାଣି। ଦିନକୁ ୫୦୦ରୁ ବେଶି ଟଙ୍କା ଲାଭ ହେଉଛି। ପେଟପାଟଣା କଥା ବୁଝୁଛି ଚା ଦୋକାନ। ମନକୁ ଆନନ୍ଦ ଦେଉଛି ସଙ୍ଗୀତ। ଲୋକମାନଙ୍କୁ ମନୋରଞ୍ଜନ କରିପାରୁଥିବାରୁ ବେଶ୍‌ ଖୁସି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri