କଣ୍ଟାପଡା, ନିଆଳି ବ୍ଲକ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ନେଇ ଘୋଷଣା: ରାଶନ କାର୍ଡ ନ ଥିବା ବିପନ୍ନଙ୍କୁ ମିଳିବ ୫୦ କିଲୋ ଚାଉଳ

କଣ୍ଟାପଡା,୧୭।୫(ଡି.ଏନ୍‌.ଏ.): ଜନପ୍ରତିନିଧିଙ୍କ ଆନ୍ଦୋଳନ ଓ ସ୍ଥାନୀୟ ବାତ୍ୟା ପ୍ରଭାବିତଙ୍କ ଦାବି ପରେ ଗୁରୁବାର ରାଜ୍ୟସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର କଣ୍ଟାପଡା ଓ ନିଆଳି ବ୍ଲକକୁ ସମ୍ପୂର୍ଣ୍ଣ ଫନୀ ପ୍ରଭାବିତ ବୋଲି ଘୋଷଣା କରିଛନ୍ତି। ଉଭୟ ବ୍ଲକର ବାତ୍ୟା ପ୍ରଭାବିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ବଣ୍ଟନ କରିବାକୁ କମିଶନରଙ୍କ କାର୍ଯ୍ୟାଳୟ ଚିଠି ନଂ. ୨୯୬୦ରେ କଟକ ଜିଲାପାଳଙ୍କୁ ଜଣାଇ ଦିଆଯାଇଛି। ଚିଠି ଅନୁଯାୟୀ ବ୍ଲକର ରାଶନ କାର୍ଡଥିବା ବାତ୍ୟା ପ୍ରଭାବିତଙ୍କୁ ୫୦ କିଲୋ ଚାଉଳ, ୨ ହଜାର ଟଙ୍କା ଓ ପଲିଥିନ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି। ତେବେ ପଲିଥିନ୍‌ ପାଇଁ ୫ ଶହ ଟଙ୍କା ଦେବାକୁ କୁହାଯାଇଛି। ସେହିପରି ରାଶନ କାର୍ଡ ନ ଥିବା ବାତ୍ୟା ପ୍ରଭାବିତଙ୍କୁ ୫୦ କିଲୋ ଚାଉଳ ଦେବାକୁ କମିଶନର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ସରକାରଙ୍କ ତ୍ରୁଟିିପୂର୍ଣ୍ଣ ଚୟନ ଯୋଗୁ ବହୁ ଗରିବ ପରିବାର ରାଶନ କାର୍ଡ ପାଇପାରି ନାହାନ୍ତି। ଫଳରେ ସେମାନଙ୍କ ପାଇଁ ସରକାରଙ୍କ ରିଲିଫ ପରିଚାଳନା ମାନଦଣ୍ଡ ଏକପ୍ରକାର ଅଭିଶାପ ପାଲଟିଛି।
ସୂଚନାଯୋଗ୍ୟ, ବାଲିଅନ୍ତା-ବାଲିପାଟଣା ସୀମାନ୍ତକୁ ଲାଗି ରହିଥିବା କଣ୍ଟାପଡା ଓ ନିଆଳି ବ୍ଲକକୁ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ବାଦ ଦିଆଯାଇଥିଲା। ଏ ନେଇ ୮ ତାରିଖଠାରୁ କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ବାଇଁଙ୍କ ନେତୃତ୍ୱରେ କଣ୍ଟାପଡା ବ୍ଲକର ସମସ୍ତ ଲୋକ ପ୍ରତିନିଧି ଓ ସମସ୍ତ ରାଜନୈତିକ ଦଳ କଣ୍ଟାପଡା ବ୍ଲକକୁ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଘେଷଣା ପାଇଁ ଜିଲା ଓ ରାଜ୍ୟ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ଲୋକ ପ୍ରତିନିଧିଙ୍କ ଦାବିକୁ ଭିତ୍ତିକରି ଗତ ୧୪ ତାରିଖରେ କେନ୍ଦ୍ରୀୟ ପ୍ରତିନିଧିଦଳ କଣ୍ଟାପଡା ଓ ନିଆଳି ବ୍ଲକର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତକରି ସ୍ଥିତି ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ଗିରଫ: ଲୁଟ୍‌ ଟଙ୍କାରେ ପ୍ରେମିକାଙ୍କୁ ଦେଉଥିଲେ ଦାମୀ ଉପହାର

କେନ୍ଦ୍ରାପଡ଼ା ଅଫିସ୍‌, ୧୩ା୬: ଚୋରି, ଡକାୟତି ଟଙ୍କାରେ ପ୍ରେମିକାଙ୍କୁ ଉପହାର ଦେବା ଭଳି ବହୁ ଘଟଣା ଟିଭି ସିରିଏଲ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ।...

ପରୀକ୍ଷା ସରିବାର ୧୦ଦିନ ପରେ ମିଳିଲା ଆଡମିଟ କାର୍ଡ

ଲୋଇସିଂହା,୨୨।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରଧିଆପାଲି ପୋଷ୍ଟମାଷ୍ଟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରତି ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ପୋଷ୍ଟ ଅଫିସ ଅଧୀନ ପଣ୍ଡକିଟାଲ ଗାଁର...

ଆଗେଇ ଚାଲିଛି ବିଜେଡି: ୨୭୫ ଜୋନ୍‌ରେ ଆଗୁଆ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ୩୧୫ ଜିଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଆସିଥିବା ରିପୋର୍ଟ...

ବିଜୁ ଜୟନ୍ତୀରେ ବଣ୍ଟାଯିବ ‘ପକ୍କାଘର ଯୋଗ୍ୟତା କାର୍ଡ’

ଭୁବନେଶ୍ୱର,୩ା୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଦିବସକୁ ଆସନ୍ତା ୫ ତାରିଖରେ ବିଜେଡି ପକ୍ଷରୁ ପାଳନ କରାଯିବ। ପ୍ରତ୍ୟେକ ବର୍ଷ ଭଳି ଏଥର...

ଝୋଲାଛାପ୍‌ ୱେବ୍‌ ସିରିଜ୍‌ରେ ଗ୍ରାମୀଣ ସ୍ବାସ୍ଥ୍ୟସେବାର ନିଛକ ଚିତ୍ର

ବଲାଙ୍ଗୀର ଅଫିସ, ୨୦ା୧୧ ବଲାଙ୍ଗୀର ଜନ୍ମିତ ବଲିଡଡ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଗୁରୁବାର ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଖବରଦାତା ସମ୍ମିଳନୀରେ ମୁକ୍ତିଲାଭ କରିବାକୁ...

ଆଜି ରାଜ୍ୟରେ ୩୨୮ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ବୁଧବାର ୩୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୭୪ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ...

ଶିମିଳିପାଳ, କୁଲଡ଼ିହାରେ ପକ୍ଷୀ ଗଣନା: ୫୩ ଟିମ୍‌ ନିୟୋଜିତ

ବାରିପଦା ଅଫିସ/ସଜନାଗଡ଼/ପାଟଣା,୩ା୧: ମୟୂରଭଞ୍ଜ ଜିଲାର ଶିମିଳିପାଳ ଓ ବାଲେଶ୍ୱର ଜିଲାର କୁଲଡ଼ିହା ଅଭୟାରଣ୍ୟରେ ରବିବାର ପକ୍ଷୀଗଣନା ଆରମ୍ଭ ହୋଇଛି। ୨ ଜିଲାର ବିଭିନ୍ନ ସ୍ଥାନ ସମେତ...

ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି: ଏବେ କହୁଛନ୍ତି କଥା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ବର୍ତ୍ତମାନ ସେ ଧୀରେ ଧୀରେ କଥା କହିବା ଆରମ୍ଭ କଲେଣି ।...

Advertisement
Archives

Model This Week