କଟା ପିଆଜ ଫ୍ରିଜ୍‌ରେ ରଖିବା ହାନିକାରକ

ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ
କରିଥାନ୍ତି। ବିଶେଷକରି ସାଲାଡରେ ଏହାର ବ୍ୟବହାର ଅଧିକ ହୋଇଥାଏ। ତେବେ ପିଆଜକୁ ଭାଜି ଖାଆନ୍ତୁ ଅବା କଞ୍ଚା, ଏହା ପ୍ରତିଟି ରୂପରେ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱଏବଂ ଆଣ୍ଟି ଇନ୍‌ଫ୍ଲେମେଟ୍ରି ଗୁଣ ହୃଦୟ ଏବଂ ପାକସ୍ଥଳୀ ପାଇଁ ବେଶ୍‌ ଫାଇଦା ପ୍ରଦାନ କରିଥାଏ। କିନ୍ତୁ ଏହାର ଦୈନନ୍ଦିନ ବ୍ୟବହାରରେ ଅନେକ ଲୋକ କଟା ପିଆଜକୁ ଫ୍ରିଜ୍‌ରେ ରଖିବାରେ ଅଭ୍ୟସ୍ତ ଥାନ୍ତି। ଏପରିକି ରୋଷେଇରେ ବ୍ୟବହାର ହେବା ପରେ ଯଦି ପିଆଜ ବଳକା ରହିଯାଏ, ତାକୁ ବି ଫ୍ରିଜ୍‌ରେ ରଖିଦିଅନ୍ତି। ଯଦି ଆପଣ ବି ଏଭଳି କରୁଛନ୍ତି, ତେବେ ସାବଧାନ
ହୋଇଯାଆନ୍ତୁ। ବୈଜ୍ଞାନିକଙ୍କ ଅନୁସାରେ ଫ୍ରିଜ୍‌ରେ ଷ୍ଟୋର୍‌ ଥିବା କଟା ପିଆଜ ସେବନ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ବୈଜ୍ଞାନିକଙ୍କ ଅନୁସାରେ, କଟା ପିଆଜ ଖୁବଶୀଘ୍ର ଖରାପ ହୋଇଥାଏ। ଏଥିରେ ଖୁବ୍‌ଶିଘ୍ର ବ୍ୟାକ୍ଟେରିଆ ଘର କରିଦିଅନ୍ତି, ଯାହାର ସେବନ ଶରୀର ପାଇଁ ହାନିକାରକ ହୋଇପଡ଼େ। ଏହି ବ୍ୟାକ୍ଟେରିଆ ଶରୀରକୁ ଯିବା ଦ୍ୱାରା ପାଚନ କ୍ରିୟାରେ ଗଡ଼ବଡ଼ ହେବା ସହ ହୃଦୟ ଏବଂ ପାକସ୍ଥଳୀ ଉପରେ କୁପ୍ରଭାବ ପକାଇଥାନ୍ତି। ଏକ ଗବେଷଣାରୁ ବୈଜ୍ଞାନିକମାନେ ଏହା ଜାଣିବାକୁ ପାଇଛନ୍ତି। ଏଣୁ ପିଆଜକୁ କାଟିବା ମାତ୍ରକେ ତୁରନ୍ତ ରୋଷେଇରେ ବ୍ୟବହାର କରିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ କୃମି ସମସ୍ୟା ଓ ନିରାକରଣ

ସୁସ୍ଥ ଓ ନୀରୋଗ ରହିବା ପାଇଁ କିଏ ବା ନ ଚାହେଁ? ବିଭିନ୍ନ ପ୍ରକାର ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରି ନୀରୋଗ ରହିବାର ବାଟ ଆମେ...

ଚାଲିଲେ ବଢେ ଆୟୁ

ୟୁନିଭରସିଟି ଅଫ୍‌ ସିଡ୍‌ନୀର ଗବେଷକମାନେ ଏବେ ଏକ ନୂଆ ତଥ୍ୟ ପ୍ରଦାନ କରିଛନ୍ତି। ଯେଉଁମାନେ ଯେତେ ଦ୍ରୁତ ଗତିରେ ଚାଲିଥାଆନ୍ତି ସେମାନେ ସେତେ ଦୀର୍ଘାୟୁ ହୋଇଥାଆନ୍ତି।...

ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ...

ଜାଣନ୍ତୁ ଧନୀ ହେବେ କିପରି

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ...

ହଳଦୀ ଏକ, ଉପକାର ଅନେକ

ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବାରେ ହଳଦୀର ଭୂମିକା ଯଥେଷ୍ଟ ରହିଥାଏ। ଏପରିକି ତ୍ୱଚା ଜନିତ ଅନେକ ସମସ୍ୟାରୁ ବି ହଳଦୀ ଆମକୁ ମୁକ୍ତି ଦେଇଥାଏ।...

ଖାଲି ପେଟରେ ଖାଆନ୍ତୁନି ଏସବୁ ଖାଦ୍ୟ : ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ...

ଟାଇପ-୧ ଡାଇବେଟିସ୍‌ ପାଇଁ ରୋଟାଭାଇରସ ଇନ୍‌ଫେକ୍‌ଶନ ଦାୟୀ

ଡାଇବେଟିସ୍‌ ଏବେ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏପରି ବଢ଼ି ଚାଲିଛି ଯେ, ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’...

ଜାଣି ରଖନ୍ତୁ…

ବର୍ଷାଦିନେ ପିଲାଙ୍କ ଦେହରେ ଫଙ୍ଗାଲ୍‌ ଓ ରିଙ୍ଗଓ୍ବର୍ମ ଇନ୍‌ଫେକ୍ସନର ଆଶଙ୍କା ଅଧିକ। ଏହା ଅପରିସ୍କାର ପାଣି କିମ୍ବା ପୋଷା ଜୀବଜନ୍ତୁଙ୍କ ଯୋଗୁ ହୋଇପାରେ। ତେଣୁ ଏଦିନେ...

Advertisement
Archives

Model This Week