ବ୍ରହ୍ମପୁର ଅଫିସ,୨୮ା୫-୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ଗଞ୍ଜାମ ଜିଲାରେ କ୍ଷତିର ସମ୍ମୁଖୀନ ହୋଇଛି ବାମପନ୍ଥୀ ସିପିଆଇ। ଆସିକା ଲୋକ ସଭା ଏବଂ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ମେଣ୍ଟ ବୁଝାମଣାରେ ସିପିଆଇକୁ ଛାଡ଼ି ଦେଇଥିଲା। ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା ଆସିକା ଲୋକ ସଭା କ୍ଷେତ୍ରରୁ ଏବଂ ଯୁବ ନେତା ପ୍ରଦୀପ କୁମାର ସେଠୀ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଆଶାନୁରୂପ ଭୋଟ ନ ପାଇ ଉଭୟ ପରାଜିତ ହେବା ସହ ଅମାନତ ହରାଇଛନ୍ତି। ଏଥିପାଇଁ କଂଗ୍ରେସ ନେତା ଓ କର୍ମୀଙ୍କ ଅସହଯୋଗକୁ ଜିଲା ସିପିଆଇ ସମ୍ପାଦକ ପ୍ରକାଶ ପାତ୍ର ଦାୟୀ କରିଛନ୍ତି। ମେଣ୍ଟ ଧର୍ମ ରକ୍ଷା ନ କରି କଂଗ୍ରେସ ଦଳ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଆସିକା ଲୋକ ସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ଜଣେ ଗାଉଁଲି ବୟସ୍କା ମହିଳା ତଥା ଏସ୍ଏଚ୍ଜି ସଂଗଠିକା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ଚଳନ୍ତି ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ସେହିପରି ବରିଷ୍ଠ ରାଜନେତା ତଥା ରାଜ୍ୟ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିଲା ଭାଜପା। ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେ ମଧ୍ୟ ଶାସକ ଦଳ ସମସ୍ତ ବଳ ପ୍ରୟୋଗ କରିବାରୁ ବିଜେଡି ପ୍ରାର୍ଥିନୀଙ୍କୁ ୫ ଲକ୍ଷ ୫୨ ହଜାର ୭୪୯ ଭୋଟ ମିଳିଲା। ସେହିପରି ସମସ୍ତ ଅସ୍ତ୍ର ପ୍ରୟୋଗ କରି ଭାଜପା ପ୍ରାର୍ଥିନୀ ପାଇଲେ ୩ ଲକ୍ଷ ୪୮ ହଜାର ୦୪୨ ଭୋଟ । ସେହି ଅଞ୍ଚଳର କଂଗ୍ରେସ ଭୋଟ ଭାଜପା ସପକ୍ଷରେ ଯାଇଥିବା ସିପିଆଇ ସମାଲୋଚନା କରିଛି ।
ପଟେ କଂଗ୍ରେସର ଅସହଯୋଗ ଏବଂ ଅର୍ଥାଭାବ ଯୋଗୁ ମେଣ୍ଟର ସିପିଆଇ ପ୍ରାର୍ଥୀ ରାମକୃଷ୍ଣଙ୍କୁ ମିଳିଲା ମାତ୍ର ୫୯ ହଜାର ୯୭୮ ଭୋଟ । ନିର୍ବାଚନ ଆଇନ ପ୍ରକାରେ ନୋଟାକୁ ଛାଡ଼ି ସମୁଦାୟ ମତଦାନର ୬% ଅଧିକ ନ ମିଳିଲେ ଅମାନତ ରହିବ ନାହିଁ। ତେଣୁ ସିପିଆଇକୁ ଏହି ଦଶା ଭୋଗିବାକୁ ପଡ଼ିଛି। ଅତୀତରେ ଆସିକା ଲାଲଗଡ଼ ଥିଲା। ସିପିଆଇ ନେତା ସ୍ବର୍ଗତ ଦ୍ୱିତୀକୃଷ୍ଣ ପଣ୍ଡା ଲୋକ ସଭା ଏମ୍ପି ଓ ଆସିକା ବିଧାୟକ ହୋଇଥିଲେ। ସ୍ବର୍ଗତ ହରିହର ଦାସ ବହୁବାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥର କଂଗ୍ରେସ ଠକି ଦେବାରୁ ଦାରୁଣ ବିପର୍ଯ୍ୟୟ ଘଟିଥିବା କୁହାଯାଇଛି ।
ଛତ୍ରପୁର ବିଧାନସଭାର ସିପିଆଇ ପ୍ରାର୍ଥୀ ପ୍ରଦୀପଙ୍କୁ ମିଳିଛି ୧୨ ହଜାର ୭୬୬ ଭୋଟ । ସେ ମଧ୍ୟ ଅମାନତ ରଖିବାରେ ସକ୍ଷମ ହୋଇନାହାନ୍ତି ।
୧୯୬୧ରୁ ୧୯୭୧ ନିର୍ବାଚନରେ ସିପିଆଇ ପ୍ରାର୍ଥୀ ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ର ଲଗାତର ୩ ଥର ଜିତିଥିଲେ। ୧୯୭୭ ଓ ୧୯୮୦ ନିର୍ବାଚନରେ ସ୍ବର୍ଗତ ବିଶ୍ୱନାଥ ସାହୁ ଦୁଇଥର ବିଧାୟକ ହୋଇଥିଲେ। ୧୯୯୦ ନିର୍ବାଚନରେ ସ୍ବର୍ଗତ ପର୍ଶୁରାମ ପଣ୍ଡା, ୨୦୦୪ ନିର୍ବାଚନରେ ଏନ. ନାରାୟଣ ରେଡ୍ଡୀ, ୨୦୦୯ ନିର୍ବାଚନରେ ଆଦିକନ୍ଦ ସେଠୀ ସିପିଆଇରୁ ବିଧାୟକ ହୋଇଥିଲେ । ଅତୀତରେ ଛତ୍ରପୁର ସେଗ୍ମେଣ୍ଟରୁ ସିପିଆଇରୁ ୮ ବିଧାୟକ ହୋଇଥିଲେ ଏବଂ ୨୦୧୪ ନିର୍ବାଚନରେ ମଧ୍ୟ ପରାଜିତ ସିପିଆଇ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ୩୧ ହଜାର ୨୦୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ୨୦୧୯ ନିର୍ବାଚନରେ ପ୍ରାର୍ଥୀ ପ୍ରଦୀପଙ୍କୁ ଗତ ନିର୍ବାଚନ ତୁଳନାରେ ୨୦ ହଜାର କମ ଭୋଟ ମିଳିଛି । ଏଭଳି ସ୍ଥିତିରେ ମେଣ୍ଟ ଧର୍ମ ପାଳନ ନ କରି କଂଗ୍ରେସ ଚିତା କାଟିଥିବା ସିପିଆଇ କଟାକ୍ଷ କରିଛି ।
ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!
ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…
ନାବାଳିକାଙ୍କୁ ବଳାତ୍କାର
ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…
ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ
ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…
ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା
ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…
‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’
ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…
ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା
ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…
ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…
ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…
ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ
ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…
Archives

