Posted inଜାତୀୟ

କଂକ୍ରିଟ ମିକ୍ସର ଟ୍ରକ୍‌ରୁ ଉଦ୍ଧାର ହେଲେ ୧୮ ଶ୍ରମିକ

ଇନ୍ଦୋର,୨।୫: କରୋନା ସଂକ୍ରମଣକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଏବେ ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟସ୍ତ ହୋଇପଡିଛନ୍ତି। ନିକଟରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଏବେବି କେତେଜଣ ଲୁଚିଛପି ଘରମୁହାଁ ହୋଇଥିବା ଦେଖାଯାଇଛି। ଶନିବାର ମଧ୍ୟପ୍ରଦେଶର ଇନ୍ଦୋରରେ କଂକ୍ରିଟ ମିକ୍ସର ଟ୍ରକ୍‌ରେ ଲୁଚିଛପି ଘରକୁ ଆସୁଥିବା ୧୮ଜଣ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି। ଇନ୍ଦୋର ଡିଏସ୍‌ପିଙ୍କ ସୂଚନା ଅନୁଯାୟୀ ଏମାନେ ମହାରାଷ୍ଟ୍ରରୁ ଲକ୍ଷ୍ନୌ ଯାତ୍ରା କରୁଥିଲେ। ତେଣୁ ଏମାନଙ୍କୁ ଅଟକ ରଖାଯିବା ସହ ପୋଲିସ ମାମଲା ରୁଜୁକରି ସମସ୍ତଙ୍କୁ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ମିଳିଛି ୬୧୪ କୋଟି ଚାନ୍ଦା

ନୂଆଦିଲ୍ଲୀ,୧୫ା୨: ଗତ ଆର୍ଥତ୍କ ବର୍ଷରେ ଭାଜପାକୁ ୬୧୪.୬ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ କଂଗ୍ରେସ ପାଇଛି ୯୫.୪ କୋଟି। ନିର୍ବାଚନ ଉପରେ ନଜର ରଖୁଥିବା ଆସୋସିଏଶନ...

୬ ଆତଙ୍କବାଦୀ ଗିରଫ

ଭୋପାଳ,୧୩।୩: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁଇନ୍ଦା ଏଜେନ୍ସି ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।...

ମହିଳା ସମେତ ୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ଚଣ୍ଡିଗଡ଼,୧୨।୧୧: ପଞ୍ଜାବ ପୋଲିସର ଅପରେଶନ୍‌ ସେଲ୍‌ ପକ୍ଷରୁ ୨ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଉକ୍ତ...

ବସ୍‌ ସହ ୪ ଯାତ୍ରୀ ଦଗ୍ଧ, ୨୦ ଆହତ

କଟ୍ରା,୧୪।୫: ଜମ୍ମୁ-କଶ୍ମୀରର କଟ୍ରା ନିକଟରେ ଶୁକ୍ରବାର ଏକ ତୀର୍ଥଯାତ୍ରୀ ବସ୍‌ରେ ନିଆଁ ଲାଗିଯିବାରୁ ୪ ଯାତ୍ରୀ ଜୀବନ୍ତ ଦଗ୍ଧ ହେବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ...

ଭାଜପାରେ କିଏ ହେବେ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ: ସର୍ଭେ

ନୂଆଦିଲ୍ଲୀ,୨୭ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବେଶ ପରିଚିତ । କେବଳ ଦେଶ କାହିଁକି ବିଦେଶରେ ବି ମୋଦିଙ୍କ ଲୋକପ୍ରିୟତା ଖୁବ୍...

ଅତିକ-ଅଶରଫ ହତ୍ୟା ମାମଲା: ଅସନ୍ତୁଷ୍ଟ ଭାଜପା ହାଇକମାଣ୍ଡ ଦେଲେ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ଗୁଳି କରି ହତ୍ୟା କରାଯିବା ପରଠାରୁ ରାଜନୈତିକ ଜଗତରୁ ଲଗାତାର ପ୍ରତିକ୍ରିୟାମାନ ଆସୁଛି।...

ରାଜଧାନୀରେ ପ୍ରବଳ ବର୍ଷା, ୧୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ…

ନୂଆଦିଲ୍ଲୀ, ୨୩।୫ : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ସୋମବାର ସକାଳ ପ୍ରାୟ ୬ଟା ୩୦ରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ...

ୟୁପିରେ ହାଇଆଲର୍ଟ

ଲକ୍ଷ୍ନୌ,୧୨।୯: ଜ୍ଞାନବାପି ମସ୍‌ଜିଦ ମାମଲାରେ ବାରାଣସୀ ଜିଲା କୋର୍ଟ ସୋମବାର ଅଞ୍ଜୁମନ ଇଣ୍ଟେଜେମିଆ ମସ୍‌ଜିଦ କମିଟିର ଆବେଦନକୁ ଖାରଜ କରିଦେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି...

Advertisement
Archives

Model This Week