ଔଷଧ-ଭେଣ୍ଟିଲେଟରର ଅଭାବ: କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ଦେବାରେ ଅସମର୍ଥ ଡାକ୍ତର !

ପ୍ୟାରିସ୍‌,୬।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଫ୍ରାନ୍ସ୍‌ରେ ଯନ୍ତ୍ରଣା ଉପଶମକାରୀ ଔଷଧ ଏବଂ ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଫଳରେ ଡାକ୍ତରମାନେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାରେ ଅସମର୍ଥ ହେଉଥିବା କହିଛନ୍ତି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲକୁ ଚିକିତ୍ସା ଲାଗି ଆସୁଥିବା ଲୋକଙ୍କ ମଧ୍ୟରୁ କାହାକୁ ଆଇସିୟୁରେ ରଖାଯିବ ସେନେଇ ଡାକ୍ତରଙ୍କୁ ଚିନ୍ତା କରିବାକୁ ପଡୁଛି। ଯେଉଁମାନଙ୍କର ବଞ୍ଚିବାର ଆଶା ଅଧିକ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଉଛି। ମାତ୍ର ଏହା ଡାକ୍ତର ପେଶା ଉପଯୋଗୀ ନୁହେଁ ବୋଲି ଫ୍ରାନ୍ସିସ୍‌ ପେଲେଟିଭ୍‌ କେୟାର ସୋସାଇଟିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରେଜିସ ଆବ୍ରି କହିଛନ୍ତି । ପରିବାର ସଦସ୍ୟଙ୍କ ବିନା ହସ୍ପିଟାଲରେ ଜୀବନ ମୃତ୍ୟୁ ସହିତ ଲଢ଼େଇ କରୁଥିବା ସଂକ୍ରମିତଙ୍କ ପ୍ରତି ଉପଯୁକ୍ତ ନ୍ୟାୟ କରାଯାଇପାରୁ ନାହିଁ। ଏଭଳି ସ୍ଥିତି ଜଣେ ମଣିଷ ପାଇଁ କେବେ ମଧ୍ୟ ସହ୍ୟ ହେବ ନାହିଁ। ଦେଶରେ ମିଡ଼ଜୋଲମ୍‌ ଔଷଧ ଏବଂ ଅଫିମର ଅଭାବ ଯୋଗୁ ଶେଷ ସମୟରେ ମଧ୍ୟ ଗୁରୁତର ସଂକ୍ରମିତଙ୍କୁ ଶାନ୍ତି ମୃତ୍ୟୁ ମିଳିପାରୁନି। ଏହାର ଉପଯୋଗ ସାଧାରଣତଃ ଯନ୍ତ୍ରଣା ଉପଶମ ଭାବେ ବ୍ୟବହୃତ ହୋଇଥାଏ ବୋଲି ଡାକ୍ତର ବର୍ନାଡ ଡେବଲୋଇସ୍‌ କହିଛନ୍ତି। ଡାକ୍ତରଙ୍କ ସମ୍ମୁଖରେ ଗୁରୁତର ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ସମ୍ଭବ ହୋଇପାରୁ ନ ଥିବା ଫ୍ରାନ୍ସିସ୍‌ ଜେରୋଟ୍ନୋଲୋଜି ଏବଂ ଜେରିୟାଟ୍ରିକ୍ସ୍‌ ସୋସାଇଟିର ଅଧ୍ୟ ପ୍ରଫେସର ଓଲିବିୟର ଗୁଏରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri