ଓୟୁଏଟିରେ ର଼୍ୟାଗିଂ ଅଭିଯୋଗ

ଭୁବନେଶ୍ୱର,୧ା୫ (ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ହଷ୍ଟେଲରେ ର଼୍ୟାଗିଂ। ସିନିୟରଙ୍କ ର଼୍ୟାଗିଂର ଶିକାର ହୋଇଛନ୍ତି ଯୁକ୍ତ୩ ଏଗ୍ରୀକଲଚର ବିଭାଗର ପ୍ରଥମ ବର୍ଷର ଛାତ୍ର। ତେବେ ର଼୍ୟାଗିଂ ଭୟରେ କେତେଜଣ ଛାତ୍ର ହଷ୍ଟେଲ ଛାଡ଼ିଥିବାବେଳେ ମଙ୍ଗଳବାର ୪ଜଣଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଆକ୍ରମଣରେ ଦୁଇ ଛାତ୍ର ସତ୍ୟସ୍ବରୂପ ନାୟକ ଓ ସୌଭାଗ୍ୟ ନାୟକ ଗୁରୁତର ଆହତ ହୋଇଥିବାବେଳେ ଆଦର୍ଶ ମିଶ୍ର ଓ ଅନୁପ ନାରାୟଣ ପ୍ରଧାନ ସାମାନ୍ୟ ଆହତ ହୋଇଛନ୍ତି। ଏପରିକି ର଼୍ୟାଗିଂ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ବୈଠକ ବସିଥିବାବେଳେ ମଧ୍ୟ ଅଭିଯୁକ୍ତମାନେ ସେଠାରେ ପହଞ୍ଚତ୍ ହୋହଲ୍ଲା କରିବା ସହ ଧମକ ଦେଇଛନ୍ତି। ଏନେଇ ଖଣ୍ଡଗିରି ଥାନା ଅଧୀନ ଶିରିପୁର ଫାଣ୍ଡିରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ସିନିୟର ଛାତ୍ରମାନେ ବର୍ଷ ଆରମ୍ଭରୁ ଜୁନିୟରଙ୍କୁ ର଼୍ୟାଗିଂ କରୁଥିଲେ। ବିଶେଷକରି ପ୍ରଥମ ବର୍ଷର ଛାତ୍ରମାନଙ୍କୁ ରାତିରେ ଖାଇବା ଓ ମଦ ଆଣିବାକୁ ପଠାଉଥିଲେ। ହଷ୍ଟେଲ ଓ କଲେଜ ପରିସରରେ ସିନିୟରମାନଙ୍କୁ ଦେଖିଲେ ମୁହଁ ତଳକୁ କରି ଯିବା ସହ ସର୍ବଦା ଶୁଭେଚ୍ଛା ଜଣାଇବାକୁ କହୁଥିଲେ। ଏହାକୁ ଯେଉଁମାନେ ମାନୁ ନ ଥିଲେ ସେମାନଙ୍କୁ ସିନିୟର ଛାତ୍ରମାନେ ରାତିରେ ରୁମ୍‌କୁ ଡକାଇ ନାନା ଅତ୍ୟାଚାର କରୁଥିଲେ। ଫଳରେ ର଼୍ୟାଗିଂର ଶିକାର କେତେଜଣ ଛାତ୍ର ହଷ୍ଟେଲ ଛାଡ଼ି ଦେଇଥିଲେ। ସତ୍ୟସ୍ବରୂପ, ସୌଭାଗ୍ୟ, ଆଦର୍ଶ ଓ ଅନୁପ ତିନିମାସ ହେବ ହଷ୍ଟେଲ ଛାଡି ବାହାରେ ରହୁଥିଲେ। ସୋମବାର ସିନିୟର ଛାତ୍ରମାନେ ତାଙ୍କୁ କ୍ୟାମ୍ପସରେ ଘେରିବାକୁ ଉଦ୍ୟମ କରୁଥିବାବେଳେ ଜଣେ ପ୍ରଫେସରଙ୍କ ହସ୍ତକ୍ଷେପ ପରେ ସେମାନେ ଚାଲିଯାଇଥିଲେ। ମଙ୍ଗଳବାର ସାଢେ ୧୧ଟାରେ ସେମାନେ କ୍ଲାସ ସାରି ବାହାରୁଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ସିନିୟର ଛାତ୍ର ଓ ଅଣଛାତ୍ର ସେମାନଙ୍କୁ ଘେରିଯାଇଥିଲେ।  ଗାଳିଗୁଲଜ  ଓ ଟଣାଓଟରା କରିବା ସହ ରାସ୍ତାରେ ଆଣ୍ଠୋଇବାକୁ କହିଥିଲେ। ଏଥିରେ ଛାତ୍ରମାନେ ରାଜି ହୋଇ ନ ଥିଲେ। ଏହି ସମୟରେ  ଦୁଇ ଛାତ୍ର ସତ୍ୟସ୍ବରୂପ ଓ ସୌଭାଗ୍ୟ ମୋବାଇଲ କାଢି ରେକର୍ଡିଂ କରିବାରୁ ସିନିୟରମାନେ ମୋବାଇଲକୁ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ପରେ ଲୁହା ପାଇପରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଥିଲେ। ଫଳରେ ଦୁଇ ଛାତ୍ରଙ୍କ ଶାର୍ଟ ଚିରିଯାଇଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଅନ୍ୟ ଦୁଇ ଛାତ୍ର  ଆଦର୍ଶ ଓ ଅନୁପଙ୍କୁ ମାଡ଼ ମାରିବାରୁ ସେମାନେ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ଖବରପାଇ ପରିବାର ଲୋକେ ପହଞ୍ଚତ୍ ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ଶିରିପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅପରାହ୍ନ ୪ଟାରେ ବିଶ୍ୱବିଦ୍ୟାଳୟରେ ଶାନ୍ତି ଫେରାଇ ଆଣିବାକୁ ଡିନ୍‌ କେ.କେ. ରାଉତ ଓ ଆକ୍ରମଣର ଶିକାର ଛାତ୍ରଙ୍କ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ସେଠାରେ ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।  ସାଢେ ୪ଟାରେ ସମ୍ପୃକ୍ତ ସିନିୟର ଛାତ୍ରଙ୍କ ସମର୍ଥକମାନେ ପହଞ୍ଚତ୍ ସେଠାରେ ହୋହଲ୍ଲା କରିଥିଲେ। କ୍ୟାମ୍ପସ ବାହାରକୁ ଆସିଲେ ଦେଖିଦେବୁ ବୋଲି ଧମକ ଦେଇ ଚାଲିଯାଇଥିଲେ। ଏପରିସ୍ଥଳେ ଅଭିଭାବକମାନେ ଅତ୍ୟନ୍ତ ଭୟଭୀତ ହୋଇପଡିବା ସହ ସେମାନଙ୍କ ପିଲାଙ୍କୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଯୁକ୍ତମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିବା ସହ ପୋଲିସ ଆବଶ୍ୟକ ସୁରକ୍ଷା ଯୋଗାଇ ଦେଉ ବୋଲି କହିଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ  ଲିଖିତ ପ୍ରତିଶ୍ରୁତି ନ ଦେବାରୁ ଅଭିଭାବକମାନେ ସନ୍ଧ୍ୟାରେ ଖଣ୍ଡଗିରି ଥାନାରେ ପହଞ୍ଚତ୍ ଆଲୋଚନା କରିଥିବା ଜଣାପଡ଼ିଛି।

ଖଣ୍ଡଗିରି ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି, ର଼୍ୟାଗିଂ ଅଭିଯୋଗ ହେବା ପରେ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା। ତେବେ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଚାଲିଛି। ସମ୍ପୃକ୍ତ ଛାତ୍ରମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?