Posted inଫୁରସତ

‘ଓ୍ବାର୍କ ଫ୍ରମ୍‌ ହୋମ୍‌’ରୁ ନିଃସଙ୍ଗତା

ଓ୍ବାଶିଂଟନ: ବଦଳିଛି କାମ କରିବାର ତରିକା। ଏହାକୁ ଆହୁରି ସୁବିଧା କରିଦେଇଛି ଅନ୍‌ଲାଇନ ନେଟ୍‌ଓ୍ବାର୍କିଂ। ଘରେ ରହି କରାଯାଇପାରୁଛି ଗୋଟିଏରୁ ବଡ଼ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାମ। ହେଲେ ଏହାର ପ୍ରଭାବରେ ପ୍ରଭାବିତ ହେଉଛି ମାନସିକତା। ବିଶେଷ କରି ଏପରି କାର୍ଯ୍ୟ ଯୁବପିଢ଼ିଙ୍କୁ ଅବସରଗ୍ରସ୍ତ କରାଉଛି। ସେମାନେ ଖୁବ୍‌ କମ୍‌ ବୟସରୁ ନିଃସଙ୍ଗତା ଭଳି ଗମ୍ଭୀର ମାନସିକ ରୋଗର ଶିକାର ହେଉଛନ୍ତି। ଆମେରିକା ପକ୍ଷରୁ ଜାରି କରାଯାଇଥିବା ଲୋନ୍‌ଲିନେସ୍‌ ଇଣ୍ଡେକ୍ସର ଏପରି ତଥ୍ୟ ଏବେ ଘରେ ରହି କାମ କରିବା ଅର୍ଥାତ୍‌ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି।
ଇଣ୍ଡେକ୍ସରେ ପ୍ରକାଶିତ ତଥ୍ୟରେ କୁହାଯାଇଛି, ଘରେ ବସି କାମ କରିବା ଦ୍ୱାରା ଘରକୁ ଲୋକଙ୍କ ଯିବା ଆସିବା କମିଯାଉଛି; ଯାହା ମାନସିକ ଅବସାଦର ମୁଖ୍ୟକାରଣ। ଏ ବିଷୟରେ ବିଧିବଦ୍ଧ ତଥ୍ୟ ହାସଲ କରିବା ଲାଗି ୧୦,୨୦୦ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ସେମାନଙ୍କୁ ବିଭିନ୍ନ ପ୍ରକାରର ୨୦ଟି ପ୍ରଶ୍ନ ପଚରାଯାଇଥିଲା। ଏହାକୁ ୟୁନିଭର୍ସିଟି ଅଫ୍‌ କାର୍ଲିଫର୍ନିଆ ଏବଂ ଲସ୍‌ଏଞ୍ଜଲସ୍‌ ୟୁନିଭର୍ସିଟିର ଲୋନ୍‌ଲିନେସ୍‌ ସ୍କେଲ ଆଧାରରେ ଯାଞ୍ଚ କରାଯାଇଥିଲା।
ଜଣେ ଆମେରିକୀୟ ହାରାହାରି ଜୀବନ କାଳ ମଧ୍ୟରେ ୯୦ ହଜାର ଘଣ୍ଟା କାମ କରିଥାଏ। ଏହାର ଏକ ବଡ଼ ଭାଗ ଘରେ ରହି କାମ କରିବାରେ ଯାଇଥାଏ। ଏହି ସମସ୍ୟା ପୁରୁଣା ପିଢ଼ିଙ୍କ ପରିବର୍ତ୍ତେ ଯୁବବର୍ଗଙ୍କ ମଧ୍ୟରେ ବେଶି ଦେଖିବାକୁ ମିଳୁଛି। ସର୍ଭେରେ ସାମିଲ ହୋଇଥିବା ୪୮% ଯୁବପିଢ଼ି କହିଥିଲେ ସେମାନେ ନିଃସଙ୍ଗତାର ଶିକାର ହୋଇଛନ୍ତି। ଅନ୍ୟପଟେ ୨୮% ବୟସ୍କ ସମାନ ମତ ରଖିଥିଲେ। ଯୁବବର୍ଗଙ୍କ ନିକଟରେ ଦେଖାଯାଉଥିବା ଏପରି ମାନସିକ ଚାପର ପ୍ରମୁଖ କାରଣ ପ୍ରଯୁକ୍ତି ବିଦ୍ୟାର ବିକାଶ। ଅତ୍ୟଧିକ କାମ ଏବଂ କାମ କରିବା ସଂସ୍କୃତି ପାଇଁ ଅଧିକାଂଶ ଏପରି ସମସ୍ୟାରେ ଜୁଝି ହେଉଛନ୍ତି। ସେମାନଙ୍କୁ ଆରାମ କରିବାକୁ ଯଥେଷ୍ଟ ସମୟ ମିଳୁନାହିଁ। ଏହାର ଅନ୍ୟତମ କାରଣ ସୋସିଆଲ ମିଡିଆ। ଯୁବତୀଯୁବକ ମୋବାଇଲ ଫୋନ୍‌, ଗ୍ୟାଜେଟ୍‌, କମ୍ପ୍ୟୁଟର ଭଳି ଯନ୍ତ୍ର ସହ ଅଧିକ ଜଡ଼ିତ ରହୁଛନ୍ତି। ପରିବାର ଲୋକଙ୍କ ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ସୋସିଆଲ ମିଡିଆ ଦୁନିଆରେ ବୁଡ଼ି ରହିବା ସେମାନଙ୍କୁ ବିଷାଦଗ୍ରସ୍ତ କରାଉଛି।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅଧିକାଂଶ ବ୍ୟକ୍ତିଙ୍କଠାରେ ଏକଲାପଣର ଶିକାର ହେବା ଆଶଙ୍କା ଅଧିକ। ୭୦% ୟୁଜର ଏହି କାରଣରୁ ନିଃସଙ୍ଗତାକୁ ଡାକି ଆଣିଥିବା ଅଭିଯୋଗ କରିଛନ୍ତି। ବର୍ଷେ ପୂର୍ବେ ଏହା ୫୩% ଥିଲା। ସର୍ଭେରେ ସାମିଲ ହୋଇଥିବା ଏବଂ ସୋସିଆଲ ମିଡିଆ କମ୍‌ ବ୍ୟବହାର କରୁଥିବା ୫୧% ଲୋକ ଏହି ସମସ୍ୟା ଭୋଗୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,୨୦୧୮ରେ ୫୪% ଆମେରିକୀୟ ଯୁବବର୍ଗ ମାନସିକ ଅବସାଦଗ୍ରସ୍ତ ଥିବାବେଳେ ୨୦୧୯ରେ ଏହା ବୃଦ୍ଧି ଘଟି ୬୧%ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri