ଓସ୍କାର ଦୌଡ଼ରେ ଆଗରେ ‘ଜୋକର’

ଲସ୍‌ ଏଞ୍ଜେଲସ,୧୪ା୧: ବହୁଚର୍ଚ୍ଚିତ ଏବଂ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସା ସାଉଁଟି ଥିବା ଜୋକ୍ୱିନ ଫିନିକ୍ସଙ୍କ ଅଭିନୀତ ଫିଲ୍ମ ଜୋକର ୯୨ତମ ଓସ୍କାର ପୁରସ୍କାର ଦୌଡ଼ରେ ସବୁଠୁ ଆଗରେ ରହିଛି। ୧୦ ବର୍ଗରେ ମନୋନୀତ ହୋଇଥିବା ‘ୱାନ୍‌ସ ଅପନ୍‌ ଏ ଟାଇମ୍‌ ଇନ୍‌ ହଲିଉଡ୍‌’, ‘ଦ ଆଇରିସମ୍ୟାନ୍‌’ ଏବଂ ‘୧୯୧୭’ ଭିତରେ ଦ୍ୱିତୀୟ ସ୍ଥାନ ପାଇଁ ଟାଇ ହୋଇଛି। ବୋଙ୍ଗ୍‌ ଜୋନ୍‌ ହୋ-ହେମଲଡ୍‌ ‘ପାରାସାଇଟ୍‌’ ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ହୋଇଛି। ସର୍ବଶ୍ରେଷ୍ଠ ପିକ୍‌ଚର୍‌ ବର୍ଗରେ ମନୋନୀତ ହୋଇ ଏହି ଦକ୍ଷିଣ କୋରିଆ ସିନେମା ଇତିହାସ ରଚିଛି ।
ଆଡାମ ଡ୍ରାଇଭର (ମ୍ୟାରେଜ୍‌ ଷ୍ଟୋରୀ) ଏବଂ ଜୋନାଥନ ପ୍ରାଇସ (ଦ ଟୁ ପୋପ୍‌ସ) ଶ୍ରେଷ୍ଠ ଅଭିନେତା ଦୌଡ଼ରେ ଆଗରେ ରହିଛନ୍ତି। ବେଷ୍ଟ ସପୋର୍ଟିଂ ଲିଷ୍ଟରେ ଟମ୍‌ ହଙ୍କ୍‌ସ ଏବଂ ଆନ୍ଥୋନୀ ହପକିନ୍‌ ସ୍ଥାନ ପାଇଛନ୍ତି। ବ୍ରିଟିଶ ୱାର୍‌ ଡ୍ରାମାର ନିର୍ଦ୍ଦେଶକ ମେଣ୍ଡେସ ଶ୍ରେଷ୍ଠ ନିର୍ଦ୍ଦେଶକ ଦୌଡ଼ରେ ରହିଛନ୍ତି। ରେନି ଜେବ୍ଲେଗର (ଜୁଡି) ସ୍କାରଲେଟ ଜୋହାନସନ (ମ୍ୟାରେଜ ଷ୍ଟୋରୀ), ଚାରଲାଇଜ୍‌ ଥେରନ୍‌ (ବୋମ୍ବସେଲ) ଏବଂ ଇରିଭୋ ଶ୍ରେଷ୍ଠ ଅଭିନେତ୍ରୀ ଲାଗି ମନୋନୀତ ହୋଇଛନ୍ତି। ବେଷ୍ଟ ମହିଳା ସପୋର୍ଟିଂ ଅଭିନେତ୍ରୀ ଭାବେ ଲଉରା ଡେର୍ନ ମନୋନୀତ ହୋଇଛନ୍ତି। ସେ ଜୋହାନସନ (ଜୋଜ ରବିଟ୍‌), ପ୍ୟୁଗ, ମାରଗଟ୍‌ ରୋବି ଏବଂ କାଥୋ ବେଟ୍‌ସ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାରତୀୟ ସିନେମା ‘ଗଲିବୟ’ ଓସ୍କାର ଦୌଡ଼ରୁ ପୂର୍ବରୁ ବାଦ ପଡ଼ିଛି। ଶ୍ରେଷ୍ଠ ପ୍ରାମାଣିକ ଚିତ୍ର (ଡକ୍ୟୁମେଣ୍ଟାରି) ଲାଗି ଓସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଆମେରିକାରେ ବାସ କରୁଥିବା ଦୁଇ ଭାରତୀୟ ବଂଶୋଦ୍ଭବ ଫିଲ୍ମ ନିର୍ମାତା। ‘ସେଣ୍ଟ ଲୁଇ ସୁପରମ୍ୟାନ’ ଶୀର୍ଷକ ଏକ ବୃତ୍ତଚିତ୍ର ଲାଗି ଦୁଇ ଭାରତୀୟ ବଂଶୋଦ୍ଭବ ସ୍ମୃତି ମଧୁରା ଏବଂ ହମି ଖାନ୍‌ ଏହି ସଫଳତା ହାସଲ କରିଛନ୍ତି।
ଜଣେ ସାମାଜିକ କର୍ମୀରୁ ଆଇନ ପ୍ରଣେତା ହୋଇଥିବା ବ୍ରୁସ ଫ୍ରାଙ୍କ୍‌ ଜୁନିୟରଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଧାରିତ ହୋଇଛି ଏହି ବୃତ୍ତଚିତ୍ର। ‘ଇନ୍‌ ଦି ଆବସେନ୍ସ’ ‘ଲର୍ନିଂ ଟୁ ସ୍କେଟବୋର୍ଡ ଇନ୍‌ ଦି ୱାରଜୋନ୍‌’, ‘ଲାଇଫ୍‌ ଓଭର ମି’ ଏବଂ ‘ୱକ ରନ୍‌ ଚା-ଚା’ ଅନ୍ୟ ଚାରୋଟି ବୃତ୍ତଚିତ୍ର ଏହି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri