ଓସ୍କାର ଦୌଡ଼ରେ ଆଗରେ ‘ଜୋକର’

ଲସ୍‌ ଏଞ୍ଜେଲସ,୧୪ା୧: ବହୁଚର୍ଚ୍ଚିତ ଏବଂ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସା ସାଉଁଟି ଥିବା ଜୋକ୍ୱିନ ଫିନିକ୍ସଙ୍କ ଅଭିନୀତ ଫିଲ୍ମ ଜୋକର ୯୨ତମ ଓସ୍କାର ପୁରସ୍କାର ଦୌଡ଼ରେ ସବୁଠୁ ଆଗରେ ରହିଛି। ୧୦ ବର୍ଗରେ ମନୋନୀତ ହୋଇଥିବା ‘ୱାନ୍‌ସ ଅପନ୍‌ ଏ ଟାଇମ୍‌ ଇନ୍‌ ହଲିଉଡ୍‌’, ‘ଦ ଆଇରିସମ୍ୟାନ୍‌’ ଏବଂ ‘୧୯୧୭’ ଭିତରେ ଦ୍ୱିତୀୟ ସ୍ଥାନ ପାଇଁ ଟାଇ ହୋଇଛି। ବୋଙ୍ଗ୍‌ ଜୋନ୍‌ ହୋ-ହେମଲଡ୍‌ ‘ପାରାସାଇଟ୍‌’ ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ହୋଇଛି। ସର୍ବଶ୍ରେଷ୍ଠ ପିକ୍‌ଚର୍‌ ବର୍ଗରେ ମନୋନୀତ ହୋଇ ଏହି ଦକ୍ଷିଣ କୋରିଆ ସିନେମା ଇତିହାସ ରଚିଛି ।
ଆଡାମ ଡ୍ରାଇଭର (ମ୍ୟାରେଜ୍‌ ଷ୍ଟୋରୀ) ଏବଂ ଜୋନାଥନ ପ୍ରାଇସ (ଦ ଟୁ ପୋପ୍‌ସ) ଶ୍ରେଷ୍ଠ ଅଭିନେତା ଦୌଡ଼ରେ ଆଗରେ ରହିଛନ୍ତି। ବେଷ୍ଟ ସପୋର୍ଟିଂ ଲିଷ୍ଟରେ ଟମ୍‌ ହଙ୍କ୍‌ସ ଏବଂ ଆନ୍ଥୋନୀ ହପକିନ୍‌ ସ୍ଥାନ ପାଇଛନ୍ତି। ବ୍ରିଟିଶ ୱାର୍‌ ଡ୍ରାମାର ନିର୍ଦ୍ଦେଶକ ମେଣ୍ଡେସ ଶ୍ରେଷ୍ଠ ନିର୍ଦ୍ଦେଶକ ଦୌଡ଼ରେ ରହିଛନ୍ତି। ରେନି ଜେବ୍ଲେଗର (ଜୁଡି) ସ୍କାରଲେଟ ଜୋହାନସନ (ମ୍ୟାରେଜ ଷ୍ଟୋରୀ), ଚାରଲାଇଜ୍‌ ଥେରନ୍‌ (ବୋମ୍ବସେଲ) ଏବଂ ଇରିଭୋ ଶ୍ରେଷ୍ଠ ଅଭିନେତ୍ରୀ ଲାଗି ମନୋନୀତ ହୋଇଛନ୍ତି। ବେଷ୍ଟ ମହିଳା ସପୋର୍ଟିଂ ଅଭିନେତ୍ରୀ ଭାବେ ଲଉରା ଡେର୍ନ ମନୋନୀତ ହୋଇଛନ୍ତି। ସେ ଜୋହାନସନ (ଜୋଜ ରବିଟ୍‌), ପ୍ୟୁଗ, ମାରଗଟ୍‌ ରୋବି ଏବଂ କାଥୋ ବେଟ୍‌ସ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାରତୀୟ ସିନେମା ‘ଗଲିବୟ’ ଓସ୍କାର ଦୌଡ଼ରୁ ପୂର୍ବରୁ ବାଦ ପଡ଼ିଛି। ଶ୍ରେଷ୍ଠ ପ୍ରାମାଣିକ ଚିତ୍ର (ଡକ୍ୟୁମେଣ୍ଟାରି) ଲାଗି ଓସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଆମେରିକାରେ ବାସ କରୁଥିବା ଦୁଇ ଭାରତୀୟ ବଂଶୋଦ୍ଭବ ଫିଲ୍ମ ନିର୍ମାତା। ‘ସେଣ୍ଟ ଲୁଇ ସୁପରମ୍ୟାନ’ ଶୀର୍ଷକ ଏକ ବୃତ୍ତଚିତ୍ର ଲାଗି ଦୁଇ ଭାରତୀୟ ବଂଶୋଦ୍ଭବ ସ୍ମୃତି ମଧୁରା ଏବଂ ହମି ଖାନ୍‌ ଏହି ସଫଳତା ହାସଲ କରିଛନ୍ତି।
ଜଣେ ସାମାଜିକ କର୍ମୀରୁ ଆଇନ ପ୍ରଣେତା ହୋଇଥିବା ବ୍ରୁସ ଫ୍ରାଙ୍କ୍‌ ଜୁନିୟରଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଧାରିତ ହୋଇଛି ଏହି ବୃତ୍ତଚିତ୍ର। ‘ଇନ୍‌ ଦି ଆବସେନ୍ସ’ ‘ଲର୍ନିଂ ଟୁ ସ୍କେଟବୋର୍ଡ ଇନ୍‌ ଦି ୱାରଜୋନ୍‌’, ‘ଲାଇଫ୍‌ ଓଭର ମି’ ଏବଂ ‘ୱକ ରନ୍‌ ଚା-ଚା’ ଅନ୍ୟ ଚାରୋଟି ବୃତ୍ତଚିତ୍ର ଏହି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ଚାଲିଗଲା ୧୨ ଜୀବନ

ଖାର୍ତୋମ,୨୭।୧୨: ଗତ କିଛି ଦିନ ହେବ ସୁଦାନର ଡାରଫୁର ଅଞ୍ଚଳରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଡାରଫୁରରେ ଥିବା...

ବାପାଙ୍କୁ ହତ୍ୟା କରିଥିଲା ଡି-କମ୍ପାନୀ: ପୁଅ ଏବେ ସଙ୍ଗୀତ ଜଗତର ବାଦ୍‌ଶାହା,୧୦୦୦ କୋଟିର ମାଲିକ…

ବମ୍ବେ: ବଲିଉଡ୍‌ରେ ସୁପର କ୍ୟାସେଟ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ‘ଟି-ସିରିଜ’ ନାମରେ ବ୍ୟବସାୟ କରୁଛି। ଗୁଲସନ କୁମାର ଦୁଆ ଏହାର ପ୍ରତିଷ୍ଠାତା ଥିଲେ। ୧୯୯୭ରେ ଗୁଲସନଙ୍କ ହତ୍ୟା...

ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି…

ଢାକା, ୧୭।୫ : ଏବେ ବାଂଲାଦେଶରେ ଶ୍ରୀଲଙ୍କା ପରି ସଙ୍କଟ ଦେଖାଦେଇଛି। ଲଗାତାର ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ କମିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ...

ପାକିସ୍ତାନ ସୀମାରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିର

ଇସଲାମାବାଦ୍‌,୨୨।୧: ପାକିସ୍ତାନ ସୀମାରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିର ରହିଛି। ପଞ୍ଜାବ, ବାଲୁଚିସ୍ତାନ ଏବଂ ପସ୍ତୁନଖ୍ବାରେ ଏସବୁ ଶିବିର ରହିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ପ୍ରତି...

ଗର୍ଭାବସ୍ଥାରେ ଡରିଗଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅନେକ ହିଟ୍‌ ଟିଭି ଶୋ’ ଏବଂ ବଲିଉଡ୍‌ ଫିଲ୍ମରେ କାମ କରିସାରିଥିବା ପ୍ରସିଦ୍ଧ ଅଭିନେତ୍ରୀ ଅନୀତା ହସନନ୍ଦିନୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏହି ସମୟକୁ ଏବେ...

ଭାରତର କୋଭିଡ୍‌ ଭାକ୍ସିନକୁ ମିଳୁଛି ବିଶ୍ୱ ସ୍ତରରେ ପ୍ରଶଂସା; ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ,୨୪।୧: କୋଭିଡ୍‌ -୧୯ ବିରୋଧରେ ଭାରତର ଭାରତର ଆଭିମୁଖ୍ୟକୁ ବିଶ୍ୱ ସ୍ତରରେ ମିଳୁଛି ପ୍ରଶଂସା। ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଜୀବନ ଯୁଦ୍ଧରେ ସମୟ ସହିତ ମୁକାବିଲା କର, ସମୟ ସରିବା ପୂର୍ବରୂ ଜୀବନ ବଞ୍ଚାନ୍ତୁ ୭୨ ଦେଶର ଉଦ୍ଧାରକାରୀ: ଡବ୍ଲୁଏଚଓ ମୁଖ୍ୟ…

ଇସ୍ତାନବୁଲ,୯।୨ : ତୁର୍କୀରେ ଭୂକମ୍ପ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୃଥିବୀର ୭୨ ଟି ରାଷ୍ଟ୍ର ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ରମରେ ମାଟି...

୯୮ କେଜି ଓଜନ କମାଇ ଚର୍ଚ୍ଚାରେ କୋରିଓଗ୍ରାଫ୍‌ର

ବଲିଉଡ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ପାଖାପାଖି ୧୦୦ କିଲୋ ଓଜନ କମାଇ ନିଜ ଫିଟ୍‌ନେସର ପ୍ରମାଣ ଦେଇଛନ୍ତି।...

Advertisement
Archives

Model This Week