Posted inଖେଳ

ଓସାକା ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଆଥଲେଟ୍‌

ନ୍ୟୁୟର୍କ, ୨୩।୫: ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ଆମେରିକାର ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସଙ୍କୁ ପଛରେ ପକାଇଛନ୍ତି। ୨୦୧୮ରେ ୟୁଏସ୍‌ ଓପନ୍‌ ଓ ୨୦୧୯ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ଜିତିଥିବା ୨୨ ବର୍ଷୀୟା ଓସାକା ଗତବର୍ଷ ପୁରସ୍କାର ରାଶି ତଥା ବିଜ୍ଞାପନ ମାଧ୍ୟମରେ ୩୭.୪ ମିଲିୟନ ଆମେରିକୀୟ ଡଲାର ବା ୨୮୪ କୋଟି ଟଙ୍କା ଆୟ କରିଥିଲେ। ସର୍ବାଧିକ ଆୟକାରୀ ଆଥଲେଟମାନଙ୍କୁ ନେଇ ଜଣାଶୁଣା ପତ୍ରିକା ଫୋବର୍‌ସ ମାଗାଜିନ୍‌ ଏକ ତାଲିକା ପ୍ରକାଶ କରିଛି। ଗତ ୧୨ ମାସ ମଧ୍ୟରେ ଓସାକା ସର୍ବାଧିକ ଆୟ କରିଛନ୍ତି। ଗତ ୪ ବର୍ଷଧରି ସେରେନା ଶୀର୍ଷରେ ରହିଆସୁଥିଲେ। ତେବେ ସେରେନାଙ୍କଠାରୁ ଓସାକା ଅଧିକ ୧.୪ ମିଲିୟନ ଡଲାର ଅର୍ଥ ଉପାର୍ଜନ କରିଛନ୍ତି। ୨୦୧୫ରେ ରୁଷିଆର ମାରିଆ ସାରାପୋଭା ୨୯.୭ ମିଲିୟନ ଆମେରିକୀୟ ଡଲାର ଆୟ କରି ରେକର୍ଡ କରିଥିଲେ। ତେବେ ସେରେନା ଓ ଓସାକା ସାରାପୋଭାଙ୍କ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ୧୯୯୦ରୁ ଫୋବର୍‌ସ ମାଗାଜିନ୍‌ରେ ସେରେନା ଏବଂ ୨୦୦୪ରୁ ସାରାପୋଭା ଶୀର୍ଷରେ ରହିଆସୁଥିଲେ।
୨୦୧୮ ୟୁଏସ୍‌ ଓପନ୍‌ ଫାଇନାଲରେ ସେରେନାଙ୍କୁ ହରାଇ ଟାଇଟଲ ଜିତିବା ସହ ଓସାକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେରେନା ଏପର୍ଯ୍ୟନ୍ତ ୨୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସରେ ଜାପାନର ପ୍ରତିନିଧିତ୍ୱ କରିବେ। ଫ୍ଲୋରିଡାରେ ରହୁଥିବା ଓସାକାଙ୍କ ମା ଜାପାନୀ ହୋଇଥିବା ବେଳେ ପିତା ହାଇତି- ଆମେରିକୀୟ। ଆକ୍ରମଣାତ୍ମକ ଶୈଳୀରେ ଖେଳୁଥିବା ଓସାକା ଏବେ ବିଶ୍ୱର ସବୁଠାରୁ ମାର୍କେଟେବଲ ଆଥଲେଟ ଭାବେ ଜଣାଶୁଣା। ଷ୍ଟାବଲ ମ୍ୟାନେଜମେଣ୍ଟ ଗ୍ରୁପ୍‌ ଆଇଏମ୍‌ଜି ସହିତ ସାମିଲ ଥିବା ଓସାକା ନାଇକ୍‌, ନିଶାନ ମୋଟର୍ସ, ଶିସେଇଡୋ ଓ ୟୋନେକ୍ସ ଭଲି ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ସହିତ ଜଡିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବୁମରା ମୋତେ ଆଉଟ୍‌ କରିବାକୁ ଚାହୁଁ ନ ଥିଲେ’

ଲିଡ୍ସ,୨୪।୮ : ଲଡର୍‌ସଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ପେସର ଯଶପ୍ରୀତ ବୁମରା ପ୍ରତିପକ୍ଷ ଦଳର ବରିଷ୍ଠ ପେସର ଜେମ୍ସ ଆଣ୍ଡରସନଙ୍କୁ ଲଗାତାର ବାଉନ୍ସର ଓ...

କ୍ରିକେଟ ଟୁର୍ନାମେଣ୍ଟ: ଅଙ୍କରିଆପଦର ଚାମ୍ପିୟନ

ଲୋଇସିଂହା,୩୦।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲୁପାଲିଠାରେ ଚାଳିଥିବା ଜୟ ବାରପାହାଡ଼ ବୁଢା କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର...

କୁଜୁରଙ୍କ ଗୋଲରେ ଭାରତ ବିଜୟୀ

ଡବଲିନ(ଆୟର୍ଲାଣ୍ଡ), ୩୦।୫- ଶାର୍ମିଳା ଦେବୀ ଓ ଓଡ଼ିଶାର ମାରିଆନା କୁଜୁରଙ୍କ ଗୋଲ ବଳରେ ଭାରତୀୟ ଜୁନିୟର ମହିଳା ହକି ଦଳ ବୁଧବାର ୨-୦ ଗୋଲରେ ପ୍ରତିପକ୍ଷ...

ବିରାଟ-ଅନୁଷ୍କା ବିଜ୍ଞାପନରେ ଏକାଠି କାମ କରିବା ପାଇଁ ନେଇଥାନ୍ତି ଏତିକି ଟଙ୍କା

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର...

ପୁଣି ହେବ ଭାରତ-ପାକିସ୍ତାନ ମୁକାବିଲା!

ନୂଆଦିଲ୍ଲୀ,୧୯।୧୧: ଦୀର୍ଘ ଦିନ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଉନାହିଁ। ଶେଷ ଥର ପାଇଁ ୨୦୧୨-୧୩ ରେ ଉଭୟ ଦେଶ ମଧ୍ୟରେ...

ସୟଦ ମୁସ୍ତାକ ଅଲି ଟ୍ରଫି: ଶୁଭ୍ରାଂଶୁଙ୍କୁ ଓଡ଼ିଶାର ନେତୃତ୍ୱ

ଭୁବନେଶ୍ୱର,୨୫।୧୨: ୨୦୨୦-୨୧ ସେସନରେ ଆୟୋଜନ ହେବାକୁଥିବା ସୟଦ ମୁସ୍ତାକ ଅଲି ଟି୨୦ ଘରୋଇ ଟୁର୍ନାମେଣ୍ଟ ପାଇଁ ଗୁରୁବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଆସନ୍ତା ୧୦...

ଆନନ୍ଦଙ୍କୁ ହଟାଇ ଗୁକେଶ ଭାରତର ନମ୍ବର ଓ୍ବାନ୍‌

ଚେନ୍ନାଇ,୨ା୯: କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦଙ୍କୁ ହଟାଇ ସ୍ବଳ୍ପ ବୟସ୍କ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଭାରତର ଟପ୍‌ ଚେସ୍‌ ଖେଳାଳି ହୋଇଛନ୍ତି। ଆନନ୍ଦ ୧୯୮୬ ଜୁଲାଇରୁ ଏପର୍ଯ୍ୟନ୍ତ...

୮ ଫୁଟ୍‌ବଲ ଖେଳାଳି କରୋନା ପଜିଟିଭ୍‌

ମେକ୍ସିକୋ ସିଟି, ୨୨ା୫ (ଏଏଫ୍‌ପି)- ମେକ୍ସିକୋର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟିମ୍‌ ସାଣ୍ଟୋସ୍‌ ଲାଗୁନାର ୮ଜଣ ଖେଳାଳି କରୋନା ପଜିଟିଭ୍‌। ଫଳରେ ୨ ମାସ ସସ୍‌ପେଣ୍ଡ...

Advertisement
Archives

Model This Week