Posted inଖେଳ

ଓଡ଼ିଶା ଓମେନ୍ସ ଲିଗ୍‌: ସାଇ-ଏସ୍‌ଟିସି ବିଜୟୀ

ଭୁବନେଶ୍ୱର, ୫।୩(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ସାଇ-ଏସ୍‌ଟିସି ୨-୧ ଗୋଲରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ମ୍ୟାଚର ୩୬ତମ ମିନିଟରେ ଦୀପା ନାୟକ ଗୋଲ ଦେଇ ସାଇକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଦଳ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ଓଡ଼ିଶା ପୋଲିସର ଜ୍ୟୋତ୍ସ୍ନା ମଲିକ ୮୨ତମ ମିନିଟରେ ଗୋଲ ପରିଶୋଧ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମାତ୍ର ଦଳର ଏହି ଖୁସି ବେଶି ସମୟ ତିଷ୍ଠିପାରି ନ ଥିଲା। ଖେଳ ଶେଷ ହେବାକୁ ଆଉ ଅଳ୍ପ ସମୟ ଥିବାବେଳେ ଅର୍ଥାତ୍‌ ୯୦ତମ ମିନିଟରେ ଗୁଡିୟା କୁମାରୀ ଏକ ଗୋଲ ଦେଇ ସାଇ-ଏସ୍‌ଟିସିକୁ ବିଜୟୀ କରାଇଥିଲେ। ବିଜୟୀ ଦଳର ଦୀପା ନାୟକ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ରେଫରି ଚିତ୍ରାମ୍ବଦା ପାତ୍ର, ଦୁର୍ଗା ମାଧବ ଆଚାର୍ଯ୍ୟ, ସୁଲତାନା ପରବିନ ଓ ବିଚିତ୍ର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ। ଦୁର୍ଗା ମାଧବ ନାଏକ ମ୍ୟାଚ କମିଶନର ଏବଂ ସୁଦୀପ୍ତା ଦାଶ ରେଫରି ଆସେସର ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ। ଶୁକ୍ରବାର ବିଶ୍ରାମ ଦିବସ ଥିବାବେଳେ ଶନିବାର କଳିଙ୍ଗ ଷ୍ଟାଡିୟମ୍‌ରେ ସାଇ-ଏସଟିସି ଓ ଓଜିପି କ୍ଲବ ଏବଂ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଇଷ୍ଟକୋଷ୍ଟ ରେଲଓ୍ବେ ଓ ରାଇଜିଂ ଷ୍ଟୁଡେଣ୍ଟ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦୁଇଟି ଯାକ ମ୍ୟାଚ ଅପରାହ୍ନ ୩ଟାରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଭାଲ ଟାଟା ହକି ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଇତିହାସରେ ମଙ୍ଗଳବାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଟାଟା ଷ୍ଟିଲ୍‌, ଟାଟା ଟ୍ରଷ୍ଟସ ଓ...

ଏହି ଖେଳାଳି ମାରିଲେ ବାଜି, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ ପାଇଁ ଓପନର୍‌ କେ.ଏଲ୍‌. ରାହୁଲ ଭାରତୀୟ ଦଳର ଉପ-ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ...

ନିଜକୁ ‘ବୁଢା’ କହିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ,୧୫।୯:ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛନ୍ତି। ସେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ...

ନଟରାଜନଙ୍କ ପ୍ରଶଂସକ ପାଲଟିଲେ ଇଂଲଣ୍ଡର ଏହି ଯୁବ ଅଲରାଉଣ୍ଡର: କହିଲେ…

ନୂଆଦିଲ୍ଲୀ,୩୦।୩: ଭାରତ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଇଂଲଣ୍ଡର ଯୁବ ଅଲରାଉଣ୍ଡର ସାମ କୁରାନ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ୮ମ ଖେଳାଳି ଭାବେ ସେ...

ନାଡାଲଙ୍କ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୯।୯(ଏପି): ସ୍ପାନିଶ ଟେନିସ କିମ୍ବଦନ୍ତୀ ରାଫାଲ ନାଡାଲ ରବିବାର କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ୟୁଏସ୍‌ ଓପନ ଫାଇନାଲରେ ଡାନିଏଲ...

ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍‌ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୧।୧: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ...

କେ.ଏଲ୍‌. ରାହୁଲ ଭଲ ଖେଳିଲେ କୋହଲିଙ୍କ ଉପରେ ଚାପ କମିବ: ବ୍ରେଟ୍‌ ଲି

ସିଡନୀ,୧୪।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଚାପ କମ୍‌ କରାଯାଇପାରେ। ଏହାଦ୍ୱାରା ସେ ନିଜର ସ୍ବାଭାବିକ ଖେଳ ଖେଳିପାରିବେ। ତେବେ ଏଥିପାଇଁ...

ଦିଲ୍ଲୀ କ୍ୟାପିଟାଲ୍ସ ପରେ ଆର୍‌ସିବିକୁ ଝଟ୍‌କା: ଉଦ୍‌ଘାଟନୀ ମ୍ୟାଚ୍‌ରେ ଖେଳିବେ ନାହିଁ ଏହି କ୍ରିକେଟର

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀ କ୍ୟାପିଟାଲ୍ସ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଲାଗିଛି ଝଟକା। ସ୍ପିନର ଆଡାମ ଜମ୍ପା ଆଇପିଏଲ୍‌ ୨୦୨୧ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସାମିଲ ହୋଇପାରିବେ ନାହିଁ।...

Advertisement
Archives

Model This Week