ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ : ଅନୁକରଣ ନ ହୋଇ ଦକ୍ଷତା ବିନିଯୋଗ କର

ଛତ୍ରପୁର,୨ା୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲା ପରିଷଦ ଭବନରେ ଗଞ୍ଜାମ ଜିଲାସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କହିଥିଲେ, ପ୍ରତ୍ୟେକ ମଣିଷର ସ୍ବତନ୍ତ୍ର ଦକ୍ଷତା ଅଛି। ଅନ୍ୟକୁ ଅନୁକରଣ କରି ଅସଫଳ ହେବା ଅପେକ୍ଷା ନିଜ ଦକ୍ଷତା ଉପରେ ନିର୍ଭର କରି ସଫଳ ହେବାକୁ ଛାତ୍ରୀଛାତ୍ରମାନଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏଥସହ ନିଜେ କିପରି ପ୍ରାଥମିକ ଶିକ୍ଷକରୁ ପରିଶ୍ରମ ବଳରେ ଜିଲାପାଳ ପଦବୀ ମଣ୍ଡନ କରିପାରିଛନ୍ତି। ଏହି ଅକାଟ୍ୟ ସତ୍ୟକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଗ୍ରାମାଞ୍ଚଳର ପିଲାମାନଙ୍କୁ ଇଂଲିଶ ମାଧ୍ୟମରେ ଶିକ୍ଷା ପ୍ରଦାନ କରି ସର୍ବ ଭାରତୀୟ ସମକକ୍ଷ କରିବାକୁ ରାଜ୍ୟରେ ୨୦୧୬ରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଗଞ୍ଜାମରେ ପ୍ରଥମେ ୧୩ ଟି ବ୍ଲକରେ ଖୋଲିଥିଲା। ଏବେ ଜିଲାର ୨୨ବ୍ଲକରେ ଏହା ଖୋଲିଥିବା ସୂଚନା ଦିଆଯାଇଥିଲା। ଚିକିଟି ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ ସୁବିଧା କରାଯାଇଛି। ଚଳିତ ବର୍ଷ ଏହି ବିଦ୍ୟାଳୟଗୁଡିକର ପ୍ରଥମ ବ୍ୟାଚ୍‌ ସର୍ବଭାରତୀୟ ବୋର୍ଡ ପରୀକ୍ଷା ଦେଇଥିଲେ। ଜିଲାର ୯୩୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୮୮୪ ଜଣ ଉତୀର୍ଣ୍ଣ ହୋଇଛନ୍ତି। ରାଜ୍ୟସ୍ତରରେ ଫଳାଫଳ ଏହା ୭୭ ଭାଗ ଥିବା ସ୍ଥଳେ ଗଞ୍ଜାମ ଜିଲାରେ ୯୪ଶତାଂଶ ପାଶ୍‌ ହାର ରହିଛି। ଜିଲାର ୮୩ ଛାତ୍ରୀଛାତ୍ର ଶତକଡା ୯୦ ଭାଗରୁ ଅଧିକ ନମ୍ବର ରଖିଛନ୍ତି। ପୋଲସରାର ହାତୀଓଟ, ଖଲ୍ଲିକୋଟର ବାଉରୀଗଣ୍ଡାପଲ୍ଲୀ ଓ ପୁରୁଷୋତ୍ତମପୁରର ଭାଟକୁମରଡା ଆଦର୍ଶ ବିଦ୍ୟାଳୟରେ ଶତ ପ୍ରତିଶତ ପିଲା ପାଶ କରିଛନ୍ତିି। ରାଜ୍ୟସ୍ତରରେ ଶ୍ରେଷ୍ଠ ୫ ମଧ୍ୟରେ ୮ ଜଣ ରହିଥିବାବେଳେ ସେଥିମଧ୍ୟରେ ଗଞ୍ଜାମ ଜିଲାର ୪ ଜଣ ରହିଛନ୍ତି। ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ମହେଶ ପ୍ରସାଦ ସାହୁ ୯୭.୨ ପ୍ରତିଶତ ନମ୍ବର ରଖି ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଅନ୍ୟ ୩ ଜଣ ହେଲେ ଚିକିଟି ପୀତାତଳି ଆଦର୍ଶ ବିଦ୍ୟାଳୟର ଭାର୍ଗବୀ ସାହୁ (୯୬.୮ ପ୍ରତିଶତ) ଓ ପ୍ରୀତମ ନାୟକ (୯୬.୬ ପ୍ରତିଶତ), ପୋଲସରା ବ୍ଲକ ହାତୀଓଟ ସ୍କୁଲର ଆଦିତ୍ୟ ସାହୁ (୯୬.୮ ପ୍ରତିଶତ)। ସମସ୍ତ ମେଧାବୀ ଛାତ୍ରୀ ଛାତ୍ରମାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଯୋଗଦେଇ କହିଥିଲେ, ସମୟାନୁବର୍ତ୍ତୀତା ଓ ଦୃଷ୍ଟିଭଙ୍ଗୀ ହିଁ ଜୀବନକୁ ଗତିଶୀଳ କରିବାରେ ସହାୟକ ହୋଇଥାଏ। ଏଣୁ ଯିଏ ଯେଉଁ କ୍ଷେତ୍ରରେ ଅଛନ୍ତିି ସେଥିରେ ସର୍ବୋତ୍ତମ ହେବା ପାଇଁ ଚେଷ୍ଟା କରିବାକୁ ଏସ୍‌ପି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଶିକ୍ଷାଅଧିକାରୀ ଡ. ସନାତନ ପଣ୍ଡା ସ୍ବାଗତ ଭାଷଣ ଦେଇଥିବାବେଳେ ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର ଏହାକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri