ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ ତ୍ରୟୋଦଶୀ ତିଥି, ବୁଧବାର ପ୍ରଭୁ ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ଜନକନନ୍ଦିନୀ ସୀତାଙ୍କ ସହିତ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଏହି ଉତ୍ସବ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର ରତ୍ନ ସିଂହାସନରେ ଶ୍ରୀରାମଙ୍କ ଧନୁ ଭଗ୍ନ ସହିତ ଜାନକୀ ବେନି ହସ୍ତରେ ବରଣମାଳା ଧରି ଦଣ୍ଡାୟମାନ ହୋଇଥିବା କମନୀୟ ଓ ଭାବଭରା ଦୃଶ୍ୟ ଭକ୍ତଙ୍କୁ ବିଭୋର କରିଥିଲା । ସନ୍ଧ୍ୟା ଆଳତି ଅବସରରେ ମନ୍ଦିର ଦୁଆର ଖୋଲିବା ପରେ ଜନକ ଦରବାରରେ ଧନୁଭଗ୍ନ ବେଶରେ ପ୍ରଭୁ ଶ୍ରୀରାମ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଦକ୍ଷିଣ ଦ୍ୱାରସ୍ଥିତ ଝୁଲଣ ମଣ୍ଡପରେ ଶ୍ରୀଜୀଉଙ୍କ ରାଜକୀୟ ଢଙ୍ଗରେ ବୈଦିକ ରୀତିରେ ବିବାହ ଉତ୍ସବ ନିମନ୍ତେ ପ୍ରସ୍ତୁତି ଚାଲିଥିଲା । ମହାରାଜା ଜନକଙ୍କ ଦରବାରରେ ଧନୁ ଭଗ୍ନ ପରେ ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ସର୍ବ ଦେବଦେବୀ, ବିଜେ ରାଧାକାନ୍ତଜୀଉଙ୍କ ସମେତ ପ୍ରଶାସନିକ ଅଧିକାରୀ, ପୂଜକ ପରିଷଦ ଓ ସେବାୟତଙ୍କ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ମନ୍ଦିର ସିଂହଦ୍ୱାର ଦେଇ ପଟୁଆରରେ ବାହାରିଥିଲେ ା ବରଯାତ୍ରୀ ବାଣ, ରୋଶଣୀ, ନୃତ୍ୟସଙ୍ଗୀତ ସହିତ ଗ୍ରାମ ପରିକ୍ରମ କରି ସୁସଜ୍ଜିତ ବିବାହ ମଣ୍ଡପ ନିକଟରେ ପହଞ୍ଚତ୍ଥିଲେ । ସେଠାରେ ଶ୍ରୀଜୀଉଙ୍କ ବରଯାତ୍ରୀଙ୍କୁ ଅପେକ୍ଷା କରିଥିବା ଜନକନନ୍ଦିନୀ ଜାନକୀଙ୍କ କନ୍ୟାଯାତ୍ରୀ ଦଳରେ ବିଜେ ପ୍ରଭୁ ରାମେଶ୍ୱର, ବେଦଜ୍ଞ ପଣ୍ଡିତ, ପୂଜକ, ସେବାୟତ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସମ୍ମାନର ସହିତ ଜ୍ୱାଇଁପୁଅ ଶ୍ରୀରାମଙ୍କୁ ବାଟବରଣ କରି ବିବାହମଣ୍ଡପକୁ ପାଛୋଟି ନେଇଥିଲେ । ବେଦଜ୍ଞ ପଣ୍ଡିତଙ୍କ ଦ୍ୱାରା ମନ୍ତ୍ର ପାଠ ସହ ବୈଦିକ ରୀତିରେ ଶ୍ରୀରାମଚନ୍ଦ୍ର ଓ ସୀତାଦେବୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ବରଯାତ୍ରୀ ଓ କନ୍ୟାଯାତ୍ରାରେ ସାମିଲ ଥିବା ସମସ୍ତ ଅତିଥିଙ୍କୁ ପ୍ରଶାସନ ତରଫରୁ ପ୍ରସାଦ ଆଦି ଆତିଥେୟତା ପ୍ରଦାନ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ଦର୍ଶନ କରିବା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଷଷ୍ଠ ଦିବସ ଅବସରରେ ପିତୃସତ୍ୟ ପାଳନ ଉଦ୍ଦେଶ୍ୟରେ ବନଗମନ କରୁଥିବା ଦୃଶ୍ୟରେ ଭଗବାନ ଶ୍ରୀରାମଙ୍କୁ ଭକ୍ତମାନେ ଶୁକ୍ରବାର ଦର୍ଶନ କରିବେ । ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସହିତ ପୂଜକ ପରିଷଦର କର୍ମକର୍ତ୍ତା ଓ ମନ୍ଦିର ପରିଚ୍ଛା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ବନାନୀ କାଟି ମୋରମ ଚାଲାଣ

ଚଣ୍ଡିଖୋଲ,୬ା୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଅସିଆ ପର୍ବତମାଳାର ଅଂଶବିଶେଷ ଧାଉଡିଆପଦା ପାହାଡ଼। ଏହି ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆଯାଇ ନ ଥିବା...

ଆନ୍ତଃରାଜ୍ୟ କାର ଲୁଟେରା ଗ୍ୟାଙ୍ଗର ଆଉ ୪ ଗିରଫ: ୬ କାର, ୬ ମୋବାଇଲ ଜବତ

କଟକ ଅଫିସ,୫।୭- ବମ୍ଫକୁଦ କାର ଲୁଟ୍‌ ଘଟଣାର ତଦନ୍ତ କରି କଟକ ସଦର ପୋଲିସ ଆନ୍ତଃରାଜ୍ୟ କାର ଲୁଟେରା ଗ୍ୟାଙ୍ଗ୍‌ର ଆଉ ୪ ଜଣ ସଦସ୍ୟଙ୍କୁ...

ରାଜଧାନୀରୁ ଆଉ ୧୨ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର, ୮।୭ (ବନ୍ଦନା ସେଠୀ): ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏହି ସଂଖ୍ୟା ଶତକ ପାର୍‌ କରିଛି।...

ରଥଯାତ୍ରା ଉପଲକ୍ଷେ ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର,୧୮ା୬(ଅସମାପିକା ସାହୁ): ଆସନ୍ତା ୨୦ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ସହରରେ କିପରି ଟ୍ରାଫିକ...

ବୁଲା ପ୍ରାଣୀଙ୍କ ଖାଇବା ଲାଗି ସରକାର ଖର୍ଚ୍ଚ କରିବେ ୮୦ଲକ୍ଷ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ରାସ୍ତାରେ ବୁଲୁଥିବା କୁକୁର ଏବଂ ଅନ୍ୟ ପ୍ରାଣୀମାନଙ୍କ ଖାଇବା ଦାୟିତ୍ୱ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି। ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ...

ବରିଷ୍ଠ ନାଗରିକଙ୍କ ପାଇଁ ଆକ୍ସନ ପ୍ଲାନ୍‌: ଉପକୃତ ହେବେ ୧୦ ଲକ୍ଷ ବରିଷ୍ଠ ନାଗରିକ

ଭୁବନେଶ୍ୱର, ୭।୭(ବ୍ୟୁରୋ): ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ...

ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ମାମଲା: ଆଜି ଚାର୍ଜଶିଟ୍‌ ଦାଖଲ କରିବ ଇଡି

ଭୁବନେଶ୍ୱର,୯।୧(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ...

କିଏ କେଉଁଠି ପତାକା ଉତ୍ତୋଳନ କରିବେ: ଭୁବନେଶ୍ୱରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୬ରେ କିଏ କେଉଁ ସ୍ଥାନରେ ପତାକା ଉତ୍ତୋଳନ କରିବେ ସେ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

Advertisement
Archives

Model This Week