ପୁରୁଣା ଭୁବନେଶ୍ୱର,୨୧ା୩ (ଡି.ଏନ.ଏ.): ରାଜଧାନୀକୁ ସରସ ସୁନ୍ଦର ରୂପେ ଗଢି ତୋଳିବାର ଦାୟିତ୍ୱ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କର ରହିଛି। ଭୁବନେଶ୍ୱରର ବଢୁଥିବା ଜନସଂଖ୍ୟାକୁ ନଜରରେ ରଖି ନୀତିନିୟମ ଓ କଟକଣା ଅନୁଯାୟୀ ଗୃହ ନିର୍ମାଣ ନକ୍ସା ଅନୁମୋଦନ କରିବାକୁ ନେଇ ବିଡିଏ ନିଜର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଉଛି। ବେଆଇନ ନିର୍ମାଣ ଭାଙ୍ଗିବା କାମ କେବଳ ବିଏମ୍ସି ଚଳାଇଛି। ରାଜଧାନୀର ବହୁ ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜି ଜବରଦଖଲ ଏବଂ ବେଆଇନ ନିର୍ମାଣକାରୀଙ୍କଠାରୁ ବାଦ୍ ପଡ଼ିନାହିଁ। ଅଧିକାଂଶ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ) ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳ ଚତୁଃପାର୍ଶ୍ୱରେ ବେଆଇନ ଭାବେ କଲୋନୀ ଓ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି। ଏସବୁ ବେଆଇନ ନିର୍ମାଣ ନେଇ ପ୍ରତ୍ୟକ୍ଷ ଭାବେ ବିଏମ୍ସି, ବିଡିଏ, ଶକ୍ତି ବିଭାଗ ଜଡିତ ରହିଥିବା ଅଭିଯୋଗ ହେଉଛି। ବିଡିଏ ନିଜ ପକ୍ଷରୁ ୫୬୭ ଏକର ପରିମିତ ଶିଶୁପାଳଗଡ଼ରେ ଗଢି ଉଠିଥିବା ୨୦୦୦ରୁ ଊର୍ଦ୍ଧ୍ୱ ବେଆଇନ ନିର୍ମାଣ ନେଇ ୨୦୧୯ ପର୍ଯ୍ୟନ୍ତ ମାତ୍ର ୩ ଗୋଟି ନୋଟିସ ଜାରି କରି ନିଜର ଦାୟିତ୍ୱ ସାରି ଦେଇଛି। ଏପରି ଦେଖିବାକୁ ଗଲେ ରାଜାରାଣୀ, ଭାସ୍କରେଶ୍ୱର, ବ୍ରହ୍ମେଶ୍ୱର, ନାଗେଶ୍ୱର, ବୈତାଳେଶ୍ୱର ଭଳି ଅନେକ ମନ୍ଦିରକୁ ଲାଗି କରି ଘରୋଇ ଓ କେତେକ ସ୍ଥାନରେ ସରକାରୀ ନିର୍ମାଣ ହୋଇଛି।
ମୁଣ୍ଡରୁ ଦୋଷ ଖସାଉଛି ଏଏସ୍ଆଇ
ଏଏସ୍ଆଇର ଆମ୍ସାର ଆକ୍ଟ ଲାଗୁ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିଜ ମୁଣ୍ଡରୁ ଦୋଷ ଖସାଇ ଚୁପ୍ ରହୁଛି। ଭିତ୍ତିଭୂମି ଓ କର୍ମଚାରୀ ଅଭାବ ଏଏସ୍ଆଇ ଦର୍ଶାଉଛି। ସଂରକ୍ଷିତ ଐତିହ୍ୟସ୍ଥଳଗୁଡିକ ନିକଟରେ ଆମସାର ଆକ୍ଟ ଅନୁଯାୟୀ ନକ୍ସାକୁ ଅନୁମୋଦନ ଦେବା ଉଦ୍ଦେଶ୍ୟରେ ଏଏସ୍ଆଇ କର୍ତ୍ତୃପକ୍ଷ ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନଏମଏ)ଦାୟିତ୍ୱରେ ଛାଡ଼ିଛନ୍ତି। ମାତ୍ର ଜଣେ କର୍ମଚାରୀ ଏନଏମଏ ଦାୟିତ୍ୱରେ ରହିଛନ୍ତି। ତାଙ୍କ ଉପସ୍ଥିତି ଯେ ସ୍ଥିତିରେ ସୁଧାର ଆଣିବ ଏହା ଅସମ୍ଭବ ହୋଇ ପଡୁଥିବା ଅଭିଯୋଗ ହେଉଛି। ରାଜାରାଣୀ ମନ୍ଦିରଠାରୁ ମାତ୍ର ୧୦୦ମିଟର ଦୂର ମୁଖ୍ୟରାସ୍ତାକୁ ଲାଗି ଆପାର୍ଟମେଣ୍ଟକୁ ବିଡିଏ କର୍ତ୍ତୃପକ୍ଷଙ୍କ ସହ ଏନ୍ଏମଏର ମଧ୍ୟ ସହମତି ମିଳିଛି। ସେହିପରି ଶିଶୁପାଳଗଡ଼ ରାମପାର୍ଟ ଅଧୀନରେ ଥିବା ଲିଙ୍ଗିପୁର ମୌଜାର ଅଧିକାଂଶ ଖାଲି ଅଞ୍ଚଳ ଜାତୀୟ ରାଜପଥ କଡରେ ରହିଛି। ଏଠାରେ ଅନେକ ବହୁତଳ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି। ଏଏସ୍ଆଇର ନିୟମକୁ ଖାତିର ନ କରି ଏଠାରେ କେତେଜଣ ଲୋକଙ୍କୁ ବିଡିଏ ପକ୍ଷରୁ ବେଆଇନ ଭାବେ ନକ୍ସା ଅନୁମୋଦନ କରାଯାଇଛି। ଏ ନେଇ ବିଡିଏ, ବିଏମ୍ସି, ଏନ୍ଏମ୍ଏ ଓ ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ଭୂମିକାକୁ ସାଧାରଣରେ ସମାଲୋଚନା କରାଯାଇଛି। ବିଏମ୍ସି ପକ୍ଷରୁ ଉଚ୍ଛେଦ ବଦଳରେ ଟିକସ୍ ଆଦାୟ ନେଇ ଏନଫୋର୍ସମେଣ୍ଟର ବରିଷ୍ଠ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକଙ୍କୁ ପଚାରିବାରେ ପ୍ରତ୍ୟେକ ଐତିହ୍ୟସ୍ଥଳ ନିକଟରେ ଗଢି ଉଠିଥିବା ବେଆଇନ ନିର୍ମାଣ ନେଇ ନିର୍ଦ୍ଦିିଷ୍ଟ ଭାବେ ଅଭିଯୋଗ ଆସିଲେ ଉଚ୍ଛେଦ କରାଯିବ। ଏଥିସହ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଏଏସ୍ଆଇ ସଂରକ୍ଷଣ ଅଧିକାରୀ ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ଶିଶୁପାଳଗଡ଼କୁ ସମ୍ପୂର୍ଣ୍ଣ ଭାବେ ଜବରଦଖଲ ମୁକ୍ତ କରିବାକୁ ଆମର ସର୍ଭେ ଜାରି ରହିଛି ନିକଟ ଭବିଷ୍ୟତରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏ ନେଇ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ବେଆଇନ ନିର୍ମାଣକୁ ବିଦ୍ୟୁତ୍ ସଂଯୋଗ ସମ୍ପର୍କରେ ସେସୁର ଯନ୍ତ୍ରୀ ୟୁ. କେ. ସ୍ବାଇଁଙ୍କୁ ପଚାରିବାରେ ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟ ସ୍ଥଳର ଉନ୍ନତୀକରଣ ଯୋଜନା ପାଇଁ ଦେବୋତ୍ତର ବିଭାଗ କିମ୍ବା ମନ୍ଦିର ପ୍ରଶାସନ ଲିଖିତ ନୋଟିସ ଦେଲେ ବେଆଇନ ନିର୍ମାଣ ଉପରୁ ବିଦ୍ୟୁତ୍ କାଟ ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି।

୨୦ଜଣଙ୍କୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପୁରସ୍କାର
ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟ୍ସ) ୨୦୧୯-୨୦ର ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଯାଇଛି।...

ନିରାଡ଼ମ୍ବରରେ ଜନ୍ମଦିନ ପାଳିବେ ପ୍ରଭୁ ଶ୍ରୀରାମ
ଭୁବନେଶ୍ୱର,୨।୪(ବ୍ୟୁରୋ): ଲକ୍ଡାଉନ୍ ଯୋଗୁ ବନ୍ଦ ରହିଛି ରାଜ୍ୟର ସମସ୍ତ ମଠ, ମନ୍ଦିର ଓ ମସ୍ଜିଦ। ଏଭଳିସ୍ଥଳେ ଗୁରୁବାର ହେଉଛି ପବିତ୍ର ରାମନବମୀ। ସର୍ବସାଧାରଣଙ୍କ ପାଇଁ ସମସ୍ତ...

୧୫ଶହ କୋଟିର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୨୦୨୩ ହକି ବିଶ୍ୱକପ୍ ସୁନ୍ଦରଗଡ଼ରେ ଆୟୋଜନ ପାଇଁ ନିଷ୍ପତ୍ତି
ସୁନ୍ଦରଗଡ, ୩।୩(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୫ଶହ କୋଟିରୁ ଊର୍ଦ୍ଧ୍ୱ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଆକ୍ରାନ୍ତ; ୩୨୦୦ ଛୁଇଁଲା ମୋଟ ଆରୋଗ୍ୟ ସଂଖ୍ୟା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ...

୧୨ ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
ସମ୍ବଲପୁର,୩ା୩: ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଡୁମେରଚୁଆଁ ଜଙ୍ଗଲରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଯୁଯୁମୁରା ଥାନା ଭବାନିପାଲି ଗ୍ରାମ...

ଓଡ଼ିଶାକୁ ଫେରିଲେ ପଦ୍ମଶ୍ରୀ ପ୍ରମୋଦ ଭଗତ
ଭୁବନେଶ୍ବର,୧।୪(ବ୍ୟୁରୋ): ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ଓଡ଼ିଶା ଫେରିଛନ୍ତି ପାରାଲମ୍ପିଆନ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବା ପରେ କ୍ରୀଡ଼ାବିତ୍ଙ୍କୁ...

ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ
କଟକ ଅଫିସ,୩୦ା୬ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ହୃଦ୍ଘାତରେ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮...

ନନ୍ଦନକାନନରେ ଗାଇଡ୍ଙ୍କୁ କାମୁଡ଼ିଲା ଭାଲୁ
ବାରଙ୍ଗ,୨୮।୧୦(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ଅଘଟଣ ଦେଖିବାକୁ ମିଳିଛି। ଅପରାହ୍ନ ସମୟରେ ଭାଲୁ ସଫାରିରେ ଯାଇଥିବା ଜଣେ ଗାଇଡ୍ ଭାଲୁକୁ ଖାଦ୍ୟ ଦେଉଥିବାବେଳେ...