ଐତିହ୍ୟ ସ୍ଥଳ ନିକଟରେ ବେଆଇନ ନିର୍ମାଣ

ପୁରୁଣା ଭୁବନେଶ୍ୱର,୨୧ା୩ (ଡି.ଏନ.ଏ.): ରାଜଧାନୀକୁ ସରସ ସୁନ୍ଦର ରୂପେ ଗଢି ତୋଳିବାର ଦାୟିତ୍ୱ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କର ରହିଛି। ଭୁବନେଶ୍ୱରର ବଢୁଥିବା ଜନସଂଖ୍ୟାକୁ ନଜରରେ ରଖି ନୀତିନିୟମ ଓ କଟକଣା ଅନୁଯାୟୀ ଗୃହ ନିର୍ମାଣ ନକ୍ସା ଅନୁମୋଦନ କରିବାକୁ ନେଇ ବିଡିଏ ନିଜର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଉଛି। ବେଆଇନ ନିର୍ମାଣ ଭାଙ୍ଗିବା କାମ କେବଳ ବିଏମ୍‌ସି ଚଳାଇଛି। ରାଜଧାନୀର ବହୁ ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜି ଜବରଦଖଲ ଏବଂ ବେଆଇନ ନିର୍ମାଣକାରୀଙ୍କଠାରୁ ବାଦ୍‌ ପଡ଼ିନାହିଁ। ଅଧିକାଂଶ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ) ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳ ଚତୁଃପାର୍ଶ୍ୱରେ ବେଆଇନ ଭାବେ କଲୋନୀ ଓ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି। ଏସବୁ ବେଆଇନ ନିର୍ମାଣ ନେଇ ପ୍ରତ୍ୟକ୍ଷ ଭାବେ ବିଏମ୍‌ସି, ବିଡିଏ, ଶକ୍ତି ବିଭାଗ ଜଡିତ ରହିଥିବା ଅଭିଯୋଗ ହେଉଛି। ବିଡିଏ ନିଜ ପକ୍ଷରୁ ୫୬୭ ଏକର ପରିମିତ ଶିଶୁପାଳଗଡ଼ରେ ଗଢି ଉଠିଥିବା ୨୦୦୦ରୁ ଊର୍ଦ୍ଧ୍ୱ ବେଆଇନ ନିର୍ମାଣ ନେଇ ୨୦୧୯ ପର୍ଯ୍ୟନ୍ତ ମାତ୍ର ୩ ଗୋଟି ନୋଟିସ ଜାରି କରି ନିଜର ଦାୟିତ୍ୱ ସାରି ଦେଇଛି। ଏପରି ଦେଖିବାକୁ ଗଲେ ରାଜାରାଣୀ, ଭାସ୍କରେଶ୍ୱର, ବ୍ରହ୍ମେଶ୍ୱର, ନାଗେଶ୍ୱର, ବୈତାଳେଶ୍ୱର ଭଳି ଅନେକ ମନ୍ଦିରକୁ ଲାଗି କରି ଘରୋଇ ଓ କେତେକ ସ୍ଥାନରେ ସରକାରୀ ନିର୍ମାଣ ହୋଇଛି।
ମୁଣ୍ଡରୁ ଦୋଷ ଖସାଉଛି ଏଏସ୍‌ଆଇ
ଏଏସ୍‌ଆଇର ଆମ୍‌ସାର ଆକ୍ଟ ଲାଗୁ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିଜ ମୁଣ୍ଡରୁ ଦୋଷ ଖସାଇ ଚୁପ୍‌ ରହୁଛି। ଭିତ୍ତିଭୂମି ଓ କର୍ମଚାରୀ ଅଭାବ ଏଏସ୍‌ଆଇ ଦର୍ଶାଉଛି। ସଂରକ୍ଷିତ ଐତିହ୍ୟସ୍ଥଳଗୁଡିକ ନିକଟରେ ଆମସାର ଆକ୍ଟ ଅନୁଯାୟୀ ନକ୍ସାକୁ ଅନୁମୋଦନ ଦେବା ଉଦ୍ଦେଶ୍ୟରେ ଏଏସ୍‌ଆଇ କର୍ତ୍ତୃପକ୍ଷ ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନଏମଏ)ଦାୟିତ୍ୱରେ ଛାଡ଼ିଛନ୍ତି। ମାତ୍ର ଜଣେ କର୍ମଚାରୀ ଏନଏମଏ ଦାୟିତ୍ୱରେ ରହିଛନ୍ତି। ତାଙ୍କ ଉପସ୍ଥିତି ଯେ ସ୍ଥିତିରେ ସୁଧାର ଆଣିବ ଏହା ଅସମ୍ଭବ ହୋଇ ପଡୁଥିବା ଅଭିଯୋଗ ହେଉଛି। ରାଜାରାଣୀ ମନ୍ଦିରଠାରୁ ମାତ୍ର ୧୦୦ମିଟର ଦୂର ମୁଖ୍ୟରାସ୍ତାକୁ ଲାଗି ଆପାର୍ଟମେଣ୍ଟକୁ ବିଡିଏ କର୍ତ୍ତୃପକ୍ଷଙ୍କ ସହ ଏନ୍‌ଏମଏର ମଧ୍ୟ ସହମତି ମିଳିଛି। ସେହିପରି ଶିଶୁପାଳଗଡ଼ ରାମପାର୍ଟ ଅଧୀନରେ ଥିବା ଲିଙ୍ଗିପୁର ମୌଜାର ଅଧିକାଂଶ ଖାଲି ଅଞ୍ଚଳ ଜାତୀୟ ରାଜପଥ କଡରେ ରହିଛି। ଏଠାରେ ଅନେକ ବହୁତଳ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି। ଏଏସ୍‌ଆଇର ନିୟମକୁ ଖାତିର ନ କରି ଏଠାରେ କେତେଜଣ ଲୋକଙ୍କୁ ବିଡିଏ ପକ୍ଷରୁ ବେଆଇନ ଭାବେ ନକ୍ସା ଅନୁମୋଦନ କରାଯାଇଛି। ଏ ନେଇ ବିଡିଏ, ବିଏମ୍‌ସି, ଏନ୍‌ଏମ୍‌ଏ ଓ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଭୂମିକାକୁ ସାଧାରଣରେ ସମାଲୋଚନା କରାଯାଇଛି। ବିଏମ୍‌ସି ପକ୍ଷରୁ ଉଚ୍ଛେଦ ବଦଳରେ ଟିକସ୍‌ ଆଦାୟ ନେଇ ଏନଫୋର୍ସମେଣ୍ଟର ବରିଷ୍ଠ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକଙ୍କୁ ପଚାରିବାରେ ପ୍ରତ୍ୟେକ ଐତିହ୍ୟସ୍ଥଳ ନିକଟରେ ଗଢି ଉଠିଥିବା ବେଆଇନ ନିର୍ମାଣ ନେଇ ନିର୍ଦ୍ଦିିଷ୍ଟ ଭାବେ ଅଭିଯୋଗ ଆସିଲେ ଉଚ୍ଛେଦ କରାଯିବ। ଏଥିସହ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଏଏସ୍‌ଆଇ ସଂରକ୍ଷଣ ଅଧିକାରୀ ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ଶିଶୁପାଳଗଡ଼କୁ ସମ୍ପୂର୍ଣ୍ଣ ଭାବେ ଜବରଦଖଲ ମୁକ୍ତ କରିବାକୁ ଆମର ସର୍ଭେ ଜାରି ରହିଛି ନିକଟ ଭବିଷ୍ୟତରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏ ନେଇ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ବେଆଇନ ନିର୍ମାଣକୁ ବିଦ୍ୟୁତ୍‌ ସଂଯୋଗ ସମ୍ପର୍କରେ ସେସୁର ଯନ୍ତ୍ରୀ ୟୁ. କେ. ସ୍ବାଇଁଙ୍କୁ ପଚାରିବାରେ ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟ ସ୍ଥଳର ଉନ୍ନତୀକରଣ ଯୋଜନା ପାଇଁ ଦେବୋତ୍ତର ବିଭାଗ କିମ୍ବା ମନ୍ଦିର ପ୍ରଶାସନ ଲିଖିତ ନୋଟିସ ଦେଲେ ବେଆଇନ ନିର୍ମାଣ ଉପରୁ ବିଦ୍ୟୁତ୍‌ କାଟ ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri