ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି..

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ ସ୍ତ୍ରୀର ମାନ୍ୟତା ଦେବି। ତୁ ଭଲ ବୋହୂ ହୋଇପାରିବୁନି କି କେବେ କାହାର ଭଲ ଭଉଣୀ ହୋଇପାରିବୁନି। ନାରୀ ଜନ୍ମର ସାର୍ଥକତା ହେବ ତୋ ପାଇଁ ସାତ ସପନ। ପ୍ରତି ମୁହୂର୍ତ୍ତରେ ନିଜ ଭାଗ୍ୟକୁ ଘୃଣା କରିବୁ ଆଉ ଭାବିବୁ ତୁ ଏ ଧରାପୃଷ୍ଠରେ ଭଗବାନଙ୍କର ଗୋଟିଏ ଅଭିଶାପ।“ ଏପରି ଏକ ଛାତିଥରା ଡାଏଲଗ୍‌ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଅପେରା ଜଗତରେ ସେ ଚଳିତ ସିଜନରେ ପାଦ ଦେଇଛନ୍ତି। ହେଲେ ପ୍ରଥମ ନାଟକରୁ ହିଁ ସେ ନିଜର ଦମ୍‌ ଦେଖାଇ ସାଉଁଟି ଚାଲିଛନ୍ତି ଯାତ୍ରାପ୍ରେମୀଙ୍କ ପ୍ରଶଂସା। ଏହି ଅଭିନେତା ଜଣକ ହେଲେ ସନ୍ଦୀପ କୁମାର ଦାସ ଏବଂ ନାଟକଟି ହେଲା ଅନ୍ୟତମ ଅଗ୍ରଣୀ ଅପେରା ପାର୍ଟି ବାଘାଯତୀନ ଲୋକନାଟ୍ୟ ଦ୍ୱାରା ଚଳିତ ଯାତ୍ରା ସିଜନରେ ପରିବେଷିତ ତଥା ଅରୁଣ ନାୟକଙ୍କ ରଚିତ ଏବଂ ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ସୀତାର ଜଳୁଛି ଚିତା’। ଏହି ନାଟକରେ ସନ୍ଦୀପ ଏକ ଦମଦାର ନେଗେଟିଭ ଚରିତ୍ର (ମୃଗେଶ ମାନସିଂ)ରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଅପେରା ପାର୍ଟିରେ ଏଣ୍ଟ୍ରି କରିବା ପଛରେ ନିର୍ଦ୍ଦେଶକ ମହେଶଙ୍କ ଭୂମିକାକୁ ସର୍ବାଗ୍ରେ ସ୍ମରଣ କରନ୍ତି ସେ। ‘ଅପେରା ଜଗତର ଆଗଧାଡିର ସ୍ବରକାର ତାପସ ଦାସ (ଟିଟନ)ଙ୍କ ଆକ୍ଟିଂ ଇନଷ୍ଟିଚ୍ୟୁଟ୍‌ ‘ତପସ୍ୟା’ରୁ ପାସ୍‌ କରିବା ପରେ ମୋତେ ସିଧାସଳଖ ଏହି ସୁଯୋଗ ମିଳିଛି। ଏଥିପାଇଁ ଟିଟନ ସାର୍‌, ମହେଶ ସାର୍‌, ନିର୍ଦ୍ଦେଶକ ଆଶୁତୋଷ ସାର୍‌ (ମହାପାତ୍ର) ଏବଂ ଗୁରୁ ପ୍ରଣୟ ସାହୁଙ୍କ ପ୍ରେରଣାକୁ ମୁଁ କଦାପି ଭୁଲି ପାରିବି ନାହିଁ। ଆଉ ଏକ ସଂଯୋଗ-ମୁଁ ବାଘାଯତୀନ ଲୋକନାଟ୍ୟର ଅନେକ ନାଟକ ଦେଖିଛି। ପୁଣି ସେହି ପାର୍ଟିରୁ ମୁଁ ମୋର ଅପେରା କ୍ୟାରିୟର ଆରମ୍ଭ କରୁଛି। ’ ବାଲେଶ୍ୱର ଜିଲା ଖନ୍ତାପଡା ଅନ୍ତର୍ଗତ ପଦାଗଁା ଗ୍ରାମରେ ଜନ୍ମିତ (ମା-ଗୀତାଞ୍ଜଳି ଦାସ, ବାପା-କ୍ଷିତିଶ କୁମାର ଦାସ) ତଥା ଏମବିଏ ଡିଗ୍ରୀ ହାସଲ କରିଥିବା ସନ୍ଦୀପଙ୍କ ଆଗରେ ଲମ୍ବା ଆକ୍ଟିଂ କ୍ୟାରିୟର। ନିଜ ଫିଗର ଅନୁସାରେ ନେଗେଟିଭ ରୋଲକୁ ପ୍ରାଥମିକତା ଦେବି ବୋଲି କହନ୍ତି ଅପେରା ଜଗତର ଏହି ଲମ୍ବା ରେସ୍‌ର ଘୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ପ୍ରେକ୍ଷାଳୟକୁ ଆସିବ ବିଗ୍‌-ବି’ଙ୍କ ଫିଲ୍ମ ‘ଝୁଣ୍ଡ’

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଝୁଣ୍ଡ’ମାର୍ଚ୍ଚ ୪ ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ନେଇ ଘୋଷଣା ହୋଇଛି। କୋଭିଡ-୧୯ ହେତୁ ଫିଲ୍ମ ନିର୍ମାତା...

ଜିମ୍‌ ଲୁକ୍‌କୁ ନେଇ ଚିନ୍ତାରେ ଜାହ୍ନବୀ!

ମୁମ୍ବାଇ: ବଳିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍‌ ଲୁକ୍‌କୁ ନେଇ। ଏପର୍ଯ୍ୟନ୍ତ...

ଏନ୍‌ସିବି ପଞ୍ଝାରେ ଏହି ଲୋକପ୍ରିୟ କମେଡିଆନ୍‌; ଘରେ ଚାଲିଛି ଅଚାନକ ଚଢ଼ାଉ

ବମ୍ବେ: ଗୋଟିଏ ପରେ ଗୋଟିଏ କଳାକାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପଞ୍ଝାରେ। ଏବେ ଏହି ଜାଲରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଏବଂ ତାଙ୍କ...

ଏହି ଅଭିନେତା କରିଥିଲେ ମନା; ସେଥିପାଇଁ ତ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ

ବମ୍ବେ: ଆଜି ହେଉଛି ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ହାପି ବର୍ଥ ଡେ’ ଅର୍ଥାତ ଜନ୍ମଦନ। ମେ’ ୧୫ରେ ସେ ନିଜର ୫୪ତମ ଜନ୍ମଦିନ...

ଆସିମଙ୍କୁ ମନେ ପକାଇ ହିମାଂଶୀଙ୍କ ଭାବବିହ୍ବଳ ପୋଷ୍ଟ

ବମ୍ବେ: ବିଗ୍‌ବସ୍‌ର ନୂଆ ଲର୍ଭବର୍ଡ ଆସିମ-ହିମାଂଶୀକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା। ଗୋଟିଏ ପଟେ ଆସିମଙ୍କ ପରିବାର ହିମାଂଶୀକୁ ପସନ୍ଦ କରୁନାହାନ୍ତି ତ ଅନ୍ୟପକ୍ଷେ...

ଏହି ଅଭିନେତ୍ରୀଙ୍କୁ ଶୁଟିଂ ଶେଟ୍‌ରେ ଶକ୍ତ ଚାପୁଡ଼ା ମାରିଥିଲେ ଦିଲୀପ କୁମାର, ଉଡ଼ିଯାଇଥିଲା ହୋସ୍‌

ମୁମ୍ବାଇ: ଏକଦା ‘ଟ୍ରାଜେଡି କିଙ୍ଗ୍‌’ ତଥା ଅଭିନେତା ଦିଲୀପ କୁମାର ଏବଂ ଅଭିନେତ୍ରୀ ମଧୁବାଲାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଥିଲେ। ଥରେ ମଧୁବାଲାଙ୍କୁ ଦିଲୀପ...

ଅନୁରାଗ କଶ୍ୟପଙ୍କ ସହ ସିକ୍ରେଟ୍‌ ଆଫେୟାରକୁ ନେଇ ଏମିତି କହିଲେ ମନ୍ଦାନା

ଅଭିନେତ୍ରୀ ତଥା ମଡେଲ ମନ୍ଦାନା କରିମି କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ ଅପ’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସେ ଶୋ’ରୁ ବିଦାୟ ନେଇଛନ୍ତି...

‘ଖତ୍‌ରୋ କେଁ ଖିଲାଡି-୧୨’ରେ ନଜର ଆସିବେନି ମୁନାୱାର

ଲୋକପ୍ରିୟ ରିଆଲିଟି ଶୋ’ ‘ଲକ ଅପ’ର ବିଜେତା ମୁନାୱାର ଫାରୁକି ରିଆଲିଟି ଶୋ’ଖତ୍‌ରୋ କେଁ ଖିଲାଡି’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ...

Advertisement
Archives

Model This Week