Posted inଖେଳ

ଏହି ଖେଳାଳିଙ୍କ ହାତ ଧରିବାକୁ ଯାଉଛନ୍ତି ବଜରଙ୍ଗ ପୁନିଆ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆ। ସେ ଭାରତର ଲୋକପ୍ରିୟ ମହିଳା କୁସ୍ତି ଯୋଦ୍ଧା ସଙ୍ଗୀତା ଫୋଗଟ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ତାରିଖ ଏପର୍ଯ୍ୟନ୍ତ ନିର୍ଘଣ୍ଟ ହୋଇ ନ ଥିଲେ ମଧ୍ୟ ଉଭୟଙ୍କ ପରିବାର ବିବାହ ନେଇ ସମ୍ମତି ପ୍ରକାଶ କରିଛନ୍ତି। ବଜରଙ୍ଗ ପୁନିଆ ଭାରତୀୟ ରେସଲିଂ ଜଣେ ଲୋକପ୍ରିୟ ଖେଳାଳି। ୬୫ କିଲୋଗ୍ରାମ ବର୍ଗରେ ସେ ବିଶ୍ୱର ଏକ ନମ୍ବର ଖେଳାଳି। ସେହିପରି ସଙ୍ଗୀତା ମଧ୍ୟ କୁସ୍ତି ଯୋଦ୍ଧା ଭାବେ ବେଶ୍‌ ପରିଚୟ ହାସଲ କରିଛନ୍ତି। ଆଗାମୀ ଟୋକିଓ ଅଲମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବାର ପ୍ରବଳ ଦାବିଦାର ମନେହେଉଛି। ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। ପୂର୍ବରୁ ଗୀତା ଫୋଗଟ-ପବନ କୁମାର, ସାକ୍ଷୀ ମଲିକ-ସତ୍ୟବ୍ରତ କାଦୟାନ ଏବଂ ବିନେଶ ଫୋଗଟ୍‌-ସୋମବୀର ରାଠି ପ୍ରମୁଖ ନିଜ ଖେଳ ସହ ସମ୍ପୃକ୍ତ ଖେଳାଳିଙ୍କୁ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷରୁ କମ୍‌ କ୍ରିକେଟ:ପେସ୍‌ରଙ୍କୁ କହୁଣି ମାରି ବ୍ୟାଟ୍ସମ୍ୟାନ ଦଣ୍ଡିତ

ଦୁବାଇ, ୩୦ା୧ (ପି.ଟି.)-ଭାରତୀୟ ପେସ୍‌ ବୋଲର ଆକାଶ ସିଂଙ୍କୁ ଜାଣିଶୁଣି କହୁଣୀରେ ସ୍ପର୍ଶ କରିଥିବା ଅଭିଯୋଗରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ ସାମ୍‌ ଫ୍ୟାନିଂ ଦଣ୍ଡିତ ହୋଇଛନ୍ତି।...

ଆଉ ନାହାନ୍ତି କ୍ରିକେଟ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍‌ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା...

ବିଶ୍ୱ ଏକାଦଶ-ଏସିଆ ଏକାଦଶ ମ୍ୟାଚ୍ ସ୍ଥଗିତ

ଢାକା, ୧୨୩ (ପି.ଟି.)- କରୋନା ଭାଇରସ୍ ଲାଗି ଆଗାମୀ ଦିନରେ ବିଶ୍ୱ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ଖେଳାଯିବାକୁ ଥତ୍ବା ମ୍ୟାଚ୍କୁ ଆୟୋଜକ ବାଂଲାଦେଶ...

କ୍ୱାଲିଫାଏଡ୍‌ ଆଥଲେଟ ସ୍ଥାନ ବଜାୟ ରଖିବେ

ଲାଉସାନେ, ୯।୪(ଏପି)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଥଲେଟ ସେମାନଙ୍କ ସ୍ଥାନ ବଜାୟ ରଖିବେ। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଅଲିମ୍ପିକ୍ସକୁ ଗୋଟିଏ...

ଓ୍ବାଦେ, ମାର୍ଶଙ୍କୁ ଡକାରା

ମାଞ୍ଚେଷ୍ଟର,୭।୭(ପିଟି)- ଉଇକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବାଦେ ଓ ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରେ ଯୋଗଦେବାକୁ ଡାକରା ଦିଆଯାଇଛି। ଏମାନେ ଅଷ୍ଟ୍ରେଲିଆ ଦଳର ଉସ୍ମାନ ଖ୍ବାଜା...

‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି

ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ...

ଫ୍ରେଞ୍ଚ୍‌ ଓପନ ଟେନିସ: କ୍ରିଷ୍ଟିନା -ବାବୋସ ଫାଇନାଲରେ

ପ୍ୟାରିସ, ୧୦।୧୦- ଫ୍ରେଞ୍ଚ୍‌ ଓପନ ଟେନିସ ପୁରୁଷ ଡବଲ୍ସର ଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ଆନ୍ଦ୍ରେସ ମାଇଲ୍ସ ଓ କେଭିନ କ୍ରାଓ୍ବିଜ୍‌ ଯୋଡ଼ି ଫାଇନାଲରେ ବ୍ରୁନୋ ସୋଆରେସ...

ଭାରତ କବ୍‌ଜାରେ ଦ୍ୱିତୀୟ ଟେଷ୍ଟ

ଚେନ୍ନାଇ, ୧୪।୨: ସ୍ଥାନୀୟ ଚେପକ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ୨ୟ ଦିନ ସୁଦ୍ଧା ଭାରତ କବ୍‌ଜାରେ ରହିଛି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୩୦୦/୬)ରୁ...

Advertisement
Archives

Model This Week