ଏସ୍‌ସିବି ମେଡିକାଲ: ୭ମାସରେ ଆସିଲେଣି ୨୮ ଜିଲାର ଡେଙ୍ଗୁ ରୋଗୀ

କଟକ ଅଫିସ,୨୩।୭: ଏସ୍‌ସିବି ମେଡିକାଲକୁ ଗତ ଜାନୁୟାରୀରୁ ଜୁଲାଇ ୨୨ ମଧ୍ୟରେ ୨୮ଟି ଜିଲାରୁ ଡେଙ୍ଗୁ ରୋଗୀ ଚିକିତ୍ସା ନିମନ୍ତେ ଆସିଛନ୍ତି। ଏହି ସମୟ ମଧ୍ୟରେ ମୋଟ୍‌ ୨୯୦୭ ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯୯ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ ଚିହ୍ନଟ କରାଯାଇଛି। ଚିହ୍ନଟ ରୋଗୀଙ୍କ ମଧ୍ୟରେ ଭଦ୍ରକରୁ ସର୍ବାଧିକ ୨୧ ଜଣ ଥିବାବେଳେ ଯାଜପୁର, କଟକ, ଜଗତ୍‌ସିଂହପୁରରୁ ୧୮ ଜଣ ଲେଖାଏ ପଜିଟିଭ ରୋଗୀ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୧୩ ଜଣ ପଜିଟିଭ ରୋଗୀ ଥିବାବେଳେ ବାକି ଜିଲାଗୁଡ଼ିକରୁ ୨ରୁ ୫ ଜଣ ମଧ୍ୟରେ ରୋଗୀ ରହିଛନ୍ତି। ରାଜ୍ୟର ମାଲକାନଗିରି ଓ ନବରଙ୍ଗପୁରକୁ ଛାଡ଼ିଦେଲେ ବାକି ସମସ୍ତ ଜିଲାରୁ ଏସ୍‌ସିବି ମେଡିକାଲକୁ ଡେଙ୍ଗୁ ରୋଗୀ ଆସିଥିବା ସହକାରୀ ଡେଙ୍ଗୁ ନୋଡାଲ ଅଫିସର ଡା. ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି। ତେବେ ଜୁଲାଇରୁ ରୋଗୀସଂଖ୍ୟା ବଢିବାରେ ଲାଗିଛି। ମୋଟାମୋଟି ଭାବେ କଟକ ଜିଲା ଓ ସହର ଡେଙ୍ଗୁ ପ୍ରବଣ ଭାବେ ଜଣାଶୁଣା। ପ୍ରତିବର୍ଷ କଟକ ସହରରେ ଡେଙ୍ଗୁ ଉଗ୍ରରୂପ ଧାରଣ କରିଥାଏ। ଚଳିତବର୍ଷ ଜିଲାରେ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ସହରରେ ଥିବା ସମସ୍ତ ଶିଳ୍ପସଂସ୍ଥାଗୁଡ଼ିକର ପାରିପାର୍ଶ୍ୱିକ ପରିବେଶ ସଫା ନ ରହୁଥିବାରୁ ଡେଙ୍ଗୁଜ୍ୱର ଦେଖାଦେଇଛି। ଏଡିସ୍‌ ମଶା ଏହି ଜ୍ୱରର କାରଣ। ଶିଳ୍ପାଞ୍ଚଳ ମଧ୍ୟରେ ଏହି ମଶା ବଂଶ ବୃଦ୍ଧିର ଉତ୍ସ ଓ ଅଣ୍ଡାଦାନ ସ୍ଥାନକୁ ସମୂଳେ ନିପାତ କରିବାକୁ ଜିଲାପାଳ ଭବାନୀ ଶଙ୍କର ଚୟନୀ ଗୁରୁତ୍ୱ ଦେଇଛନ୍ତି। ସେହିପରି ସିଏମ୍‌ସି ପକ୍ଷରୁ ସଫେଇ ଓ ମଶାଧୂଅଁା ସ୍ପ୍ରେ, ମଶାତେଲ ପକାଇବା କାର୍ଯ୍ୟ ଜାରି ରହିଥିବାବେଳେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଏକ ମନିଟରିଂ ସେଲ୍‌ ରଖିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଆୟୁଷ ଡାକ୍ତରମାନେ ଜିଲାର ବିଭିନ୍ନ ସ୍କୁଲକୁ ଯାଇ ଛାତ୍ରୀଛାତ୍ରମାନଙ୍କୁ ଡେଙ୍ଗୁରୋଗର କାରଣ ଓ ତାହାର ପ୍ରତିକାର ସମ୍ପର୍କରେ ସଚେତନ କରାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓ ବେସରକାରୀ ସ୍ତରର ସମସ୍ତ ସଙ୍ଗଠନ ଏବଂ ଅନୁଷ୍ଠାନ ନିଜ ଅଞ୍ଚଳରେ ଏଡିସ୍‌ ମଶା ଡିମ୍ବ ଦେଇପାରିବା ସ୍ଥାନଗୁଡ଼ିକୁ ନଷ୍ଟ କରିବା ପାଇଁ ପଦକ୍ଷେପ ନେବା ଜରୁରୀ। ପରିବାର ଓ ଗୋଷ୍ଠୀର ସଦସ୍ୟମାନେ ଘରେ, ସାହିରେ, ଗଁାରେ ତଥା ୱାର୍ଡଗୁଡିକରେ ପରିଷ୍କାର ପାଇଁ ସାମୂହିକ ଉଦ୍ୟମ ଜାରି ରଖିଲେ ଡେଙ୍ଗୁର ପ୍ରତିରୋଧ କରିବା ସମ୍ଭବ ହୋଇପାରିବ ବୋଲି ଜିଲାପାଳ ଚୟନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ, ୨୩ା୭: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି...

ଚିନ୍ତା ବଢ଼ାଉଛି ଟ୍ରାଫିକ ସମସ୍ୟା

୧୯୬୪ ମସିହାରେ ବାଲେଶ୍ୱର ସଦର ମହକୁମାର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ବାଲେଶ୍ୱର ପୌରାଞ୍ଚଳ। ୧୯୯୨ ମସିହା ପର୍ଯ୍ୟନ୍ତ ଏହି ପୌରାଞ୍ଚଳରେ ୨୬ ଟି...

ଭୋକ ଓପାସରେ ବାହାର ରାଜ୍ୟର ୯ ଶ୍ରମିକ

ଖଇରା, ୬।୪(ଡି.ଏନ.ଏ.): ବାହାର ରାଜ୍ୟର ୯ଜଣ ଶ୍ରମିକ ୨ଦିନ ହେଲା ଭୋକଓପାସରେ ରହିଛନ୍ତି। ସେମାନେ ବାଲେଶ୍ୱର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ସିଂହିପୁର...

ବିଧାନସଭାରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିକଲେ ନରସିଂହ

ଭୁବନେଶ୍ୱର, ୧।୭(ବ୍ୟୁରୋ): ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିବୃତି ଦାବି କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଟ୍ରେନ୍‌ରେ କନ୍ୟାସନ୍ତାନ ଜନ୍ମ ଦେଲେ ପ୍ରବାସୀ ମହିଳା

ଟିଟିଲାଗଡ଼, ୨୪।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଯାତ୍ରା କରୁଥିବା ଜନୈକା ମହିଳା ବଗିରେ ରବିବାର ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଟ୍ରେନ୍‌...

ସେପ୍ଟେମ୍ବରରେ ଓସିଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ ଅଫିସ,୧ା୩:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୋମବାର ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡର ଅନୁଯାୟୀ ୨୦୨୨-୨୩ ଶିକ୍ଷାବର୍ଷରେ ଓପିଏସ୍‌ସି ପକ୍ଷରୁ ହେବାକୁ...

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

ବାରିପଦା ଅଫିସ,୫ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟିପ୍‌ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ବାୟୁ ଅଧିକାରୀଙ୍କ ସହ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର...

ଏସ୍‌ସିବିରେ ଶଢୁଛି ମୃତଦେହ

କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍‌ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି...

Advertisement
Archives

Model This Week