ଏସ୍‌ସିଏସ୍‌ କଲେଜ: ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ମିଳୁନି ମଞ୍ଜୁରୀ: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ପୁରୀ ଅଫିସ, ୨୪ା୭: ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ରେ ଏମ୍‌ଫିଲ୍‌ ପାଠ୍ୟକ୍ରମ ଖୋଲିବାର ଦୁଇବର୍ଷ ବିତିଗଲାଣି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଜୁରୀ ମିଳିନାହିଁ। ଫଳରେ ପ୍ରଥମ ବ୍ୟାଚ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇପାରୁ ନାହିଁ। ସେହିପରି ଦ୍ୱିତୀୟ ବ୍ୟାଚ ପ୍ରବେଶିକା ପରୀକ୍ଷା ଓ ଚୟନ (ସିଲେକ୍ସନ) ସରିଛି। ତେବେ ପ୍ରଥମ ବ୍ୟାଚ ପରୀକ୍ଷାଫଳ ପ୍ରକାଶ ଓ ପାଠ୍ୟକ୍ରମ ମଞ୍ଜୁରୀ ପାଇବାରେ ବିଳମ୍ବ ଯୋଗୁ ଦ୍ୱିତୀୟ ବ୍ୟାଚ ପାଠପଢା ପ୍ରଭାବିତ ହେଉଛି। ଏଥିଯୋଗୁ ଏଠାକାର ଏମ୍‌ଫିଲ୍‌ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲିହୋଇଯାଉଛି।
ସୂଚନା ଅନୁଯାୟୀ, ୨୦୧୭ରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟରେ ୪ଟି ବିଭାଗରେ ଏମ୍‌ଫିଲ ପାଠ୍ୟକ୍ରମ ଖୋଲିବା ଲାଗି ରାଜ୍ୟ ସରକାର ସ୍ବୀକୃତି ଦେଇଥିଲେ। ଏଥିଯୋଗୁ କଲେଜ କର୍ତ୍ତୃପକ୍ଷ ସେହିବର୍ଷ ୪ଟି ବିଭାଗରେ ୮ଟି ଲେଖାଏ ସିଟ୍‌ ହିସାବରେ ୩୨ଜଣ ଛାତ୍ରୀଛାତ୍ରଙ୍କ ଆଡମିଶନ କରାଇଥିଲେ। ତେବେ ଏପର୍ଯ୍ୟନ୍ତ ପାଠ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ମିଳିନାହିଁ। କଲେଜ କର୍ତ୍ତୃପକ୍ଷ ୨୦୧୮ରେ ଦ୍ୱିତୀୟ ବ୍ୟାଚ ଆଡ଼ମିଶନ ଲାଗି ପ୍ରବେଶିକା ପରୀକ୍ଷା, ଭାଇଭା ଟେଷ୍ଟ କରିଥିଲେ। ଅନ୍ୟପଟେ ପାଠ୍ୟକ୍ରମକୁ ମଞ୍ଜୁରୀ ପ୍ରଦାନରେ ବିଳମ୍ବ ଘଟୁଥିବାରୁ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ପୂର୍ବରୁ କେତେକ ଛାତ୍ର ସଂଗଠନ ଆନ୍ଦୋଳନ ପାଇଁ ଧମକ ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କର୍ମକର୍ତ୍ତାମାନେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ଏମ୍‌ଫିଲ୍‌ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦ୍ୱିତୀୟ ବ୍ୟାଚ (୨୦୧୮) ଛାତ୍ରୀଛାତ୍ର ତତ୍କାଳୀନ ରାଜସ୍ବ ମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ଦେଇଥିଲେ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରଥମ ବ୍ୟାଚ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସୂତା ଖିଅରେ ଝୁଲୁଥିବା ବେଳେ ଦ୍ୱିତୀୟ ବ୍ୟାଚ ଛାତ୍ରୀଛାତ୍ରଙ୍କ ଭାଗ୍ୟ ମଧ୍ୟ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି। କଲେଜ ଅଧ୍ୟକ୍ଷା ପ୍ରଫେସର ସୁଜାତା ମିଶ୍ର କହିଛନ୍ତି, ମଞ୍ଜୁରୀ ପାଇବା ଲାଗି ଚେଷ୍ଟା ଚାଲିଛି। ଏଥିପାଇଁ ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ବିଶ୍ୱବିଦ୍ୟାଳୟକୁ ଦିଆଯାଇଛି। ପ୍ରଥମ ବ୍ୟାଚକୁ ମଞ୍ଜୁରୀ ମିଳିବା ପରେ ଦ୍ୱିତୀୟ ବ୍ୟାଚ ଛାତ୍ରୀଛାତ୍ରଙ୍କ ଆଡ଼ମିଶନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri