ଏସ୍‌ସିଏସ୍‌ କଲେଜ: ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ମିଳୁନି ମଞ୍ଜୁରୀ: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ପୁରୀ ଅଫିସ, ୨୪ା୭: ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ରେ ଏମ୍‌ଫିଲ୍‌ ପାଠ୍ୟକ୍ରମ ଖୋଲିବାର ଦୁଇବର୍ଷ ବିତିଗଲାଣି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଜୁରୀ ମିଳିନାହିଁ। ଫଳରେ ପ୍ରଥମ ବ୍ୟାଚ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇପାରୁ ନାହିଁ। ସେହିପରି ଦ୍ୱିତୀୟ ବ୍ୟାଚ ପ୍ରବେଶିକା ପରୀକ୍ଷା ଓ ଚୟନ (ସିଲେକ୍ସନ) ସରିଛି। ତେବେ ପ୍ରଥମ ବ୍ୟାଚ ପରୀକ୍ଷାଫଳ ପ୍ରକାଶ ଓ ପାଠ୍ୟକ୍ରମ ମଞ୍ଜୁରୀ ପାଇବାରେ ବିଳମ୍ବ ଯୋଗୁ ଦ୍ୱିତୀୟ ବ୍ୟାଚ ପାଠପଢା ପ୍ରଭାବିତ ହେଉଛି। ଏଥିଯୋଗୁ ଏଠାକାର ଏମ୍‌ଫିଲ୍‌ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲିହୋଇଯାଉଛି।
ସୂଚନା ଅନୁଯାୟୀ, ୨୦୧୭ରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟରେ ୪ଟି ବିଭାଗରେ ଏମ୍‌ଫିଲ ପାଠ୍ୟକ୍ରମ ଖୋଲିବା ଲାଗି ରାଜ୍ୟ ସରକାର ସ୍ବୀକୃତି ଦେଇଥିଲେ। ଏଥିଯୋଗୁ କଲେଜ କର୍ତ୍ତୃପକ୍ଷ ସେହିବର୍ଷ ୪ଟି ବିଭାଗରେ ୮ଟି ଲେଖାଏ ସିଟ୍‌ ହିସାବରେ ୩୨ଜଣ ଛାତ୍ରୀଛାତ୍ରଙ୍କ ଆଡମିଶନ କରାଇଥିଲେ। ତେବେ ଏପର୍ଯ୍ୟନ୍ତ ପାଠ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ମିଳିନାହିଁ। କଲେଜ କର୍ତ୍ତୃପକ୍ଷ ୨୦୧୮ରେ ଦ୍ୱିତୀୟ ବ୍ୟାଚ ଆଡ଼ମିଶନ ଲାଗି ପ୍ରବେଶିକା ପରୀକ୍ଷା, ଭାଇଭା ଟେଷ୍ଟ କରିଥିଲେ। ଅନ୍ୟପଟେ ପାଠ୍ୟକ୍ରମକୁ ମଞ୍ଜୁରୀ ପ୍ରଦାନରେ ବିଳମ୍ବ ଘଟୁଥିବାରୁ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ପୂର୍ବରୁ କେତେକ ଛାତ୍ର ସଂଗଠନ ଆନ୍ଦୋଳନ ପାଇଁ ଧମକ ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କର୍ମକର୍ତ୍ତାମାନେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ଏମ୍‌ଫିଲ୍‌ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦ୍ୱିତୀୟ ବ୍ୟାଚ (୨୦୧୮) ଛାତ୍ରୀଛାତ୍ର ତତ୍କାଳୀନ ରାଜସ୍ବ ମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ଦେଇଥିଲେ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରଥମ ବ୍ୟାଚ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସୂତା ଖିଅରେ ଝୁଲୁଥିବା ବେଳେ ଦ୍ୱିତୀୟ ବ୍ୟାଚ ଛାତ୍ରୀଛାତ୍ରଙ୍କ ଭାଗ୍ୟ ମଧ୍ୟ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି। କଲେଜ ଅଧ୍ୟକ୍ଷା ପ୍ରଫେସର ସୁଜାତା ମିଶ୍ର କହିଛନ୍ତି, ମଞ୍ଜୁରୀ ପାଇବା ଲାଗି ଚେଷ୍ଟା ଚାଲିଛି। ଏଥିପାଇଁ ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ବିଶ୍ୱବିଦ୍ୟାଳୟକୁ ଦିଆଯାଇଛି। ପ୍ରଥମ ବ୍ୟାଚକୁ ମଞ୍ଜୁରୀ ମିଳିବା ପରେ ଦ୍ୱିତୀୟ ବ୍ୟାଚ ଛାତ୍ରୀଛାତ୍ରଙ୍କ ଆଡ଼ମିଶନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭି ଫୁଟେଜରେ ରହସ୍ୟଜନକ ୧ ଘଣ୍ଟା

ଭୁବନେଶ୍ୱର,୨୭ା୮(ବ୍ୟୁରୋ):: ରସୁଲଗଡ଼ ଭାଗବତ ସନ୍ଧାନ କଲୋନୀରେ ରାତିରେ ପଡୋଶୀଙ୍କ ଘରେ ଭୋଜିଭାତ ପରେ ସକାଳେ ନିଜ ଘରେ ପ୍ରଜ୍ଞା ପାରମିତା ଧଳଙ୍କ ମୃତଦେହ ମିଳିବା ଘଟଣାକୁ...

୩୯.୪ ଡିଗ୍ରୀରେ ଭୁବନେଶ୍ୱର

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ତତଲା ପବନ ସାଙ୍ଗକୁ ଟାଇଁଟାଇଁ ଖରା ପରିବେଶକୁ ଉତ୍ତପ୍ତ କରି ପକାଇଛି। ରାଜଧାନୀ ଭୁବନେଶ୍ୱର ଲଗାତାର ଦୁଇଦିନ...

ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର: ପୋଲିସ ହାତରେ ଲାଗିଲା ଠୋସ୍‌ ପ୍ରମାଣ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି।...

ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ,୨୯ା୧୨- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାରସକଣା ପଞ୍ଚାୟତ ଅଧୀନ ନୂଆଗାଁ ଗ୍ରାମର ବୀଣାପାଣି ଦାସ(୭୮) ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖରା, ବର୍ଷା...

ସ୍ବଚ୍ଛ ସର୍ବେକ୍ଷଣ ୨୦୨୦: ଓଡିଶାକୁ ୨ ପୁରସ୍କାର

ଭୁବନେଶ୍ୱର,୨୦।୮(ବ୍ୟୁରୋ)-କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୦’ ଫଳାଫଳ ପ୍ରକାଶ ପାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ବଚ୍ଛ ମହୋତ୍ସବ ଅବସରରେ କେନ୍ଦ୍ର...

ଏଏସ୍‌ଓଙ୍କଠାରୁ ଠକିନେଲେ ୨୭ ଲକ୍ଷ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଓଡ଼ିଶା ସଚିବାଳୟରେ କାର୍ଯ୍ୟ କରୁଥିବା ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ)ଙ୍କୁ ‘ବଜାଜ୍‌ ଫାଇନାନ୍‌ସ’ରୁ ୧୦ଲକ୍ଷ ଟଙ୍କା ଲୋନ୍‌ ଦେବା ଆଳରେ ୨୬.୮୧ ଲକ୍ଷ...

ଲଘୁଖଣିଜ ଚାଲାଣ ରୋକିବ ଟେକ୍ନୋଲୋଜି

ଢେଙ୍କାନାଳ ଅଫିସ, ୧୯।୬ ଢେଙ୍କାନାଳ ଜିଲାରେ ବୃଦ୍ଧି ପାଉଥିବା ବାଲି, ପଥର ଭଳି ଲଘୁ ଖଣିଜ ଚୋରା ଚାଲାଣ ରୋକିବାକୁ ଟେକ୍ନୋଲୋଜିର ସହାୟତା ନେବ ପ୍ରଶାସନ।...

କାଲିଠୁ ବଢ଼ିବ ତାତି: ୫ ଦିନ ଅସହ୍ୟ ଗରମ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ୨୮ତାରିଖରୁ ତାତି ବଢ଼ିବ । ଲଗାତର ୪-୫ଦିନ ରାଜ୍ୟରେ ଏଭଳି ପାଗ ଜାରି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ସ୍ବାଭାବିକଠାରୁ ୨ରୁ ୩...

Advertisement
Archives

Model This Week