ଏସ୍‌ସିଏସ୍‌ଟି ଯୁଗ୍ମ ସଚିବଙ୍କ ପାଲଲହଡ଼ା ଗସ୍ତ

ପାଲଲହଡ଼ା,୨୬ା୧(ଡି.ଏନ.ଏ.) – ଏସ୍‌ସିଏସଟି ବିଭାଗ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମିଶ୍ର ଶନିବାର ପାଲଲହଡା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ପ୍ରଥମେ ସଚିବ ମାଲ୍ୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ଜମରଡ଼ିହ ଗ୍ରାମରେ ଥିବା ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା (ପିବିଡିଏ) କାର୍ଯ୍ୟାଳୟକୁ ଯାଇ (ଓପିଲିପି) ଯୋଜନାର ସମୀକ୍ଷା କରିଥିଲେ। ସେଠାରୁ ଜମରଡ଼ିହଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ରୀମାନେ ବିଦ୍ୟାଳୟରେ ଦୀର୍ଘଦିନରୁ ପାଣି ସମସ୍ୟା ଲାଗି ରହିଥିବା ପ୍ରକାଶ କରିଥିଲେ। ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ପିବିଡିଏ ସ୍ବତନ୍ତ୍ର ଅଧିକାରୀଙ୍କୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ପରେ ନାଗିରା ପଞ୍ଚାୟତରେ ଥିବା ସିବିଡା ଶିକ୍ଷାନିକେତନକୁ ଯାଇ ସେଠାରେ ଥିବା ଛାତ୍ରୀଛାତ୍ରଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଓପିଲିପି ପ୍ରକଳ୍ପ ଅଧୀନରେ ଚାଲିଥିବା ଆଳୁ ଚାଷ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସେହିପରି କୁର୍ତ୍ତିବାସପୁର ଗ୍ରାମକୁ ଯାଇ ସେଠାରେ ପିବିଡିଏ ପକ୍ଷରୁ ହିତାଧିକାରୀଙ୍କୁ ଚାଷ ପାଇଁ ଯୋଗାଇ ଦିଆଯାଇଥିବା ଛେଳି ଏବଂ ଗୁହାଳ ବୁଲି ଦେଖିଥିଲେ। ଶେଷରେ ନାଇଁକାଣୀପାଲି ଗ୍ରାମରେ ଥିବା ଆଶ୍ରମ ସ୍କୁଲକୁ ଯାଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଛାତ୍ରୀଛାତ୍ରଙ୍କ ସହ ମିଶି ମଧ୍ୟାହ୍ନଭୋଜନ କରିଥିଲେ। ବିଦ୍ୟାଳୟର ଡାଇନିଂ ହଲ ନ ଥିବାରୁ ଛାତ୍ରୀଛାତ୍ରମାନେ ବାହାରେ ବସି ଭୋଜନ କରୁଥିବା ଦେଖି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ସଚିବ ନିଦ୍ଦେର୍ର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପିବିଡିଏ ସ୍ବତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁମନ ମିଞ୍ଜ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମନୋରଞ୍ଜନ ରାଉତ, ପିବିଡିଏ କନିଷ୍ଠ କୃଷି ଅଧିକାରୀ ଅବିନାଶ ଦାସଙ୍କ ସହ ବହୁ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍‌ଲାଇନ ପୂଜା କମିଟି ମେଢ଼: ଆକର୍ଷଣୀୟ ସାଜସଜ୍ଜାକୁ ଗୁରୁତ୍ୱ

ବଅଁରପାଳ, ୧୪।୯ (ଡି.ଏନ୍‌.ଏ) – ଦିନ କେଇଟା ପରେ ନାଲ୍‌କୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା। ଏଥିପାଇଁ ସମଗ୍ର ନାଲକୋ ନଗର ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତ...

ନୂଆ ନିଯୁକ୍ତି ନ ଥିବାରୁ ନିରାଶ

ବଇଣ୍ଡା, ୨୩।୪: (ଡି.ଏନ.ଏ.) ୩୫ ହଜାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ହେଲେ ୩ ବର୍ଷ ହେଲା...

ଅନୁଗୋଳ ପୌରପାଳିକାର ଅଜବ ନୀତି: ଆଗେ ପ୍ରଚାର, ପରେ ପଲିଥିନ ଚଢ଼ାଉ

ଅନୁଗୋଳ ଅଫିସ, ୨୯।୯ – ଅକ୍ଟୋବର ୨ରୁ ସହରାଞ୍ଚଳରେ ପଲିଥିନ ବନ୍ଦ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନୁଗୋଳ ପୌରପାଳିକା...

ଜମି ଚିହ୍ନଟ ନେଇ ତ୍ରିପାକ୍ଷିକ ବୈଠକ

ଅନୁଗୋଳ ଅଫିସ,୨୦।୪- ନାଲ୍‌କୋ କମ୍ପାନୀର ଉତ୍କଳ ‘ଡି’ ଓ ‘ଇ’ କୋଇଲା ଖଣି ନିମନ୍ତେ କେରେଜାଙ୍ଗ ଗ୍ରାମରେ ରେଲୱେ ସାଇଡିଙ୍ଗର ଜମି ଚିହ୍ନଟ ପ୍ରକ୍ରିୟା ପାଇଁ...

ରାସ୍ତା କଡ଼ରୁ ମହିଳାଙ୍କ ମୃତ ଦେହ ଠାବ 

ପାଲଲହଡା,୨୫।୧୦ :  ଅନୁଗୋଳ ପାଲଲହଡା ଥାନା ନିଜିଗଡ଼ ପଞ୍ଚାୟତ ଉଦୟପୁର ସାହି ନିକଟସ୍ଥ ରାସ୍ତା କଡ଼ରୁ ଜଣେ ମହିଳାଙ୍କ ମୃତ ଦେହ ଗ୍ରାମ ବାସୀଙ୍କ ଦ୍ୱାରା...

ଜୋର୍‌ଧରିଲା ଚଢ଼ାଉ, ଜରିମାନା

ଅନୁଗୋଳ ଅଫିସ, ୨୮।୯:  ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଏବେ ଉପରମୁହଁା ରହିଛି। ବିଶେଷକରି ଅନୁଗୋଳ ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି...

ଆଖୁ ଖାଇବାକୁ ଆସି ଫସିଲା ଭାଲୁ

ଅନୁଗୋଳ ଅଫିସ,୮।୧୨: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁକୁ ଆଖୁ ଖାଇବାକୁ ଆସି ଏକ ଭାଲୁ କୂଅରେ ଖସି ପଡିଥିଲା । ଗାଁର କିଛି...

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

Advertisement
Archives

Model This Week