Posted inଭଦ୍ରକ

ଏଯାଏ ଆଧାର ଲିଙ୍କ୍‌ କରିନାହାନ୍ତି ୭୮୫୫ କାର୍ଡଧାରୀ

ଭଦ୍ରକ ଅଫିସ, ୧୩।୮ – ରାଶନ କାର୍ଡ ସହ ଆଧାର ଲିଙ୍କ୍‌କୁ ବାଧ୍ୟତାମୂଳକ କରାଯାଇଛି। ଆଧାର ଲିଙ୍କ୍‌ ନ ଥିଲେ ସେପ୍ଟେମ୍ବର ମାସରୁ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ମିଳିବ ନାହିଁ। ରାଜ୍ୟ ସରକାର ଚିଠି ମାଧ୍ୟମରେ ସମସ୍ତ ଜିଲାପାଳଙ୍କ ନିକଟକୁ ଏହି ନିର୍ଦ୍ଦେଶନାମା ପଠାଇଛନ୍ତି। ଭଦ୍ରକ ଜିଲାପାଳଙ୍କ ନିକଟରେ ଚିଠି ପହଞ୍ଚିବା ପରେ ଜିଲାରେ ରାଶନକାର୍ଡଧାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଜିଲାରେ ଥିିବା ମୋଟ ୨,୮୩,୯୫୪ କାର୍ଡଧାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨,୭୬,୦୦୦ ହିତାଧିକାରୀ ଆଧାର ଲିଙ୍କ୍‌ କରିଥିବା ବେଳେ ୭୮୫୫ କାର୍ଡଧାରୀ ଏହା କରିନାହାନ୍ତି।
ଉଲ୍ଲେଖନୀୟ ଯେ, ଭଦ୍ରକ ଜିଲାରେ ବହୁ ନକଲି ରାଶନକାର୍ଡ ରହିଥିବା ଏବଂ ଅନେକ ଅଯୋଗ୍ୟ ହିତାଧିକାରୀ କାର୍ଡ ହାତେଇ ଖାଉଟି ସାମଗ୍ରୀ ଲୁଟୁଥିତ୍ବା ପୂର୍ବରୁ ଅଭିଯୋଗ ହୋଇଥିତ୍ିଲା। ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଇ ନ ଥିତ୍ଲା। ଏପରିକି କେତେକ ମୃତ ବ୍ୟକ୍ତିଙ୍କ ନାମରେ ରାଶନ ଉଠାଯାଉଥିବା ଅଭିଯୋଗ ରହିଥିଲା। ଏବେ ଆଧାର ଲିଙ୍କ୍‌ କଟକଣା ଜାରି ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ରାଶନକାର୍ଡ ଆଧାର ଲିଙ୍କ୍‌ କରାଯିବା ସକାଶେ ସମସ୍ତ ରିଟେଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ନକଲି କାର୍ଡଧାରୀଙ୍କ ମଧ୍ୟରେ ଛାନିଆ ଖେଳିଯାଇଛି।
ପ୍ରଶାସନଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ବ୍ଲକରେ ୪୨, ୫୬୯ କାର୍ଡରେ ୧ ,୬୫,୫୫୧ ଜଣଙ୍କୁ ଖାଉଟି ସାମଗ୍ରୀ ପାଉଛନ୍ତି। ସେମାନଙ୍କ ମଧ୍ୟରୁ ୧,୪୬,୯୦୯ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ଭଦ୍ରକ ବ୍ଲକର ୪୧,୨୩୦ କାର୍ଡରେ ୧,୬୧,୪୫୩ ଜଣ ରାଶନ ପାଉଥିବା ବେଳେ ୪୦,୬୭୬ କାର୍ଡର ୧,୫୦,୬୭୫ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ଭଣ୍ଡାରିପୋଖରୀ ବ୍ଲକରେ ୨୫,୬୫୭ କାର୍ଡରେ ୧,୦୧,୦୯୨ ହିତାଧିକାରୀ ରାଶନ ପାଉଥିବା ବେଳେ ୨୫,୨୫୦ କାର୍ଡରେ ୯୩,୧୫୯ ହିତାଧିକାରୀ ଆଧାର ଲିଙ୍କ୍‌ କରିଛନ୍ତି। ବନ୍ତ ବ୍ଲକର ୨୯,୧୨୮ କାର୍ଡ ରହିଛି। ୧,୧୭,୬୬୧ ହିତାଧିକାରୀ ରାଶନ ପାଉଛନ୍ତି। ୨୮,୧୨୩ କାର୍ଡର୧,୦୦,୪୮୬ ହିତାଧିକାରୀଙ୍କ ଆଧାର ଲିଙ୍କ ହୋଇଛି। ଚାନ୍ଦବାଲି ବ୍ଲକର ୪୭,୭୭୩ କାର୍ଡରେ ୧,୯୨,୨୧୭ ହିତାଧିକାରୀ ରାଶନ ପାଉଥିବା ବେଳେ ଏଥିମଧ୍ୟରୁ ୪୬,୩୬୭ କାର୍ଡର ୧,୬୮,୧୯୬ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ଧାମନଗର ବ୍ଲକର ୩୬,୩୦୪ କାର୍ଡର ୧,୪୯,୮୬୦ ହିତାଧିକାରୀ ରାଶନ ପାଉଥିବା ବେଳେ ୩୫,୧୭୦ କାର୍ଡର ୧,୩୨,୪୪୧ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ତିହିଡି ବ୍ଲକରେ ୩୯,୪୦୬ କାର୍ଡରେ ୧,୪୭,୬୯୬ ହିତାଧିକାରୀ ରାଶନ ପାଉଥିବା ବେଳେ ସେଥିମଧ୍ୟରୁ ୩୮,୨୭୯ କାର୍ଡର ୧,୩୧,୫୦୧ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଥିବା ଜଣାପଡ଼ିଛି। ବାସୁଦେବପୁର ଏନ୍‌ଏସିର ୪,୮୭୧ କାର୍ଡରେ ୧୮,୩୭୦ ହିତାଧିକାରୀ ରାଶନ ପାଉଛନ୍ତି। ସେଥିମଧ୍ୟରୁ ୪,୭୮୬ କାର୍ଡର ୧୬,୯୬୫ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ଭଦ୍ରକ ପୌରପାଳିକାରେ ୧୭,୦୧୪ କାର୍ଡରେ ୬୩,୫୫୮ ହିତାଧିକାରୀ ରାଶନ ପାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫,୭୩୧ଟି କାର୍ଡର ୫୪,୪୦୫ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ମୋଟ ୯୭ ପ୍ରତିଶତ ଆଧାର ଲିଙ୍କ୍‌ ହୋଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାରେ ୨୧୮ ଟି ପଞ୍ଚାୟତରେ ଥିବା ୫୦୬ ରିଟେଲରଙ୍କୁ ଆଧାର ଲିଙ୍କ୍‌ କରି ନ ଥିବା ଅଯୋଗ୍ୟ ଖାଉଟିଙ୍କୁ ନିର୍ଦ୍ଧାରିତ ସମୟରେ ବାଦ୍‌ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ...

ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର...

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri