ଏମ୍‌ସିସି ସେଣ୍ଟର ଦେଖିଲେ ଯୁଗ୍ମ ସଚିବ: ଆହାର କେନ୍ଦ୍ର ପରିମଳ ଅବ୍ୟବସ୍ଥା ଦେଖି ଖପ୍ପା

ଅନୁଗୋଳ ଅଫିସ, ୧୪।୯ – ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଶୁକ୍ରବାର ଅନୁଗୋଳ ଗସ୍ତରେ ଆସି ସହରର ପରିମଳ ବ୍ୟବସ୍ଥା ଅନୁଧ୍ୟାନ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ପୌରପାଳିକାର ୱାର୍ଡ ଅଫିସର, କର୍ମଚାରୀଙ୍କୁ ନେଇ ବୈଠକ କରିବା ସହିତ ସ୍ବଚ୍ଛ ସାଥୀଙ୍କୁ ଉତ୍ସାହିତ କରିଛନ୍ତି। ତେବେ ସହର ସଫେଇ ଓ ବସ୍‌ଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ର ପରିଦର୍ଶନ ବେଳେ ପରିମଳ ଅବ୍ୟବସ୍ଥା ଦେଖି ଯୁଗ୍ମ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ। ଏଣିକି ସଫେଇ କର୍ମଚାରୀ ପରିବର୍ତ୍ତେ ପରିମଳ କର୍ମଚାରୀ ବୋଲି ଡାକିବାକୁ ସଚିବ ମହାପାତ୍ର ପରାମର୍ଶ ଦେଇଥିଲେ।
ବସ୍‌ଷ୍ଟାଣ୍ଡ ଆହର କେନ୍ଦ୍ର ପରିଦର୍ଶନ ପାଇଁ ପହଞ୍ଚିଥିବା ଯୁଗ୍ମ ଶାସନ ସଚିବ ପରିମଳ ବ୍ୟବସ୍ଥା ଠିକ୍‌ ନ ଥିବାରୁ କେନ୍ଦ୍ର ଡିଲିଂ ଆସିଷ୍ଟାଣ୍ଟ ଓ ପୌର ଅଧିକାରୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କ ଖାଦ୍ୟପେୟ ସ୍ଥାନ କାହିଁକି ସଫା ସୁତରା ନାହିଁ ତାହାକୁ ନେଇ ପ୍ରଶ୍ନ କରିଥିଲେ। ତେବେ ଖାଦ୍ୟର ମାନ ମାପିବାକୁ ଯାଇଥିଲେ ହେଁ ଖାଦ୍ୟ ଶେଷ ହୋଇଯାଇଥିବାରୁ ତାହା ପରଖି ପାରି ନ ଥିଲେ। ପୌର କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। କନିଷ୍ଠ କିରାଣି ଓ ବରିଷ୍ଠ କିରାଣିଙ୍କୁ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡାକି କେଉଁ କର୍ମଚାରୀ କେବେଠାରୁ ଏଠାରେ ରହିଲେଣି ସେ ନେଇ ପ୍ରଶ୍ନ କରିଥିଲେ। ପରିମଳ ବ୍ୟବସ୍ଥା ଠିକ୍‌ ହେଉ ନ ଥିବାରୁ କର୍ମଚାରୀଙ୍କୁ ତାଗିଦ କରିଥିଲେ। ପରେ ସ୍ବଚ୍ଛ ସାଥୀ ଓ ୱାର୍ଡ ଅଫିସରଙ୍କ ସହ ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲେ। ୱାର୍ଡର ପରିମଳ ବ୍ୟବସ୍ଥା ସୁଧାର ଆଣିଲେ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲେ। ସହରର ୩ଟି ସ୍ଥାନ ୧୪ ନମ୍ବର ୱାର୍ଡ ମତ୍ସ୍ୟ ସମ୍ପଦ ବିଭାଗ କାର୍ଯ୍ୟାଳୟ ପଛ ପାଖ, ୩ ନମ୍ବର ୱାର୍ଡ ହେମସୁରପଡ଼ା ଦୁର୍ଗାମଣ୍ଡପ ପାଖ, ୮ ନମ୍ବର ୱାର୍ଡ ହୁଲୁରିସିଂହା କମ୍ୟୁନିଟି ସେଣ୍ଟର ପାଖରେ ହୋଇଥିବା ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପରିଦର୍ଶନ କରିଥିଲେ। ପରେ ଡିଆରଡିଏ୍‌ କକ୍ଷରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଅନୁଗୋଳରେ ପ୍ରତି ଘରେ ପାଣି ପହଞ୍ଚୁଛି କି ନାହିଁ, ପିଏଚ୍‌ଡି ସହଯୋଗ ସମ୍ପର୍କରେ ଯୁଗ୍ମ ଶାସନ ସଚିବ ପଚାରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟଙ୍କ ସହ ପାନୀୟ ଜଳ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାପାଳ ମନୋଜ କୁମାର ମହାନ୍ତି, ତାଳଚେର ପୌର ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା, ଆଠମଲ୍ଲିକ ଏନ୍‌ଏସି ନିର୍ବାହୀ ଅଧିକାରୀ ରବିନ କୁମାର ଦାସ, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସୁବ୍ରତ କୁମାର ବେହେରା, ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର ପ୍ରମୁଖ ଯୁଗ୍ମ ସଚିବଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନରେ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୧୮।୪ – ଶୁକ୍ରବାର ଥିଲା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ। କରୋନା କଟକଣା ପାଇଁ ଅନୁଗୋଳ ବିଜେଡି ପକ୍ଷରୁ ଏହାକୁ ପାଳନ...

ଗାନ୍ଧୀ ଭବନ ହେଉ ନ ଥିବାରୁ କ୍ଷୋଭ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଜି ରାଉତ ଛାତ୍ରାବାସ ଏବଂ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ଗାନ୍ଧିଜୀଙ୍କ ଅନୁଗୋଳ ଆଗମନର...

ଆର୍ଥିକ ସ୍ଥିତି ଦେଖୁ ନ ଥିବାରୁ ଆପତ୍ତି

ଅନୁଗୋଳ ଅଫିସ, ୩୧ା୫: କରୋନା କାରଣରୁ କିଏ ଚାକିରି ହରାଇଛନ୍ତି ତ ଆଉ କିଏ ମାସ ମାସ ଧରି ବ୍ୟବସାୟରୁ ବଞ୍ଚିତ ରହିଛନ୍ତି। ଖଟିଖିଆ ଦିନମଜୁରିଆଙ୍କ ହାତରେ...

୧୨ ଘରୋଇ ସଂସ୍ଥା କରିବେ କୋଇଲା ଉତ୍ତୋଳନ

ଅନୁଗୋଳ ଅଫିସ, ୧୧|୧୧: ଅନୁଗୋଳ ଜିଲାରେ ଥିବା କୋଇଲା ଖଣିରୁ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ସହ ଆଉ ୧୨ଟି ବେସରକାରୀ ଶିଳ୍ପ ସଂସ୍ଥା ଖୁବ୍‌ଶୀଘ୍ର...

ଭୂତକୋଠି ହେଲାଣି ରକ୍ତଭଣ୍ଡାର ଗୃହ

ଆଠମଲ୍ଲିକ, ୨୦ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକବାସୀଙ୍କ ଆବଶ୍ୟକତାକୁ ଆଖିରେ ରଖି ନିର୍ମାଣ ହୋଇଥିବା ରକ୍ତଭଣ୍ଡାର ଗୃହ ଭୂତକୋଠିରେ ପରିଣତ ହେବାକୁ ବସିଲାଣି। ନିର୍ମାଣକୁ ୧୦ ବର୍ଷ...

ଝୁମାଇବେ ବଲିଉଡ୍‌, ଓଲିଉଡ୍‌ କଳାକାର

ଅନୁଗୋଳ ଅଫିସ, ୧୭ା୧: ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଉତ୍ସବମୁଖର ହେବ ଅନୁଗୋଳ ସହର। ୫ ଦିନିଆ ଜିଲା ମହୋତ୍ସବ ଆରମ୍ଭ ହେବାକୁ ଯାଉଥିବାରୁ...

ଜେଏସ୍‌ପିଏଲ୍‌ର ସର୍ବକାଳୀନ ରେକର୍ଡ : ଦିନକରେ ୧୦,୮୪୫ ମେଟ୍ରିକ ଟନ୍‌ ଗରମ ମେଟାଲ ଉତ୍ପାଦନ

ଅନୁଗୋଳ ଅଫିସ, ୪।୭- ଅନୁଗୋଳ ସ୍ଥିତ ଜେଏସ୍‌ପିଏଲ୍‌ ପ୍ଲାଣ୍ଟ ବ୍ଲାଷ୍ଟ ଫର୍ନେସରୁ ଜୁଲାଇ ୨ରେ ୧୦,୮୪୫ ମେଟ୍ରିକ ଟନ୍‌ ଗରମ ମେଟାଲ ଉତ୍ପାଦନ ହୋଇଛି, ଯାହା...

ଦୁର୍ଘଟଣାର ଦ୍ରୁତଗତି

ଅମିତ କୁମାର ସାମଲ ଅନୁଗୋଳ ଅଫିସ,୨୬ା୧- କରୋନା ସଂକ୍ରମଣ ରୋକିବାକୁ ଗତବର୍ଷ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଥିଲା। ଫଳରେ ୨୦୨୦ରେ ରାଜ୍ୟର ଅନେକ ଜିଲାରେ ସଡ଼କ...

Advertisement
Archives

Model This Week