ଏମ୍‌ସିସି ନିର୍ମାଣ ଘଟଣା:ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ କାର୍ଯ୍ୟ

ଅନୁଗୋଳ ଅଫିସ, ୧୦।୧୨

ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ଏମ୍‌ସିସିକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଜିଲା ପ୍ରଶାସନ ପାଖରୁ ପୌରପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଥିବାରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମ୍‌ସିସି ନିର୍ମାଣ କାମ ହେବ ବୋଲି ଜଣାପଡିଛି। ଏ ନେଇ ଉପଜିଲାପାଳ ବାସୁଦେବ ଶତପଥୀ ଅନୁଗୋଳ ଥାନା ଅଧିକାରୀଙ୍କୁ ଏକ ଚିଠି ପ୍ରଦାନ କରିଥିବା ସୂଚନା ମିଳିଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଜାରି ରଖିବା ପାଇଁ ଅନୁଗୋଳ ପୌରପାଳିକାକୁ ମଧ୍ୟ ସେ ଅବଗତ କରିଛନ୍ତି। ଅନୁଗୋଳ ପୋଲିସ ଓ ମାଜିଷ୍ଟ୍ରେଟ ଦୋଳଗୋବିନ୍ଦ ସାହୁଙ୍କ ଉପସ୍ଥିତିରେ ହାଇଟେକ୍‌ ନର୍ସରୀଠାରେ ଏମ୍‌ସିସି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସହରର ଅଳିଆ ସେଠାରେ ପକାଯିବାକୁ ମିଶ୍ରପଡାବାସୀ ବିରୋଧ କରିଆସୁଛନ୍ତି। ଏହାଦ୍ୱାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବ ଏବଂ ସେଠାରେ ରହିବା କଷ୍ଟକର ହୋଇପଡିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ପାରାଦୀପ ପୌରପାଳିକା ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଏମ୍‌ସିସିର ଭିଡିଓ ପ୍ରସ୍ତୁତ କରି ପୌର କର୍ତ୍ତୃପକ୍ଷ ଆଣିଥିଲେ ମଧ୍ୟ ତାହା ଲୋକଙ୍କୁ ବୁଝାଇବାରେ ସହାୟକ ହୋଇପାରିନାହିଁ। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri