ଏମ୍‌ସିସି ନିର୍ମାଣ ଘଟଣା:ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ କାର୍ଯ୍ୟ

ଅନୁଗୋଳ ଅଫିସ, ୧୦।୧୨

ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ଏମ୍‌ସିସିକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଜିଲା ପ୍ରଶାସନ ପାଖରୁ ପୌରପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଥିବାରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମ୍‌ସିସି ନିର୍ମାଣ କାମ ହେବ ବୋଲି ଜଣାପଡିଛି। ଏ ନେଇ ଉପଜିଲାପାଳ ବାସୁଦେବ ଶତପଥୀ ଅନୁଗୋଳ ଥାନା ଅଧିକାରୀଙ୍କୁ ଏକ ଚିଠି ପ୍ରଦାନ କରିଥିବା ସୂଚନା ମିଳିଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଜାରି ରଖିବା ପାଇଁ ଅନୁଗୋଳ ପୌରପାଳିକାକୁ ମଧ୍ୟ ସେ ଅବଗତ କରିଛନ୍ତି। ଅନୁଗୋଳ ପୋଲିସ ଓ ମାଜିଷ୍ଟ୍ରେଟ ଦୋଳଗୋବିନ୍ଦ ସାହୁଙ୍କ ଉପସ୍ଥିତିରେ ହାଇଟେକ୍‌ ନର୍ସରୀଠାରେ ଏମ୍‌ସିସି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସହରର ଅଳିଆ ସେଠାରେ ପକାଯିବାକୁ ମିଶ୍ରପଡାବାସୀ ବିରୋଧ କରିଆସୁଛନ୍ତି। ଏହାଦ୍ୱାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବ ଏବଂ ସେଠାରେ ରହିବା କଷ୍ଟକର ହୋଇପଡିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ପାରାଦୀପ ପୌରପାଳିକା ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଏମ୍‌ସିସିର ଭିଡିଓ ପ୍ରସ୍ତୁତ କରି ପୌର କର୍ତ୍ତୃପକ୍ଷ ଆଣିଥିଲେ ମଧ୍ୟ ତାହା ଲୋକଙ୍କୁ ବୁଝାଇବାରେ ସହାୟକ ହୋଇପାରିନାହିଁ। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦିହାନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଅନୁଗୋଳ ଅଫିସ, ୭।୭ – ବାଘ ବଂଶ ବୃଦ୍ଧି ପାଇଁ ଅନୁଗୋଳ ଜିଲା ସାତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଏବେ ସନ୍ଦିହାନ। ଗତ...

ଜମିବ ଜିରୋ ନାଇଟ୍‌

ଅନୁଗୋଳ ଅଫିସ, ୩୧ା୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୦୨୨କୁ ଦିଆଯିବ ବିଦାୟ। ୨୦୨୩କୁ କରାଯିବ ଭବ୍ୟ ସ୍ବାଗତ। ଏଥିପାଇଁ ଅନୁଗୋଳରେ ଚାଲିଛି ଜୋର୍‌ଦାର...

୮ ଲକ୍ଷ ଟଙ୍କା ହେରଫେର ଉଦ୍ୟମ

ଅନୁଗୋଳ ଅଫିସ, ୧୩ା୧୦: ଅନୁଗୋଳ ଜିଲା ତାଳଚେର ପୌରପାଳିକାର ଜଣେ କନିଷ୍ଠ ଯନ୍ତ୍ରୀ(ଜେଇ) ଏକ ପୋଖରୀ ପୁନରୁଦ୍ଧାର ବିଲ୍‌ରେ ୮ ଲକ୍ଷ ଟଙ୍କା ହେରଫେର କରିବାକୁ...

ବିସ୍ତାରିତ ହେବ ବ୍ୟବସାୟିକ ପ୍ରତିଷ୍ଠାନ : ଅନୁଗୋଳରେ ଖୋଲିଲା ସିଏଆଇଟି ଶାଖା

ଅନୁଗୋଳ ଅଫିସ, ୯।୬  – ଅନୁଗୋଳ ଓ ଆଖପାଖ ସହରରେ ବ୍ୟବସାୟିକ ସମସ୍ୟାର ତ୍ୱରିତ ସମାଧାନ ସହ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ପ୍ରତିଷ୍ଠାନକୁ ବିସ୍ତାର କରାଯିବ।...

‘ଇତିହାସରୁ ଉଦାହରଣ ସୃଷ୍ଟି କରିଆସୁଛି ନାରୀ’

ଅନୁଗୋଳ ଅଫିସ୍‌, ୯।୩ : ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଥିବା ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲାସ୍ତରୀୟ...

ପର ଭଳି ବ୍ୟବହାର ଦେଖାଇଲେ ପରିବାର

ଅନୁଗୋଳ ଅଫିସ, ୧୪।୫ – ରକ୍ତ ସମ୍ପର୍କରେ ସନ୍ଦେହ ଭରିଛି କରୋନା ଭୟ। ଖାସ୍‌ ଏହି କାରଣରୁ ଭୁବନେଶ୍ୱରରୁ ଫେରିଥିବା ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ...

୧୧ କୁଇଣ୍ଟାଲ କେନ୍ଦୁପତ୍ର ଜବତ

ଛେଣ୍ଡିପଦା,୫।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ସୀମାନ୍ତ କଣିହାଁ ଅଞ୍ଚଳରୁ ଆସୁଥିବା ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଓଡି୦୫ବିସି -୮୪୧୩)କୁ ଛେଣ୍ତିପଦା ବନବିଭାଗ...

ଅନୁଗୋଳ ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଆହାରକେନ୍ଦ୍ର ପଛପଟେ ଶନିବାର ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ଅଭିଯୁକ୍ତ ଅମଲାପଡ଼ାର ଶିବୁ ପଟ୍ଟନାୟକ(୫୫)ଙ୍କୁ ମଙ୍ଗଳବାର ପୋଲିସ...

Advertisement
Archives

Model This Week