ଏମ୍‌ପିସି କଲେଜ ସମସ୍ୟାର ସମାଧାନ ଦାବି କଲା ‘ମାସା’

ବାରିପଦା ଅଫିସ,୨୨।୮- ବାରିପଦା ତକତପୁର ସ୍ଥିତ ଏମପିସି ସ୍ବୟଂଶାସିତ କଲେଜରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା) ପକ୍ଷରୁ ଦାବି କରାଯାଇଛି। ସଂଗଠନର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅଧ୍ୟକ୍ଷା ଝରଣା ବେହେରାଙ୍କୁ ସାକ୍ଷାତ୍‌ କରିଥିଲେ। କଲେଜର ବିଭିନ୍ନ ଅବ୍ୟବସ୍ଥା ଦୂର କରିବା ପାଇଁ ୮ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ଯୁକ୍ତ ୩ ଓ ପିଜି ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନଙ୍କ ହଷ୍ଟେଲ ଫି’ କମ୍‌ କରିବା, ନବ ନିର୍ମିତ ଦୁଇଟି ହଷ୍ଟେଲ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଯୁକ୍ତ ୩ର ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟର ପରୀକ୍ଷାଫଳ ତୁରନ୍ତ ପ୍ରକାଶ କରିବା,କଲେଜ କ୍ୟାଲେଣ୍ଡର, ମାଗାଜିନ ଓ ସିଲାବସ ପ୍ରଦାନ କରିବା, ଲାଇବ୍ରେରୀରେ ଆବଶ୍ୟକ ପୁସ୍ତକ ଉପଲବ୍ଧ କରିବା, କଲେଜର ସମସ୍ତ ହଷ୍ଟେଲର ମରାମତି କରିବା, ସମସ୍ତ କ୍ଲାସରୁମରେ ଫ୍ୟାନ ଓ ଆକ୍ୱାଗାର୍ଡ ବ୍ୟବସ୍ଥା କରିବା ଏବଂ କଲେଜରେ ସାନ୍ତାଳି ବିଭାଗରେ ଏମଫିଲ ଓ ପିଏଚଡି ପାଠ୍ୟକ୍ରମ ଖୋଲିବା ଆଦି ଦାବି କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ଏହି ଦାବି ପୂରଣ କରା ନ ଗଲେ ‘ମାସ’ା ପକ୍ଷରୁ କଲେଜରେ ତାଲା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦକ ଅଇଁଠୁ ଟୁଡୁ, ଦିନେଶ କୁମାର ମୁର୍ମୁ , ଚୈତନ ସୋରେନ, ପ୍ରମୋଦ ମୁର୍ମୁ, ବାଜୁନ ମୁର୍ମୁ, ଭୀମଚରଣ ମୁର୍ମୁ, ବିଜୟ ମୁର୍ମୁ, ଲକ୍ଷ୍ମୀକାନ୍ତ ବାସ୍କେ, ସମାୟ ହାଁସଦା, ଲକ୍ଷ୍ମଣ ହେମ୍ବ୍ରମ, ରବୀନ୍ଦ୍ର ମାରାଣ୍ଡି, ଘାସିରାମ କିସ୍କୁ ଓ ମାନସ ରଞ୍ଜନ ସି ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

କୁଆମରା,୨୮ା୪(ଡି.ଏନ୍‌.ଏ.)- ୩ ଦିନ ତଳେ କାଳ ବୈଶାଖୀ ତାଣ୍ଡବରେ ଗୋପବନ୍ଧୁ ନଗର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କୁଆମରା ବଜାରର କେତେକ ଦୋକାନ ଛପର ଉଡ଼ି...

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବାରିପଦା ଅଫିସ,୨ା୯: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ଘରେ ଜେରା କରୁଛି କ୍ରାଇମବ୍ରାଞ୍ଚର ୫...

ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ଅଟକ

ଠାକୁରମୁଣ୍ଡା,୧୭ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ପୋଲିସ ମଙ୍ଗଳବାର ରାତିରେ ଏକ ଗୋରୁ ବୋଝେଇ ପିକ୍‌ଅପ ଭ୍ୟାନକୁ ଜବତ କରିଛି। ଗାଡ଼ିର ଡ୍ରାଇଭରକୁ ଅଟକ ରଖି...

ସାଧାରଣତନ୍ତ୍ର ଦିବସ ଆଜି: ବାରିପଦା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାରିପଦା ଅଫିସ,୨୬।୧-ମୟୂରଭଞ୍ଜ ଜିଲା ସଦରମହକୁମା ବାରିପଦାରେ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ରିଜର୍ଭ ପୋଲିସ ପରେଡ୍‌ ପଡ଼ିଆରେ ପାଳନ କରାଯିବ। ରାଜ୍ୟ ସରକାରଙ୍କ ସୂଚନା ଓ...

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ: କାର୍‌ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା

ବାରିପଦା ଅଫିସ/ବେତନଟୀ,୧୨।୬: ( ଡିଏନଏ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା...

କଳାବ୍ୟାଜ୍‌ ପିନ୍ଧିଲେ ଅଧିକାରୀ,କର୍ମଚାରୀ

ବାରିପଦା ଅଫିସ,୨୫ ।୧ମୟୂରଭଞ୍ଜ ଭାଜପା ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ଶୁକ୍ରବାର ନିଜ କାର୍ଯ୍ୟାଳୟକୁ ଡାକି...

ଅବ୍ୟବସ୍ଥା ପ୍ରତିବାଦରେ ଆଦିବାସୀ ବିଦ୍ୟାଳୟ ଘେରାଉ

ବାରିପଦା ଅଫିସ,୮।୮- ମୟୂରଭଞ୍ଜ ଜିଲାରେ ଥିବା ଆଦିବାସୀ ଓ ହରିଜନ ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ଉଦ୍ଦେଶ୍ୟରେ ଆସୁଥିବା ଅନୁଦାନକୁ ଆତ୍ମସାତ କରାଯାଉଛି। ଏଭଳି ଅଭିଯୋଗ ଆଣି ମୟୂରଭଞ୍ଜ...

ଶ୍ରୀହୀନ ହେବାକୁ ବସିଛି ଶ୍ରୀରାମଚନ୍ଦ୍ର ପାଠାଗାର

ବାରିପଦା ଅଫିସ,୭ା୨: ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ଶ୍ରୀରାମଚନ୍ଦ୍ର ପାଠଗାର ଶ୍ରୀହୀନ ହେବାକୁ ବସିଛି। ୨ବର୍ଷ ପୂର୍ବେ ରାଜ୍ୟ ସରକାର ଏହାର...

Advertisement
Archives

Model This Week