ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରେକର୍ଡ

ଢେଙ୍କାନାଳ ଅଫିସ, ୩୦ା୫

କରୋନା ସଙ୍କଟ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)କୁ ସଫଳତାର ସହ କାର୍ଯ୍ୟକାରୀ କରି ନୂଆ ରେକର୍ଡ ସୃଷ୍ଟି କରିଛି ଢେଙ୍କାନାଳ ଜିଲା। କେବଳ ମେ’ ମାସରେ ଏହି ଯୋଜନାରେ ୪ଲକ୍ଷ ୫୬ହଜାର ୩୩୦ ଶ୍ରମ ଦିବସ ସୃଷ୍ଟି ହୋଇଛି, ଯାହା ସର୍ବକାଳୀନ ରେକର୍ଡ। ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟକାରିତାରେ ରାଜ୍ୟର ଅନ୍ୟ ସମସ୍ତ ଜିଲାକୁ ପଛରେ ପକାଇ ଢେଙ୍କାନାଳ ଶୀର୍ଷସ୍ଥାନ ହାସଲ କରିଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
କରୋନା ସମସ୍ୟା ଭିତରେ ଜିଲାର ଶ୍ରମଜୀବୀଙ୍କୁ ରୋଜଗାରକ୍ଷମ କରିବାକୁ ଏପ୍ରିଲ୍‌ ୫ରୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ ଆରମ୍ଭ ହୋଇଥିଲା। ଲକ୍‌ଡାଉନ୍‌ ପ୍ରତିବନ୍ଧକ ଯୋଗୁ ପାଖାପାଖି ମାସେ କାମ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ଗ୍ରାମାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ଏହାର ମଙ୍ଗ ସମ୍ଭାଳିଥିଲେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ଯୋଜନାରେ ଜଳଅମଳ ପ୍ରକଳ୍ପ, ପୋଖରୀ ଖନନ, ପୋଖରୀ ପୁନରୁଦ୍ଧାର, କୂପଖନନ, ଜମି ଉନ୍ନତୀକରଣ, ଗଁା ରାସ୍ତା ସଂଯୋଗୀକରଣ, ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଯୋଜନାରେ ୯୪୬୦.୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ମୋଟ ୩୫ଲକ୍ଷ ୩୦ହଜାର ୪୯୭ ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ଚଳିତ ଆର୍ଥତ୍କ ବର୍ଷରେ ବର୍ତ୍ତମାନ ସୁଦ୍ଧା ୪,୩୪୧ ପ୍ରକଳ୍ପ ଅନୁମୋଦିତ ହୋଇଛି। ମେ ୨୮ ସୁଦ୍ଧା ଜିଲାରେ ୧୪କୋଟି ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମୋଟ ୫ଲକ୍ଷ ୧୩ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଛି। ୩୪,୮୯୦ ପରିବାରର ୬୨,୩୬୩ ଲୋକଙ୍କୁ କାମ ଯୋଗାଇ ଦିଆଯାଇଛି ା ୧ଲକ୍ଷ ୯୪ହଜାର ୭୫୭ ପରିବାରକୁ ଜବକାର୍ଡ ମିଳିଛି। ଲକ୍‌ଡାଉନ ସମୟରେ ଜିଲାକୁ ଆସିଥିବା ୫୦୦ ପ୍ରବାସୀ ଓଡ଼ିଆ ପରିବାରକୁ ଜବକାର୍ଡ ଦିଆଯାଇଛି। ସପ୍ତଶଯ୍ୟା ପଞ୍ଚାୟତ ପଦ୍ମନାଭପୁର ଗ୍ରାମ ପଧାନି ନାଳ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଶ୍ରମିକ ଅରକ୍ଷିତ ପ୍ରଧାନ (୨୫), ଲମ୍ବୋଦର ପ୍ରଧାନ (୨୪) କୁହନ୍ତି, ବାହାର ରାଜ୍ୟରେ କାମ କରୁଥିଲୁ। ଲକ୍‌ଡାଉନ୍‌ ସମୟରେ କାମ ନ ମିଳିବାରୁ ପେଟ ପୋଷିବା କଷ୍ଟକର ହୋଇପଡ଼ିଥିଲା। ସରକାର ଭିଟାମାଟିକୁ ଫେରାଇ ଆଣିବା ପରେ କାମ କରୁଛୁ। ନିଜ ଅଞ୍ଚଳରେ କାମ ମିଳିଲେ କାହିଁକି ବାହାରକୁ ଯିବୁ ବୋଲି ଉଭୟେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟକରଣ ସରିଲେ ଶ୍ରେଷ୍ଠ ସ୍ଥାନ

ଅନୁଗୋଳ ଅଫିସ, ୩୧ା୮ ଆଖି ଝଲସାଇ ଦେବ ଅନୁଗୋଳ ସହର। କୌଣସି ମେଟ୍ରୋ ସିଟିଠାରୁ ସୌନ୍ଦର୍ଯ୍ୟରେ ଏହା କମ୍‌ ଦିଶିବନି। ପରିମଳଠାରୁ ଆଲୋକୀକରଣ, ଅତ୍ୟାଧୁନିକ ପାର୍କ...

୫ ବର୍ଷରେ ୫% ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ବିଧାନସଭାରେ ଅଭିଭାଷଣ ଦେଇ ଏକ ନୂତନ, ସଶକ୍ତ ଓଡ଼ିଶା ଗଠନର ଆହ୍ବାନ ଦେଇଛନ୍ତି। ଏଥିସହିତ ରାଜ୍ୟ...

ୟୁଟ୍ୟୁବ୍‌ରୁ ମାସିକ ରୋଜଗାର ଲକ୍ଷେ

ବିଭୁ ପ୍ରସାଦ ବେହେରା ଭଦ୍ରକ ଅଫିସ, ୪।୧୧: ଦେବଦେବୀଙ୍କ ପ୍ରତିମାଠାରୁ ଆରମ୍ଭ କରି ଫଟୋଫ୍ରେମ୍‌, ଫୁଲଦାନି। ତା’ ସାଙ୍ଗକୁ ଭଳିକି ଭଳି ଘର ସାଜସଜ୍ଜା ଉପକରଣ।...

ଭୁବନେଶ୍ୱରରେ ଆଉ ୧୬ ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨

ଭୁବନେଶ୍ୱର,୧୪ା୬(ବ୍ୟୁରୋ) : ରବିବାର ଭୁବନେଶ୍ୱରରେ ଆଉ ୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୨...

ହଜିଯିବ ଓଡ଼ିଶାର ଉତ୍କୃଷ୍ଟ କଳା

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ରାଜ୍ୟର ଲକ୍ଷାଧିକ କଳାକାର। ସିନେମାରୁ ଆରମ୍ଭକରି ମଞ୍ଚ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ପାଇଁ ହାତବାନ୍ଧି ବସିଛନ୍ତି।...

ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା ଅଫିସ,୭।୭: ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ...

ରାଜଧାନୀରୁ ଆଉ ୧୦୬୨ କରୋନା ପଜିଟିଭ୍‌ ଚିହ୍ନଟ: ଚିନ୍ତା ବଢ଼ାଉଛି ପଟିଆ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜଧାନୀରେ ବେଲଗାମ କରୋନା। ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୬୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୨ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା...

ସରିଲା କାନ୍ଦୁଲବୁଢ଼ା ଯାତ୍ରା

ଦେଓଗାଁ, ୩ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲା ନିକଟସ୍ଥ କାନ୍ଦୁଲବୁଢ଼ା ଦେଶଗୁଡିଖଳା ଡଙ୍ଗରପଡାରେ ତିନିଦିନ ଧରି ଚାଲିଥିବା କାନ୍ଦୁଲବୁଢ଼ା...

Advertisement
Archives

Model This Week